ମାର୍ଚ୍ଚରେ ଲଞ୍ଚ୍‌ ହେବ ସବୁଠାରୁ ଶସ୍ତା ଆଇଫୋନ୍‌, ଜାଣନ୍ତୁ କେତେ ରହିବ ଦାମ୍‌

ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ‘ଆପଲ୍‌’ର ଆଇଫୋନ୍‌ SE2 (iPhone SE2) କମ୍ପାନୀର ଆଫୋର୍ଡେବୁଲ୍‌ ଆଇଫୋନ୍‌ ହେବ। ସାମ୍ନାକୁ ଆସିଥିବା କିଛି ରିପୋର୍ଟ ମୁତାବକ, ଏହି ଆଇଫୋନ୍‌କୁ ଆଇଫୋନ୍‌ 9 (iPhone 9) ନାଁ ଦିଆଯାଇପାରେ।

t4

ନୂଆ ଆଇଫୋନ୍‌ରେ 4.7 ଇଞ୍ଚ୍‌ର LCD ଡିସ୍‌ପ୍ଲେ, Touch ID ସହିତ ହୋମ୍‌ ବଟନ୍‌ ଏବଂ ବହୁତ ପତଳା ବେଜଲ୍ସ ଦିଆଯାଇପାରେ। ଏଥିରେ 3.5mm ହେଡ୍‌ଫୋନ ଜ୍ୟାକ୍‌ ନ ଥିବ। iPhone 9ରେ A13 Bionic ଚିପ୍‌ ଦିଆଯିବ, ଯାହାକି କମ୍ପାନୀର ଲାଟେଷ୍ଟ iPhone 11 ସିରିଜ୍‌ରେ ଦେଖିବାକୁ ମିଳିଥିଲା। ଏହା କମ୍ପାନୀର ଲାଟେଷ୍ଟ iOS 13 ଉପରେ କାମ କରିବ।

ଖବର ମୁତାବକ, ଆପଲ୍‌ ଆଇଫୋନ୍‌ SE2ର ଦାମ୍‌ ୩୯୯ ଡଲାର୍‌ ଅର୍ଥାତ୍‌ ପାଖାପାଖି ୨୮,୦୦୦ ଟଙ୍କା ହୋଇପାରେ। କିନ୍ତୁ ଏ ନେଇ କମ୍ପାନୀ କୌଣସି ଅଫିସିଆଲ୍‌ ଘୋଷଣା କରିନାହିଁ। ସେହିପରି ଏହି ଫୋନ୍‌ ଆସନ୍ତା ମାର୍ଚ୍ଚରେ ଲଞ୍ଚ୍‌ ହୋଇପାରେ।

t6

ଆପଲ୍‌ ଆନାଲିଷ୍ଟ ମିଙ୍ଗ୍‌ ଚି କୁଓ ପୂର୍ବରୁ ହିଁ କହିସାରିଥିଲେ ଯେ ଆଇଫୋନ୍‌ SE2ର ଲୁକ୍‌ iPhone 8 ଭଳି ହେବ। ଏଥିରେ ୟୁଜରଙ୍କୁ ଗ୍ଲାସ୍‌ ବ୍ୟାକ୍‌ କଭର ମିଳିବ। ଏହି ଫୋନ୍‌କୁ 5.4 ଇଞ୍ଚ୍‌ ସ୍କ୍ରୀନ୍‌ ସାଇଜ୍‌ରେ ମଧ୍ୟ ଅଣାଯାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.