Below header

୧୪୫ ଲକ୍ଷ ବର୍ଷ ପୂର୍ବେ ଆଣ୍ଟାର୍କଟିକାରେ ବରଫ ଜାଗାରେ ପଡ଼ୁଥିଲା ଭୟଙ୍କର ଗରମ, ଡାଇନାସୋରଙ୍କ ଜୀବାଶ୍ମରୁ ମିଳିଲା ରହସ୍ୟମୟ ତଥ୍ୟ

ଆଜକୁ ପାଖାପାଖି ୧୪୫ ଲକ୍ଷ ବର୍ଷ ପୂର୍ବେ ପୃଥିବୀପୃଷ୍ଠରେ ଡାଇନାସୋରଙ୍କ ଉପସ୍ଥିତି ଥିଲା। କିନ୍ତୁ ପରିବେଶରେ ଅନେକ ପରିବର୍ତ୍ତନ ଯୋଗୁ ଏବେ ସେମାନଙ୍କ ଅସ୍ତିତ୍ୱ ଆଉ ନାହିଁ। ଏହି ପ୍ରାଣୀ କେବଳ ଯାହା ଫିଲ୍ମରେ କାଳ୍ପନିକ ଛବି ରୂପେ ଦେଖିବାକୁ ମିଳୁଛି। କେବଳ ଡାଇନାସୋର ନୁହଁନ୍ତି, ଅନେକ ଜୀବଜନ୍ତୁ ଏବଂ ବୃକ୍ଷଲତାଙ୍କର ମଧ୍ୟ ଅସ୍ତିତ୍ୱ ମାଟିରେ ମିଶିଗଲାଣି। ବର୍ତ୍ତମାନ ବୈଜ୍ଞାନିକଙ୍କୁ ମିଳିଥିବା ଡାଇନାସୋରଙ୍କ ଜୀବାଶ୍ମରୁ ଏହି କଥାର ଖୁଲାସା ହୋଇଛି।

d4

ବୈଜ୍ଞାନିକଙ୍କ ମୁତାବକ, ଡାଇନାସୋରଙ୍କ ପାଇଁ ଆଣ୍ଟାର୍କଟିକା ମୁଖ୍ୟ ବାସସ୍ଥଳୀ ଥିଲା। ସେତେବେଳେ ଏହି ପ୍ରାଣୀ ଜୀବିତ ରହିବା ପାଇଁ ଗରମର ଆବଶ୍ୟକତା ପଡ଼ୁଥିଲା। ଆଜକୁ ଲକ୍ଷାଧିକ ବର୍ଷ ପୂର୍ବେ ଏଠାରେ ବରଫର ମୋଟା ଚାଦର ପରିବର୍ତ୍ତେ ଭୟଙ୍କର ଗରମ ପଡ଼ୁଥିଲା। ବୈଜ୍ଞାନିକଙ୍କୁ ଏଠାରେ ବରଫରେ ଦବିଥିବା ଡାଇନାସୋରଙ୍କର ଯେଉଁ ଜୀବାଶ୍ମ ମିଳିଛି, ସେଥିରୁ ଏହା ଜଣାପଡ଼ିଛି।

d66

ବୈଜ୍ଞାନିକମାନେ କହିଥିଲେ ଯେ ଉଲ୍‌କାପିଣ୍ଡ ପୃଥିବୀ ସହ ଧକ୍କା ହେବା ଦ୍ୱାରା ସବୁକିଛି ବଦଳିଯାଇଛି। ଗ୍ଲାସିୟର ତରଳି ସମୁଦ୍ରରେ ମିଶିଯାଇଛି। ଫଳରେ ସମୁଦ୍ରର ଜଳସ୍ତର ବଢ଼ିଛି। ଭୂ-ବିଜ୍ଞାନରେ ଏହାକୁ ‘କ୍ରିଟେଶିୟସ୍‌ ମହାଯୁଗ’ ବୋଲି କୁହାଯାଇଥାଏ। ତଥ୍ୟ ମୁତାବକ, ଆଣ୍ଟାର୍କଟିକାରେ ଡାଇନାସୋରଙ୍କ ଛଡ଼ା ସେମାନଙ୍କ ପେଟ ଭରିବା ପାଇଁ ଦୁର୍ଲ୍ଲଭ ବୃକ୍ଷଲତା ମଧ୍ୟ ଥିଲା, ଯାହାକି କେବଳ ଗରମରେ ହିଁ ବଢ଼ିପାରୁଥିଲା। କିନ୍ତୁ ପରିବେଶରେ ପରିବର୍ତ୍ତନ ଆସିବାରୁ ହଠାତ୍‌ ପୂରା ଜଙ୍ଗଲ ନଷ୍ଟ ହୋଇଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.