Play Store ରେ ରହିଛି ୯ଟି ନକଲି ଆପ୍‌, ଯାହା ଆପଣଙ୍କ ଗୁଗଲ ଆଉ ଫେସବୁକ୍‌ ଆକାଉଣ୍ଟ ବିବରଣୀକୁ କରୁଛି ଚୋରି

ଆଜିକାଲି ସାଇବର ଠକାମି ବହୁ ମାତ୍ରାରେ ବଢିଯାଇଛି। କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ଏବଂ ଅର୍ଥନୈତିକ ଡାଟା ପାଇବା ପାଇଁ ନୂଆ ନୂଆ ଉପାୟ ଠକମାନେ ଆପଣାଉଛନ୍ତି। ଏପରି ସବୁ ଲୋକଙ୍କୁ ଠକିବା ପାଇଁ ସବୁଠାରୁ ସହଜ ଉପାୟ ହେଲା ନକଲି ଆପ୍‌। ଯଦି ଆପଣ ଭାବୁଥାନ୍ତି ଗୁଗଲ ପ୍ଲେ ଷ୍ଟୋରରୁ ଡାଉନଲୋଡ ହେଉଥିବା ସବୁ ଆପ୍‌ଗୁଡିକ ସୁରକ୍ଷିତ, ତେବେ ସାବଧାନ ହୋଇଯାଆନ୍ତୁ। ନିକଟରେ ଗୁଗଲ ଆକାଉଣ୍ଟରୁ ୯ଟି ଏପରି ନକଲି ଆଣ୍ଡ୍ରଏଡ୍‌ ଆପ୍ସ ବିଷୟରେ ଜଣାପଡିଥିଲା, ଯାହାକୁ ଏପର୍ଯ୍ୟନ୍ତ ୪.୭୦ ଲକ୍ଷ ଡାଉନଲୋଡ କରିଛନ୍ତି। ଲୋକେ ଏହାକୁ ପର୍ସନାଲ ଅପ୍ଟିମାଇଜେସନ ଟୁଲ ଭାବି ଡାଉନଲୋଡ କରୁଛନ୍ତି।

play store

ସାଇବର ସିକ୍ୟୁରିଟ୍‌ ସହିତ ଜଡିତ ଜାପାନୀ କମ୍ପାନୀ ଟ୍ରେଣ୍ଡ ମାଇକ୍ରୋ ରିପୋର୍ଟ ଅନୁଯାୟୀ, ନକଲି ଆପ୍‌ ବ୍ୟବହାର କରି ସାଇବର କ୍ରାଇମ କରୁଥିବା ବ୍ୟକ୍ତି ଗୁଗଲ ଏବଂ ଫେସବୁକ୍‌ ଆକାଉଣ୍ଟର ଆକ୍ସେସ୍‌ ପାଇଯାଉଛନ୍ତି। ଏହି ସବୁ ଆପ୍‌ର ନାମ ଏଭଳି ରଖାଯାଇଛି କି ଆପଣଙ୍କୁ ଲାଗିବ ଯେପରି ଆପଣଙ୍କ ଫୋନ ସ୍ପିଡ ବଢାଇବ ଏହି ଆପ୍‌ । ଏହି ଆପ୍‌ ମଧ୍ୟରେ ମାଲେଓ୍ଵୟାର ରହିଥାଏ। ଯାହା ଆପଣଙ୍କ ଫୋନର ସ୍ପିଡ ବଢାଇବା ସ୍ଥାନରେ ହଜାର ହଜାର ଭାରିଏଣ୍ଟ ଡାଉନଲୋଡ କରି ଗୁଗଲ ଏବଂ ଫେସବୁକ ଆକାଉଣ୍ଟର ଆକ୍ସେସ ପାଇଥାନ୍ତି ଠକ। ଗୁଗଲ୍‌ ପ୍ଲେ ଷ୍ଟୋରରେ ଥିବା ‘shoot clean-junk cleaner,phone booster,CPU cooler,super clean lite- booster,clean &CPU cooler,quick game-H5 game center, rocket cleaner, linkworldVPN,H5 gamebox’ ଭଳି ଅନେକ ଆପ୍‌ ଯାହାକୁ ଡାଉନଲୋଡ କରିବା ପାଇଁ ଆପଣଙ୍କ ପର୍ସନାଲ ଡାଟା ମଧ୍ୟ ହ୍ୟାକ୍‌ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.