ଆଜି ଭୁବନେଶ୍ଵରରୁ ୫୧ ଜଣ ଓ କଟକରୁ ୨୭ ଜଣ କରୋନା ପଜିଟିଭ ଚିହ୍ନଟ

କେନ୍ୟୁଜ : ଭୁବନେଶ୍ୱରରୁ ଆଉ ୫୧ ଜଣ କରୋନା ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୩୫ ଓ ଲୋକାଲ କଣ୍ଟାକ୍ଟରୁ ୧୬ ଟି କେସ୍ ଚିହ୍ନଟ ହୋଇଛି। ଲୋକାଲ କଣ୍ଟାକ୍ଟ ମଧ୍ୟରୁ ଚିହ୍ନଟଙ୍କ ଭିତରୁ ଚନ୍ଦ୍ରଶେଖରପୁର, ଲକ୍ଷ୍ମୀସାଗର, କଳିଂଗଵିହାର, ଭରତପୁର, ଖାରବେଳ ନଗର, ଶାସ୍ତ୍ରୀନଗର, ଝାରପଡା, ନୟାପଲ୍ଲୀ N-3 ଓ N-5ସହିତ ସରକାରୀ ହସ୍ପିଟାଲରୁ ସମୁଦାୟ ୧୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କ୍ୱାରେଣ୍ଟାଇନ୍‌ରୁ ଓଲଡ଼ ଟାଉନ, ଲକ୍ଷ୍ମୀସାଗର, ମାଷ୍ଟରକ୍ୟାଣ୍ଟିନ , ବରମୁଣ୍ଡା, ନୂଆଗାଁ, ରସୁଲଗଡ଼, କଳିଂଗଵିହାର, ନାଗେଶ୍ଵର ଟାଙ୍ଗି, ୟୁନିଟ-୨, ଘାଟିକିଆ, ପଟିଆ, ନୟାପଲ୍ଲୀ, ଝାରପଡା, ଡୁମଡ଼ୁମା, ସହିଦ ନଗର, ୟୁନିଟ-୬, ଗଜପତି ନଗର, ବମିଖାଲ ଇତ୍ୟାଦି ସ୍ଥାନରୁ ୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୁବନେଶ୍ୱରରେ ଆକ୍ଟିଭ୍ କେସ୍ ୩୯୭ ରହିଥିବା ବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୭୬୯ । ଏହି ଭାଇରସ ବର୍ତ୍ତମାନ ପର‌୍ୟ୍ୟନ୍ତ ୧୦ ଜଣଙ୍କ ଜୀବନ ନେଇଥିବା ବେଳେ ଭୁବନେଶ୍ୱରରେ ସମୁଦାୟ ୩୬୧ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

ସେହିପରି କଟକରୁ ଆଜି ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୨୪ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ଉଗଉ ପକ୍ଷରୁ ସୂଚନା ମିଳିଛି, ତେବେ ରିପୋର୍ଟ ଅନୁଯାୟୀ କଟକରେ ଆକ୍ଟିଭ୍ କେସ୍ ୧୫୦ ରହିଥିବା ବେଳେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୨୯୧ । ଏହି ଭାଇରସ ବର୍ତ୍ତମାନ ପର‌୍ୟ୍ୟନ୍ତ କଟକରେ ୭ ଜଣଙ୍କ ଜୀବନ ନେଇଥିବା ବେଳେ ସମୁଦାୟ ୧୩୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.