Below header

ଚାନ୍ଦବାଲିରେ ଛିଡ଼ି ପଡ଼ିଲା ୧୧ କେ.ଭି ବିଦ୍ୟୁତ ତାର: ଜଳିଗଲା ବାଇକ୍‌, ଅଳ୍ପକେ ବର୍ତ୍ତିଲେ ଦାଦା ପୁତୁରା

ଚାନ୍ଦବାଲି: ଚାନ୍ଦବାଲିରେ ଛିଡ଼ି ପଡ଼ିଲା ୧୧ କେ. ଭି ବିଦ୍ୟୁତ ତାର। ଜଳିଗଲା ବାଇକ୍‌, ଅଳ୍ପକେ ବର୍ତ୍ତିଲେ ଦାଦା ପୁତୁରା। ଭୋର ସମୟରେ ଧାମରା ଗୁଆଁଳ ଗାଁର ସୁଦର୍ଶନ ଜେନା ଓ ଦୁର୍ଯ୍ୟୋଧନ ରାଉଳ ଏକ ବାଇକ୍‌ରେ କଇଥକୋଲା ବସ୍‌ଷ୍ଟାଣ୍ଟ ଯାଉଥିଲେ। ଏହି ସମୟରେ ଏକ ୧୧ କେ. ଭି ବିଦ୍ୟୁତ ତାର ଛିଡ଼ି ପଡ଼ିଥିଲା । ବାଇକ୍‌ଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଦାଦା ପୁତୁରା ଅଳ୍ପକେ ମୃତ୍ୟମୁଖରୁ ବର୍ତ୍ତି ଯାଇଛନ୍ତି । ଏହି ତାରଟି ଦୀର୍ଘ ଦିନ ହେବ ତଳକୁ ଓହଳି ରହିଥିବାରୁ ବଦଳାଇବା ପାଇଁ ଲୋକେ ବାରମ୍ବାର କହିଥିଲେ ମଧ୍ୟ ତାହା କରାଯାଇନଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.