ପୁଣି ଥରେ ଭାରତରେ ଖେଳାଯିବ ୨୦୨୩ ପୁରୁଷ ହକି ବିଶ୍ୱକପ୍

ନୂଆଦିଲ୍ଲୀ: ଗତ ବର୍ଷ ଭାରତ ପୁରୁଷ ହକି ବିଶ୍ୱକପ୍ ଆୟୋଜନ କରିଥିଲା। ୧୪ତମ ସଂସ୍କରଣର ଏହି ଟୁର୍ଣ୍ଣାମେଣ୍ଟ ଓଡ଼ିଶାର ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା। ତେବେ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌-୨୦୧୮ ସଫଳତାର ସହିତ ଆୟୋଜନ କରିଥିବାରୁ ପୁଣି ଥରେ ଭାରତରେ ୨୦୨୩ ପୁରୁଷ ହକି ବିଶ୍ୱକପ୍ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ବିଶ୍ୱକପ୍ ୨୦୨୩ ଜାନୁଆରି ୧୩ରୁ ଆରମ୍ଭ ହେବାକୁ ଥିବାବେଳେ ଜାନୁଆରି ୨୯ରେ ଫାଇନାଲ ମ୍ୟାଚ୍ ଖେଳାଯିବ। ଭାରତରେ ଏଯାଏଁ ସମୁଦାୟ ୩ଟି ପୁରୁଷ ହକି ବିଶ୍ୱକପ୍ ଖେଳାଯାଇସାରିଛି।ଭାରତ ସ୍ୱାଧୀନ ହେବା ପରେ ୧୯୭୧ ପରଠାରୁ ୪ର୍ଥ ଥର ପାଇଁ ହକି ବିଶ୍ୱକପ୍ ଆୟୋଜନ କରାଯାଉଛି। ହକି ବିଶ୍ୱକପ ଆୟୋଜନ ପାଇଁ ଭାରତ ସମେତ ୩ଟି ଦେଶ ଅବେଦନ କରିଥିଲା।

ଏହାସହିତ ପଢନ୍ତୁ:

ବଢ଼ିବାରେ ଲାଗିଛି ବାଂଲାଦେଶର ଅଧିନାୟକ ସାକିବ୍‌ ଅଲ୍‌ ହାସନ୍‌ଙ୍କ ଅଡୁଆ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.