Below header

କଣ ଆପଣ ମୋବାଇଲ ଗେମ ଖେଳିବାରେ ବିଶେଷ ସଉକ ରଖନ୍ତିକି , ତେବେ ଜାଣନ୍ତୁ କେମିତି କରିବେ ଏଥିରେ କ୍ୟାରିୟର

ଆଜିକା ସମୟର ଲୋକେ ଡିଜିଟାଲ ଲାଇଫ ଷ୍ଟାଇଲକୁ ଆଦରିଲେଣି । ଲୋକେ ଯେମିତି ବିଭିନ୍ନ ଇଲେକ୍ଟ୍ରୋନିକସ ଉପକରଣ ଗୁଡିକୁ ନିଜ ବ୍ୟକ୍ତିଗତ ଜୀବନର ଏକ ଅଂଶ ଭାବେ ମାନି ନେଲେଣି । ଭାରତରେ ଅବଶ୍ୟ ଏହାର ସାମାନ୍ୟ ବିଳମ୍ବ ଘଟିଥିଲେ ମଧ୍ୟ ଏଠିକାର ଯୁବ ପିଢ଼ି ଅନ ଲାଇନ ଗେମ ପାଇଁ ଏକ ପ୍ରକାର ପାଗଳ ପ୍ରାୟ । ଏମିତିକି ଅଧିକାଂଶ ଯୁବ ପିଢ଼ି ମୋବାଇଲ ଗେମିଙ୍ଗକୁ ନିଜ କ୍ୟାରିୟର ହିସାବରେ ଗ୍ରହଣ କରିବାକୁ ମଧ୍ୟ ପଛାଉ ନାହାନ୍ତି । ଡିଜିଟାଲ ଗେମ ଗୁଡିକର ପ୍ରଭାବଯେ କେବଳ ପିଲା ଓ ଯୁବ ପିଢିଙ୍କ ଉପରେ ହିଁ ପଡିଛି ତାହା ନୁହେଁ । ସବୁବର୍ଗର ଲୋକେ ଏହାର ଏକ ପ୍ରକାର ଦିୱାନା ପାଲଟି ଯାଇଛନ୍ତି । ଟିକିଏ ଫୁରସତ ମିଳିବା କ୍ଷଣି ସମସ୍ତେ ମୋବାଇଲ ଗେମରେ ମାତି ଯାଉଛନ୍ତି । ମୋବାଇଲ, ଭିଡିଓ ଓ ଗେମ ଆଦିରେ ଆପଣ ଏକ ସଫଳତାର ସହ ନିଜ କ୍ୟାରିୟର ଗଢି ପାରିବେ ।

mobile gaming

ଏମିତିକି ବିଭିନ୍ନ ପୋଷ୍ଟ ପାଇଁ ଆପଣଙ୍କୁ ମାସକୁ ଆରମ୍ଭରୁ ହିଁ ୩ ରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ବେତନ ମିଳିପାରିବ । ଅନ୍ୟ ପକ୍ଷରେ ଆଜିର ଯୁବ ପିଢ଼ି ପାଇଁ ମୋବାଇଲ ଗେମକୁ ଏକ ଷ୍ଟାଟସ ସିମ୍ବଲ ଭାବେ ଦେଖୁଛନ୍ତି । ବିଗତ କିଛି ବର୍ଷ ଧରି ଭାରତରେ କିଛି ଅନ ଲାଇନ ଗେମକୁ ନେଇ ଚର୍ଚ୍ଚା ବେଶ ଜୋର ଧରିଥିଲା । ଏହା ପରଠୁହିଁ ଲୋକେ ଅନ ଲାଇନ ଗେମକୁ ନେଇ ନିଜ କ୍ୟାରିୟର କରିବାକୁ ଉତ୍ସାହିତ ହୋଇଥିଲେ । ବଜାରରେ ଏବେ ସୋନିର ପ୍ଳେଷ୍ଟେସନ, ମାଇକ୍ରୋସଫଟର ଏକ୍ସ- ବକ୍ସ ଭଳି ଖେଳ ଗୁଡିକର ବହୁ ଚାହିଦା ରହିଛି । ଜାଭା, ସି, ସି ପ୍ଲୁସ ପ୍ଲୁସର, ୨ ଡି ଡେଭଲପର୍ସ, ୩ ଡି ଡେଭଲପର୍ସ ସମ୍ବନ୍ଧରେ ଜାଣିଥିବା ଯୁବକ ମାନଙ୍କ ପାଇଁ ଏହା ଏକ ଭଲ କ୍ୟାରିୟର ହୋଇପାରିବ । ଡିଜିଟାଲ ହୋଇଥିବା କାରଣରୁ ସମୟ ଅନୁସାରେ ଲୋକଙ୍କ ଚାହିଦା ମଧ୍ୟ ଦିନକୁ ଦିନ ବଦଳିଯାଏ ।

