Below header

ପ୍ରଥମ ଥର ପାଇଁ କେରଳର ଆସିଆନା ରାବିଟ୍ ଫାର୍ମ ସହଯୋଗରେ ଠେକୁଆ ଚାଷ ଆରମ୍ଭ କଲେ ଓଡିଆ ଯୁବକ! ଅଳ୍ପ ପୁଞ୍ଜିରେ ହେବ ଭଲ ରୋଜଗାର

ଟାଙ୍ଗୀ(କେନ୍ୟୁଜ୍): ଆଜିକାଲି ରୋଜଗାରର ବିଭିନ୍ନ ପନ୍ଥା ଆପଣେଇଲେଣି ଯୁବପିଢି । ଆଉ ଘରେ ବସିବାକୁ ପସନ୍ଦ କରୁନାହାନ୍ତି ଉଭୟ ମହିଳା ଓ ପୁରୁଷ । ଆମେ ଯେତେ ଆଧୁନିକତା ଆଡକୁ ଗତି କରୁଛେ ସେତେ ନୂଆ ନୂଆ ପଦ୍ଧତିରେ ରୋଜଗାରର ମାଧ୍ୟମ ଆମ ସାମ୍ନାକୁ ଚାଲିଆସୁଛି । ସେ ଚାଷ ହେଉ ବା ଚାକିରି ସବୁଥିରେ ଭଲ ଦିପଇସା ରୋଜଗାର କରୁଛନ୍ତି ଲୋକେ । ତେଣୁ ଆଜିକାଲି କିଛି ପାଠପଢୁଆ ଯୁବକ ମଧ୍ୟ ଚାଷ ଦିଗକୁ ମୁହାଁଇଲେଣି ।

rabbitଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ରତନପୁରରେ । ଯେଉଁଠାରେ ପ୍ରଥମ ଥର ପାଇଁ କେରଳର ଆସିଆନା ରାବିଟ୍ ଫାର୍ମ ସହଯୋଗରେ ସ୍ଥାନୀୟ ଯୁବକ ଆଲୋକ ପ୍ରଧାନ ଆରମ୍ଭ କରିଛନ୍ତି ଠେକୁଆ ଚାଷ । ଯାହା ଓଡିଶାର ପ୍ରଥମ ବ୍ୟବସାୟିକ ଠେକୁଆ ଫାର୍ମ। ଯିଏ ଏହି ଠେକୁଆ ଚାଷ ମଧ୍ୟମରେ ଯୁବପିଢିଙ୍କ ପାଇଁ ରୋଜଗାରର ଏକ ସୁଯୋଗ ନେଇ ଆଗକୁ ବଢିଛନ୍ତି।

farmଏହି ବ୍ୟବସାୟକୁ ଆହୁରି ବ୍ୟାପକ କରିବା ପାଇଁ ସେ ଏକ କର୍ମଶାଳା ମଧ୍ୟ ଆୟୋଜିତ କରିଥିଲେ । ଏହି ବ୍ୟବସାୟରେ ଅଳ୍ପ ପୁଞ୍ଜି ଲଗାଇ ବେଶ ଲାଭବାନ ହୋଇ ପାରିବେ ଆପଣ । ଏହାସହିତ ଠେକୁଆ ମାନଙ୍କୁ ଚାଷୀଙ୍କ ଫାର୍ମରୁ ସିଧାସଳଖ କମ୍ପାନୀ କିଣିବ ଓ ମାସଂ ଉଦ୍ଦେଶ୍ୟରେ ଏହାକୁ ବିଦଶେକୁ ରପ୍ତାନି କରିବ । ଏଣୁ ଚାଷୀ ମାନଙ୍କୁ ଠେକୁଆ ବିକ୍ରୀ ପାଇଁ ବଜାରର ଅସୁବିଧା ଉପୁଜିବ ନାହିଁ ।

alokତେବେ ଏହି ଚାଷ ଆପଣ ନିଜ ଘର ଠାରେ ଫାର୍ମ କରି ଖୁବ୍ ସହଜରେ କରିପାରିବେ। ଏହାଦ୍ବାରା ବେଶ ଦି ପଇସା ଲାଭ ମଧ୍ୟ ହେବେ । ସବୁଠାରୁ ବଡ କଥା ହେଉଛି ଆଜିର ବେକାରୀ ସମସ୍ୟା ଓ ଗ୍ରାମାଚଂଳର ମହିଳା ମାନେ ଏହି ଚାଷ କରି ନିଜେ ସ୍ୱାବିଲମ୍ବୀ ହୋଇ ପାରିବେ ।

 

ଟାଙ୍ଗୀରୁ ମନୋଜ କୁମାର ନାଇଡୁଙ୍କ ରିପୋର୍ଟ,କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.