ବାପାଙ୍କ ପରି ସହିଦ ହେଲା ପୁଅ, କାରଗିଲ ଯୁଦ୍ଧରେ ବାପା ଜୀବନ ଦେଇଥିଲେ ଏବେ ପୁଞ୍ଛ ଆତଙ୍କୀ ଆକ୍ରମଣରେ ଚାଲିଗଲା ପୁଅର ଜୀବନ

ବାପାଙ୍କୁ ହରାଇବା ପରେ ପରିବାରକୁ ଛାଡି ଦେଶ ପାଇଁ ଲଢିବାକୁ ଯାଇଥିଲେ କୁଲଓ୍ଵନ୍ତ । ଆଉ ମା’କୁ କହିଥିଲେ, ସବୁକିଛି ଠିକ୍‌ ହୋଇଯିବ, ମୋତେ କିଛି ହେବ ନାହିଁ । ତେବେ ମା’ଙ୍କୁ ଦେଇଯାଇଥିବା କଥା ରଖିପାରିଲେନି କୁଲଓ୍ଵନ୍ତ ।

ବାପା ଭଳି ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲା ପୁଅ । ବାପା କାରଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଏବେ ପୁଅ ଜମ୍ମୁ କାଶ୍ମୀରର ପୁଞ୍ଛ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ହେଲେ ସହିଦ। ପୁଞ୍ଛରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୫ ଜଣ ଯବାନଙ୍କ ମଧ୍ୟରେ ରହିଥିଲେ ସହିଦ କୁଲଓ୍ଵନ୍ତ ସିଂ । କୁଲଓ୍ଵନ୍ତଙ୍କ ବାପା ୧୯୯୯ କାରଗିଲ ଯୁଦ୍ଧ ବେଳେ ଦେଶ ପାଇଁ ସହିଦ ହୋଇଥିଲେ ।

ବାପା ସହିଦ ହେବାରେ ୧୦ ବର୍ଷ ପରେ କୁଲଓ୍ଵନ୍ତ ୨୦୧୦ରେ ସେନାରେ ଭର୍ତ୍ତି ହୋଇଥିଲେ । ବାପାଙ୍କୁ ହରାଇବା ପରେ ପରିବାରକୁ ଛାଡି ଦେଶ ପାଇଁ ଲଢିବାକୁ ଯାଇଥିଲେ କୁଲଓ୍ଵନ୍ତ । ଆଉ ମା’କୁ କହିଥିଲେ, ସବୁକିଛି ଠିକ୍‌ ହୋଇଯିବ, ମୋତେ କିଛି ହେବ ନାହିଁ ।

ତେବେ ମା’ଙ୍କୁ ଦେଇଯାଇଥିବା କଥା ରଖିପାରିଲେନି କୁଲଓ୍ଵନ୍ତ । ୨୪ ବର୍ଷ ପୂର୍ବେ ନିଜ ସ୍ୱାମୀଙ୍କୁ ହରାଇବା ପରେ ପୁଣି ପୁଅକୁ ହରାଇ ଭାଙ୍ଗିପଡିଛନ୍ତି କୁଲଓ୍ଵନ୍ତଙ୍କ ମା’ ।
କୁଲଓ୍ଵନ୍ତ ସହିଦ ହେବାର ଗୋଟେ ଦିନ ପୂର୍ବରୁ ପତ୍ନୀଙ୍କୁ ଫୋନ କରିଥିଲେ । ନିଜ ପରିବାର କଥା ପଚାରି ବୁଝିଥିଲେ । କୁଲଓ୍ଵନ୍ତଙ୍କର ଦେଢ ବର୍ଷର ଝିଅ ଏବଂ ୪ ମାସର ପୁଅ ଅଛନ୍ତି ।

ସୂଚନା ଅନୁସାରେ, କୁଲଓ୍ଵନ୍ତ ଘର ପଞ୍ଜାବ ପୋଗା ସହରର ଚାଡ଼ିକ ଗ୍ରାମରେ । ନୂଆ ଘର ପାଇଁ ଆଶା ରଖିଥିବା କୁଲଓ୍ଵନ୍ତଙ୍କ ଆଶା ଆଶାରେ ରହିଗଲା । ନୂଆ ଘର ତୋଳିବା ଆଗରୁ ଜୀବନ ଚାଲିଗଲା । ଘରର ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଭାଙ୍ଗିପଡିଛି ପରିବାର ।

ସୂଚନାଯୋଗ୍ୟ, ଏପ୍ରିଲ ୨୦ ତାରିଖରେ ଜମ୍ମୁ କଶ୍ମୀରର ପୁଞ୍ଛରେ ଏକ ସେନା ଟ୍ରକ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଫଳରେ ଟ୍ରକରେ ନିଆଁ ଲାଗିଯାଇଥିଲା । ଏଥିରେ ୫ ଜଣ ଯବାନ ସହିଦ ହୋଇଥିଲେ । ଏହି ଟ୍ରକରେ ଇଫତାର ପାର୍ଟି ପାଇଁ ଜିନିଷ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.