Below header

ପ୍ରଥମ ଦିନରେ ବକ୍ସ ଅଫିସ୍‌ରେ କଲା କମାଲ୍‌ ଆୟୁଷ୍ମାନଙ୍କ ‘ବାଲା’

ଚଳିତ ବର୍ଷ ଆୟୁଷ୍ମାନ କୁରାନାଙ୍କ ତୃତୀୟ ଫିଲ୍ମ ‘ବାଲା’ ରିଲିଜ୍‌ ହୋଇସାରିଛି। ‘ବାଲା’ ଫିଲ୍ମ ପୂର୍ବରୁ ଆୟୁଷ୍ମାନଙ୍କ ଫିଲ୍ମ ‘ଆର୍ଟିକଲ ୧୫’ ଏବଂ ‘ଡ୍ରୀମ୍‌ ଗର୍ଲ’ ମଧ୍ୟ ବକ୍ସ ଅଫିସରେ ଭଲ କଲେକ୍ସନ କରିଥିଲା। ଏଥିରେ ଆୟୁଷ୍ମାନଙ୍କ ଫିଲ୍ମ ‘ବାଲା’ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ଚଳିତ ବର୍ଷ ମଧ୍ୟ ବକ୍ସ ଅଫିସରେ ବାଲାର ଭଲ ଆୟ କରିପାରିଛି।

ଫିଲ୍ମ ସମୀକ୍ଷକ ସୁମିତ କଦେଲ ‘ବାଲା’ ଫିଲ୍ମକୁ ନେଇ ଟ୍ଵିଟ କରିଛନ୍ତି । ଟ୍ଵିଟ୍‌ ଅନୁଯାୟୀ ଏହି ଫିଲ୍ମ ରିଲିଜ୍‌ ହେବାର ପ୍ରଥମ ଦିନରେ ହଲ୍‌ ରେ ୨୫ ରୁ ୩୦ ପ୍ରତିଶତ ଦର୍ଶକ ଉପସ୍ଥିତ ଥିଲେ। କିନ୍ତୁ ମ୍ୟାଟିନ୍‌ ସୋ’ ରେ ଏହି ୫୦ ରୁ ୬୦ ପ୍ରତିଶତ ବଢିଯାଇଥିଲା। ରିପୋର୍ଟ ଅନୁଯାୟୀ ପ୍ରଥମ ଦିନରେ ଫିଲ୍ମ ‘ବାଲା’ ୧୦ କୋଟି ଟଙ୍କା ଆୟ କରିପାରିଛି।

bala

ଏହାସହ ପଢନ୍ତୁ: ଏକାଠି ନଜର ଆସିବେ ତିନି ଜଣ ଖାନ୍‌, ଜାଣନ୍ତୁ କଣ ରହିଛି ଫିଲ୍ମର ନାଁ

ସୂଚନା ଅନୁଯାୟୀ ଏହି ଫିଲ୍ମର ବଜେଟ୍‌ ପାଖାପାଖି ୨୫ କୋଟି। ‘ବାଲା’ ଫିଲ୍ମକୁ ଭାରତରେ ତିନି ହଜାର ଏବଂ ଓଭରସିଜ୍‌ରେ ୫୫୦ଟି ସ୍କ୍ରିନ୍‌ ରେ ରିଲିଜ୍‌ ହୋଇଛି। ଅଧିକ ସ୍କ୍ରିନ୍‌ ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ଆୟୁଷ୍ମାନ ଖୁରାନାଙ୍କର ପ୍ରଥମ ଫିଲ୍ମ। ‘ବାଲା’ ଫିଲ୍ମରେ ଆୟୁଷ୍ମାନଙ୍କ ଅଭିନିତ ଫିଲ୍ମ ସମୀକ୍ଷକମାନେ ଖୁବ୍‌ ପ୍ରଶଂସା କରିଛନ୍ତି। ଏହି ଫିଲ୍ମରେ ଆୟୁଷ୍ମାନ ଜଣେ ସାଧାରଣ ମଣିଷ ଚରିତ୍ରରେ ଅଭିନୟ କରିଛନ୍ତି, ଯିଏ ଆମର ଆମର ଆଖ-ପାଖରେ ଘଟୁଥିବା ସମସ୍ୟାରେ ହିରୋ ହୋଇଥାନ୍ତି। ଏହି ପିଲ୍ମରେ ଆୟୁଷ୍ମାନ ଖୁରାନାଙ୍କ ବ୍ୟତୀତ ଭୂମି ପେଡନେକର, ୟାମି ଗୌତମ, ସୀମା ପାହଓ୍ଵା ଏବଂ ସେରଭ ଶୁକ୍ଳା ମଧ୍ୟ ଅଭିନୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.