Below header

ଆକାଉଣ୍ଟରୁ ବ୍ଲୁ ଟିକ୍‌ ଗାଏବ ହୋଇଯିବା ପରେ ଟ୍ୱିଟ୍ କରି ଏମିତି କିଛି କହିଲେ ଅମିତାଭ ବଚ୍ଚନ

ବିଗ୍‌ ବି’ଙ୍କ ଟ୍ୱିଟର ଆକାଉଣ୍ଟରୁ ବି ଗାଏବ ହୋଇଯାଇଥିଲା ବ୍ଲୁ ଟିକ୍‌। କାହିଁକି ନା ମସ୍କଙ୍କୁ ପାଉଣା ଦେଇ ନ ଥିଲେ ବିଗ୍‌ ବି ଅମିତାଭ ବଚ୍ଚନ। ଯାହାଫଳରେ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇଦିଆଯାଇଥିଲା । ନିକଟରେ ଖବର ଆସିଥିଲା ଆଉ ଭେରିଫାଏଡ ଆକାଉଣ୍ଟରେ ରହିବନି ବ୍ଲୁଟିକ୍‌ । ଟ୍ଵିଇଟର ସିଇଓ ଏଲନ ମସ୍କ ଟ୍ଵିଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ ।

ବିଗ୍‌ ବି’ଙ୍କ ଟ୍ୱିଟର ଆକାଉଣ୍ଟରୁ ବି ଗାଏବ ହୋଇଯାଇଥିଲା ବ୍ଲୁ ଟିକ୍‌। କାହିଁକି ନା ମସ୍କଙ୍କୁ ପାଉଣା ଦେଇ ନ ଥିଲେ ବିଗ୍‌ ବି ଅମିତାଭ ବଚ୍ଚନ। ଯାହାଫଳରେ ତାଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇଦିଆଯାଇଥିଲା । ନିକଟରେ ଖବର ଆସିଥିଲା ଆଉ ଭେରିଫାଏଡ ଆକାଉଣ୍ଟରେ ରହିବନି ବ୍ଲୁଟିକ୍‌ । ଟ୍ଵିଇଟର ସିଇଓ ଏଲନ ମସ୍କ ଟ୍ଵିଟ ମାଧ୍ୟମରେ ଏହି ସୂଚନା ଦେଇଥିଲେ ।

ମସ୍କ କହିଥିଲେ ଯେଉଁ ୟୁଜର ପଇସା ଦେବେନାହିଁ ତାଙ୍କୁ ବ୍ଲୁଟିକ୍‌ର ଲାଭ ମିଳିବ ନାହିଁ । ତାଙ୍କ ଆକାଉଣ୍ଟରୁ ଏପ୍ରିଲ ୨୦ ତାରିଖରୁ ବ୍ଲୁ ଟିକ୍‌କୁ ହଟାଇ ଦିଆଯିବ । ତେବେ ଏହି ସୂଚନା ମିଳିବା ପରେ ଅମିତାଭ ବଚ୍ଚନଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟାଇଦିଆଯାଇଥିଲା। ଯାହାକୁଦେଖି ଚକିତ ହୋଇ ଯାଇଥିଲେ ଆଙ୍ଗ୍ରି ମ୍ୟାନ୍‌। ଶେଷରେ ମସ୍କଙ୍କୁ ଟଙ୍କା ଦେଲେ ଏବଂ ଆକାଉଣ୍ଟରେ ବ୍ଲୁ ଟିକ୍‌ ଫେରିପାଛନ୍ତି। ଏହି ଘଟଣାପରେ ଅମିତାଭ ଖୁବ୍‌ ଖୁସି ହୋଇ ‘ତୁ ଚିଜ୍‌ ବଡ଼ି ହେ, ମସ୍କ ମସ୍କ’ ବୋଲି ବି ଟ୍ୱିଟ କରିଛନ୍ତି।

 

