Hyundai Elite i20 ର ନୂଆ ଭର୍ସନ ଆଣୁଛି କମ୍ପାନୀ, ପୂର୍ବାପେକ୍ଷା ରହିଛି ଅଧିକ ଆକର୍ଷଣୀୟ

ଦେଶର ଦ୍ୱିତୀୟ ସବୁଠାରୁ ବଡ କାର ନିର୍ମାତା କମ୍ପାନୀ Hyundai Motors ନୂଆ Hyundai Elite i20 ନୂଆ ଭର୍ସନ ଲଞ୍ଚ କରିବାକୁ ଯାଉଛି। କମ୍ପାନୀ ଏହି ପ୍ରକିମିୟ ହ୍ୟାଚବ୍ୟାକ୍‌ କାରକୁ ଚଳିତବର୍ଷ ହିଁ ଲଞ୍ଚ କରିବ। କମ୍ପାନୀ ଚଳିତବର୍ଷ ଅଟୋ ଏକ୍ସପୋ ୨୦୨୦ରେ ନୂଆ creta ଫେସାଲିଫ୍ଟକୁ ଲଞ୍ଚ କରିଛି। କମ୍ପାନୀ ନୂଆ କ୍ରେଟାକୁ ମାର୍ଚ୍ଚରେ ବଜାରରେ ଲଞ୍ଚ କରିବ। ନିକଟରେ କମ୍ପାନୀ Aura ଲଞ୍ଚ କରିଥିବା ବେଳେ Tucson Facelift କୁ ଖୁବଶୀଘ୍ର ବଜାରରେ ଲଞ୍ଚ କରିବ।

elite

କମ୍ପାନୀ Hyundai Elite i20 କୁGeneva Motor Show 2020 ରେ ପ୍ରଥମ ଥର ପାଇଁ ଏହି ଗାଡିକୁ ପ୍ରଦର୍ଶିତ କରାଯିବ। ଯାହାର ଆୟୋଜନ ଆସନ୍ତା ମାସରେ ହେବ। ଏଥିପାଇଁ ହ୍ୟୁଣ୍ଡାଇ ଏହି ନୂଆକାରର ସ୍କେଚ ଜାରି କରିଛି। ହ୍ୟୁଣ୍ଡାଇର ଏହି କାର ମାରୁତି ସୁଜିକି ବାଲେନା, ଟାଟା ଅଲଟ୍ରୋଜ, ହୋଣ୍ଡା ଜାଜ୍‌ ଭଳି ଅନ୍ୟ ଗାଡିକୁ ଟକ୍କର ଦେବ। ନୂଆ Hyundai Elite i20 ପୁରୁଣା ଗାଡି ତୁଳନାରେ ଅଧିକ ଆକର୍ଷଣୀୟ ରହିବ। କମ୍ପାନୀ ଏହି ନୂଆ ଗାଡିରେ ଅନେକ ନୂଆ ଫିଚର୍ସ ଯୋଡିଛି। କମ୍ପାନୀ ଏହି କାରର ଲାଇନଅପ୍‌ରେ ପରିବର୍ତ୍ତନ ମଧ୍ୟ କରିଛି। ଏଥିପାଇଁ ଏହି କାରର ବେସ୍‌ ଭାରିଅଣ୍ଟର ଦାମ ୬,୦୦୦ରୁ ୭,୦୦୦ ଟଙ୍କା ପର୍ଯ୍ୟନ୍ତ ବଢାଇଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.