ଏହା ସହ ପଢନ୍ତୁ: ଗୋଟିଏରୁ ଅଧିକ ବ୍ୟାଙ୍କରେ ଖାତା ଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ୍‌ ଭୋଗିବାକୁ ପଡିପାରେ ଅନେକ ସମସ୍ୟା

ଗେମ ଡିଜାଇନରଙ୍କ କାମ କେବଳ ଗେମ ଡିଜାଇନ କରିବା ହୋଇନଥାଏ । ଡିଜିଟାଲ ଗେମ ଗୁଡିକୁ କିପରି ବିଭିନ୍ନ ରୂପ ଦିଆଯାଇପାରିବ ସେ ଦିଗରେ ମଧ୍ୟ କାମ କରିଥାନ୍ତି । ତେଣୁ ଟେକ୍ନିକାଲ ଜ୍ଞାନ ରହିବା ସହ ବ୍ୟକ୍ତିଙ୍କର ଆରଟିଷ୍ଟିକ ଜ୍ଞାନ ରହିବା ମଧ୍ୟ ନିହାତି ଦରକାର । ଏହାବାଦ କମ୍ପୁଟର ଗେମ ପ୍ରଡୁସର ମାନଙ୍କୁ ଡ଼ିଜାଇନିଂ ସହ ୨ ଡ଼ି ସଫ୍ଟ ୱେୟର ଓ ୩ ଡ଼ି ୱେଲଡୀଂଗ ସମ୍ବନ୍ଧରେ ବି ଜ୍ଞାନ ରହିବା ନିହାତି ଆବଶ୍ୟକ । ଏକ ଭଲ ଅଡିଓ ଇଂଜିନିୟର ହେବା ପାଇଁ ସାଉଣ୍ଡ ଇଂଜିନିୟରିଂ ସହ କମ୍ପୁଟର ସମ୍ବନ୍ଧରେ ଭଲ ଜ୍ଞାନ ରହିବା ନିହାତି ଆବଶ୍ୟକ । ତେଣୁ ବିଶେଷ ଭାବେ କମ୍ପୁଟର ଇଂଜିନିୟର ମାନେ ଏଥିରେ ଏକ ଭଲ କ୍ୟାରିୟର ଗଢ଼ିପାରିବେ ।

ଭାରତର କିଛି ଜଣାଶୁଣା ଗେମ ଡେଭଲପର୍ଶ:

୧.ଜମ୍ପ ଗେମ୍ସ, ମୁମ୍ବାଇ
୨.ଡିଜିଟାଲ ଚକୋଲେଟ, ବାଙ୍ଗାଲୋର
୩.ଗେମଲଫ୍ଟ, ହାଇଦରାବାଦ
୪.ଇଣ୍ଡିଆ ଗେମ୍ସ, ମୁମ୍ବାଇ
୫.ଇଲେକ୍ଟ୍ରୋନିକ୍ସ ଆର୍ଟ୍ସ, ହାଇଦରାବାଦ
୬.ମୋବାଇଲ ଟୁ ବିନ, ମୁମ୍ବାଇ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.