Below header

ଘରେ ଘରେ ପରିଚିତ ଅଙ୍ଗୁରି ଭାବି ସାଜିଲେ ପୋଲିସ ଅଫିସର

ଟିଭି ଜଗତର ଲୋକପ୍ରିୟ ଧାରାବାହିକ “ଭାବିଜି ଘର ପର ହେ” ସମେତ ଅନ୍ୟ ଧାରାବାହିକ ଗୁଡିକ ସୋମବାର ବା ଜୁଲାଇ ୧୩ ତାରିଖ ଠାରୁ ଫ୍ରେସ ଏପିସୋଡ ଆରମ୍ଭ ହୋଇଯାଇଛି । ଏନେଇ ସିରିଏଲ ନିର୍ମାତା ଦାବି କରିଛନ୍ତିକି, ପୂର୍ବ ତୁଳନାରେ ବର୍ତ୍ତମାନ ଏହି ସିରିଏଲ ଗୁଡିକ ଦର୍ଶକଙ୍କ ଅଧିକ ମନୋରଞ୍ଜନ କରିବ । ଭାବିଜି ଘର ପରା ହେର ଚରିତ୍ର ଅଂଗୂରୀ ଭାବିଙ୍କୁ ନେଇ ଚର୍ଚ୍ଚା ଅଧିକ ଜୋର ଧରିଛି । ସୂତ୍ର ଅନୁଯାୟୀ ଅଂଗୂରୀ ଭାବି ଆଉ ଘର କାମ କରିବେନି । ଏଣିକି ଘରୁ ପଦାକୁ ଗୋଡ କାଢିବେ ଆମ ପ୍ରିୟ ଅଂଗୂରୀ ଭାବି । ରୋଷେଇ କରିବା ବଦଳରେ ଏବେ ପୋଲିସ କର୍ମୀଙ୍କ କାମ କରିବେ ଆମ ପ୍ରିୟ ଭାଉଜ । ପୋଲିସ ସାଜି ଅଂଗୂରୀ ବି ବି ନିଜେ ଖୁବ ଖୁସି ଅଛନ୍ତି । ଆଗକୁ ଥିବା ଏପିସୋଡ ଗୁଡିକରେ ଅଂଗୂରୀ ନିଜ କଲୋନୀର ଛୋଟ ଛୋଟ ଗରିବ ପିଲାଙ୍କ ମଧ୍ୟରେ ମିଠା ବାଂଟୁଥିବାର ନଜର ଆସିବେ । ନିଜ ଟଙ୍କାର ଏମିତି ଅପବେୟ ସହିନପାରି ତାଙ୍କ ସ୍ୱାମୀ ମନମୋହନ ତିୱାରୀ ପୋଲିସ କମିଶୀନରଙ୍କ ନିକଟରେ ତାଙ୍କ ନାଁରେ ଅଭିଯୋଗ କରିବେ ।

anguri

କିନ୍ତୁ ବାଜି ଓଲଟି ଯିବ । ପୋଲିସ କମିଶିନର ଅଂଗୂରୀଙ୍କୁ ଦଣ୍ଡ ଦେବା ବଦଳରେ ତାଙ୍କୁ ଥାନା ଦାୟିତ୍ୱ ଦେଇଦେବେ । ନିଜର ଏହି ନୂଆ ଚରିତ୍ରକୁ ନେଇ ଖୁବ ଖୁସିଥିବା କହିଛନ୍ତି ଅଂଗୂରୀ ଭାବି ଚରିତ୍ରରେ ନଜର ଆସିଥିରେବ ଶୁଭାଙ୍ଗୀ ଅତ୍ର । ସେ କହିଛନ୍ତି ଆଗକୁ ସିରିଏଲରେ ଆହୁରି ଅଧିକ ମଜାଦାର ଏପିସୋଡ଼ ମାନ ଆସିବାର ଅଛି ।କହିରଖିବା ଉଚିତ ହେବକି, ଏହି ସିରିଏଲରେ ଅନିତା ଭାବି ଚରିତ୍ରରେ ନଜର ଆସିଥିବା ସୌମ୍ୟ ଟଣ୍ଡନଙ୍କ ବ୍ୟକ୍ତିଗତ ହେୟାର ଡିଜାଇନରଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି । ଯାହାକୁ ନେଇ ଶୋ’ ସେଟରେ ହଇଚଇ ଖେଳି ଯାଇଥିଲା । ଏହି କାରଣରୁ ସୌମ୍ୟଙ୍କୁ ବି କିଛି ଦିନ ପାଇଁ ସୋ’ ଠାରୁ ଦୁରେଇ ରହିବାକୁ ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.