ସୂଚନା ଥାଉକି, ଗତ ୨୦ ତାରିଖରେ ବହୁ ଟ୍ୱିଟର ଆକାଉଣ୍ଟରୁ ହଟାଇ ଦିଆଯାଇଥିଲା ବ୍ଲୁ ଟିକ୍‌। ଅମିତାଭ ବଚ୍ଚନଙ୍କ ବ୍ଯତିତ ବ୍ଲୁ ଟିକ୍‌ ହଟି ଯାଇଥିବା ସେଲିବ୍ରିଟିଙ୍କ ମଧ୍ୟରେ ଥିଲେ ଶାହରୁଖ ଖାନ, ସଲମାନ ଖାନ, ଶାହିଦ କପୁର,ଅକ୍ଷୟ କୁମାର, ସୋନୁ ସୁଦ, ଆଲିଆ ଭଟ୍ଟଙ୍କ ପରି ବହୁ ନାମୀଦାମୀ ସେଲିବ୍ରିଟିଙ୍କ। ସବୁବେଳେ ସୋସିଆଲ୍ ମିଡିଆରେ ଆକ୍ଟିଭ ରହୁଥିବା ଅମିତାଭ ବଚ୍ଚନଙ୍କୁ କିନ୍ତୁ ଏକଥା ସହଜରେ ହଜମ ହୋଇ ନଥିଲା।

ତେବେ ସେ ପ୍ରଥମେ ଟ୍ୱିଟ କରି ଲେଖିଥିଲେ- ଟ୍ୱିଟର ଭାଇ, ଏବେ ତ ତୁମକୁ ଟଙ୍କା ଦେଇଦେଲି। ଏବେ ତ’ ମୋ’ ନାଁ ଆଗରେ ଥିବା ବ୍ଲୁ ଟିକ୍‌ ଫେରାଇ ଦିଅ । ଯାହାଫଳରେ ଲୋକେ ଜାଣି ପାରିବେ ଯେ, ଏହା ମୋ’ ଆକାଉଣ୍ଟ । ମୁଁ ତୁମକୁ ହାତ ଯୋଡ଼ୁଛି, ଏବେ କ’ଣ ଗୋଡ଼ ଧରିବି । ଅମିତାଭଙ୍କ ଏପରି ମଜାଳିଆ ଟ୍ୱିଟକୁ ବହୁ ୟୁଜର୍ସ ପସନ୍ଦ କରିଛନ୍ତି।

ସୂଚନା ଥାଉକି, ଟଙ୍କା ଦେବା ପରେ ଅମିତାଭଙ୍କ ଆକାଉଣ୍ଟକୁ ବ୍ଲୁ ଟିକ୍‌ ଫେରିଥିଲା। ପୁଣି ଥରେ ଟ୍ୱିଟ କରି ଅମିତାଭ ଧନ୍ୟବାଦ ଜଣାଇବା ସହ ମସ୍କ ଭାଇ ତୁମ ପାଇଁ ଗୀତ ଗାଇବାକୁ ଇଚ୍ଛା ହେଉଛି। ଟିକେ ଶୁଣନ୍ତୁ- ତୁ ଚିଜ ବଡ଼ି ହୈ ମସ୍କ, ମସ୍କ, ତୁ ଚିଜ ବଡ଼ି ହୈ ବୋଲି ଟୁଇଟ କରିଥିଲେ ବିଗ୍‌ ବି। ଅମିତାଭଙ୍କ ଏହି ଟୁଇଟ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ସେହିପରି ସୋନୁ ସୁଦ ମଧ୍ଯ ଏକ ମଜାଳିଆ ଟ୍ୱିଟ କରିଛନ୍ତି। ସୋନୁ ସୁଦ ଟ୍ୱିଟ କରି ଲେଖିଛନ୍ତି, କିଏ ଏ ଭାଇଙ୍କୁ ବୁଝାଇବ, ବ୍ଲୁ ଟିକ୍‌ କିଣାଯାଏନି, ରୋଜଗାର କରିବାକୁ ପଡେ। ସେହିପରି ଶାହିଦ କପୁର ଟ୍ୱିଟ କରିଛନ୍ତି, ମୋ’ ବ୍ଲୁ ଟିକ୍‌କୁ କିଏ ଛୁଇଁଲା, ଏଲନ ତୁମେ’ ସେଠି ଥା, ମୁଁ ଯାଉଛି । ଏପରି ମଜାଳିଆ ଟ୍ୱିଟ୍ ଏବେ ଖୁବ୍‌ ଭାଇରାଲ ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.