Below header

ଝିଟିପଟି ପରି ଦେଖାଯାଉଥିବା ଏହି ଦୁଲର୍ଭ ଜୀବ ବିନା କିଛି ନ ଖାଇ ମଧ୍ୟ ଅନେକ ବର୍ଷ ପର୍ଯ୍ୟନ୍ତ ରହିପାରେ ଜୀବିତ

ଦୁନିଆରେ ପ୍ରତ୍ୟେକ ଜୀବ ପାଖରେ କିଛି ନା କିଛି ବିଶେଷତ୍ୱ ରହିଥାଏ। ଅନେକ ଜୀବ ରହିଥାନ୍ତି, ଯିଏକି ବିନା ପାଣିରେ ବଞ୍ଚିପାରୁଥିବା ବେଳେ କିଛି ବିନା କିଛି ନ ଖାଇ ବର୍ଷ ବର୍ଷ ଧରି ଜୀବିତ ରହିଥାଏ। ଆଜି ଆମେ ଆପଣଙ୍କୁ ଏପରି ଏକ ଦୁଲର୍ଭ ଜୀବ ବିଷୟରେ ଜଣାଇବୁ, ଯାହା ଅନେକ ବର୍ଷ ପର୍ଯ୍ୟନ୍ତ କିଛି ନ ଖାଇ ମଧ୍ୟ ଜୀବିତ ରହିପାରିବ। ଏହି ଜୀବର ନାମ ସେଲାମେଣ୍ଡର। ଏହି ଜୀବ ଦକ୍ଷିଣ ପୂର୍ବ ୟୁରୋପ ଦେଶର ବୋସ୍‌ନିୟା ଏବଂ ହର୍ଜଗୋବିନାରେ ପାଣି ଭିତରେ ଥିବା ଗୁମ୍ଫାରେ ଦେଖିବାକୁ ମିଳିଥାଏ। ଏହା ନିଜ ଜାଗାରୁ ୭ ବର୍ଷ ଯାଏଁ କୁଆଡେ ଯିବା ଆସିବା କରେ ନାହିଁ। ବୈଜ୍ଞାନିକଙ୍କ କହିବା ଅନୁସାରେ ଏହି ଜୀବର ତ୍ୱଚା ଏବଂ ଅବିକଶିତ ଆଖି ତାକୁ ଅନ୍ଧ କରିଥାଏ। ହୁଏତ ଏଥିପାଇଁ ଏହି ଜୀବ ନିଜ ଜାଗାରୁ ବର୍ଷ ବର୍ଷ ଧରି ହଟିନଥାଏ।

salamander

ଏହି ଜୀବ ନିଜର ସଂପୂର୍ଣ୍ଣ ଜୀବନକାଳ ପାଣି ମଧ୍ୟରେ ବିତାଇଥାଏ। ଏହାର ପାଖାପାଖି ବୟସ ୧୦୦ ବର୍ଷରୁ ଉର୍ଦ୍ଧ୍ୱ ହୋଇଥାଏ। ସେଲାମେଣ୍ଡର ନିଜ ସ୍ଥାନରୁ ପାଖାପାଖି ୧୨ ବର୍ଷ ପରେ ନିଜ ସାଥିର ସନ୍ଧାନରେ ବାହାରିଥାଏ। ହଙ୍ଗେରିଆନ୍‌ ନେଚୁରାଲ ହିଷ୍ଟ୍ରି ମ୍ୟୁଜିୟମର ରିସର୍ଚ୍ଚ ଅନୁଯାୟୀ, ଏହା ପୂର୍ବରୁ ଏହି ଜୀବକୁ କେହି ବି ଦେଖିନଥିଲେ। ସେଠାରେ ପ୍ରବଳ ବର୍ଷ ହେବା ଯୋଗୁଁ ପାଣି ଏହି ଜୀବନର ଗୁମ୍ଫାରେ ପସିଯିବାରୁ ସେ ବାହାରକୁ ଆସିବା ପରେ ଏହା ଦେଖିବାକୁ ମିଳିଥିଲା। ନଚେତ ଏହି ଜୀବକୁ ଦେଖିବା ପାଇଁ ବିପଦପୂର୍ଣ୍ଣ ଗୁମ୍ଫା ମଧ୍ୟ ଯିବାକୁ ପଡିଥାଏ।
ଗୁମ୍ଫା ଭିତରେ ରହୁଥିବା ଏହି ଜୀବ ବିନା କିଛି ନ ଖାଇ ଅନେକ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିପାରେ। ଆଉ ଏହି ଜୀବ ଯେତେବେଳେ ବାହାରକୁ ଆସିବାରେ ସକ୍ଷମ ହୋଇଥାଏ, ସେତେବେଳେ ଛୋଟ କୀଟପତଙ୍ଗ, ଗୁଳ୍ମ ଏବଂ ଜୀବ ଖାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.