ପୁଞ୍ଛରେ ସେନା ଟ୍ରକ ଉପରେ ଷ୍ଟିକି ବୋମା, ୨ଟି ଗ୍ରେନେଡ, ଏକେ-୪୭ରେ ୩୬ ରାଉଣ୍ଡ ଗୁଳି କରିଥିଲେ ଆତଙ୍କବାଦୀ

ପୁଞ୍ଛରେ ହୋଇଥିବା ସେନା ଟ୍ରକ ଉପରେ ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଲା ନୂଆ ତଥ୍ୟ । ଷ୍ଟିକି ବୋମା, ୨ଟି ଗ୍ରେନେଡ, ଏକେ-୪୭ରେ ୩୬ ରାଉଣ୍ଡ ଗୁଳି କରିଥିଲେ ଆତଙ୍କବାଦୀ ।

ଜମ୍ମୁ କଶ୍ମୀରର ପୁଞ୍ଛ ଜିଲ୍ଲାରେ ସେନା ଟ୍ରକ ଉପରେ ହୋଇଥିବା ଆକ୍ରମଣ ମାଲାରେ ବଡ ତଥ୍ୟ ସାମ୍ନାକୁ ଆସିଛି । ଆତଙ୍କୀ ସେନା ଟ୍ରକକୁ ଉଡାଇବା ପାଇଁ ଷ୍ଟିକି ବୋମାର ବ୍ୟବହାର କରିଥିଲେ । ଯାହାର ପ୍ରମାଣ ମିଳିଛି । ସେନା ଗାଡିରେ ବୋମା ପ୍ଲାଣ୍ଟ କରି ଆତଙ୍କୀ ପାଖାପାଖି ୩୬ ରାଉଣ୍ଡ ଗୁଳି ଚଳାଇଥିଲେ ।

ଏଭଳି କାଣ୍ଡ ଘଟାଇଥିବା ଆତଙ୍କୀକୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି । ଆତଙ୍କୀକୁ ଖୋଜିବା ପାଇଁ ଡ୍ରୋନ, ସନ୍ଧାନୀ କୁକୁର ଏବଂ ହେଲିକପ୍ଟରର ବ୍ୟବହାର କରାଯାଉଛି । ୯ ଘଣ୍ଟା ଧରି ଏନଏସଜି ଯବାନ ସନ୍ଧାନ ଚଲାଇଥିଲେ । ଏହି ସଂପୂର୍ଣ୍ଣ ଘଟଣାର ଯାଞ୍ଚ ଲଗାତାର ହେଉଛି ।

ରିପୋର୍ଟ ମୁତାବକ, ଆରଆର ଯବାନ ସେଗାଟ ଅଞ୍ଚଳରେ ୨୦ ଏପ୍ରିଲ ରାତିରେ ଇଫତାର ପାର୍ଟିର ଆୟୋଜନ କରିଥିଲେ। ସେନା ପକ୍ଷରୁ ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ଏଭଳି ଇଫତାର ପାର୍ଟିର ଆୟୋଜନ କରାଯାଇଥାଏ । ଆଉ ଆତଙ୍କୀ ଏହି ଆୟୋଜନକୁ ନେଇ ନାରାଜ ରହିଥିଲେ । ତେଣୁ ସେନାର ଟ୍ରକ ଇଫତାର ପାର୍ଟି ପାଇଁ ଜିନିଷ ନେଇ ଯାଉଥିବା ବେଳେ ଆତଙ୍କୀ ହମଲା କରିଥିଲେ । ଫଳରେ ଆକ୍ରମଣରେ ସେନା ଟ୍ରକରେ ନିଆଁ ଲାଗିଯାଇଥିଲା । ଆଉ ୫ ଜଣ ଯବାନ ସହିଦ ହୋଇଯାଇଥିଲେ ।

ଏହି ଘଟଣା ପର ଇଫତାର ପାର୍ଟି ପାଇଁ ଜିନିଷ ଯାଉଥିବା ଗାଁ ଲୋକ ଦୁଃଖରେ ରହିଛନ୍ତି । ଯବାନଙ୍କ ସହିଦ ହେବା ଯୋଗୁଁ ସେମାନେ ଇଦ୍‌ ମନାଇବାକୁ ମନା କରିଦେଇଛନ୍ତି ।

ଏହି ଘଟଣାରେ ମନଦୀପ ସିଂ, ହରିକିଶନ ସିଂ, ଲାନ୍ସ ନାଏକ କୁଲଓ୍ଵନ୍ତ ସିଂ, ସେବକ ସିଂ, ଦେବାଶିଷ ବିଶ୍ୱାଳ ସହିଦ ହୋଇଥିଲେ । ସେହିପରି ଆଉ ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କର ଚିକିତ୍ସା ସେନା ହସପିଟାଲରେ ଚାଲିଛି । ଆକ୍ରମଣ ପରେ ସୁରକ୍ଷା ବଳ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଆତଙ୍କୀକୁ ଖୋଜିବା ପାଇଁ ଡ୍ରୋନର ସାହାଯ୍ୟ ନିଆଯାଇଛି । ଆକ୍ରମଣ ପଛରେ ପିଏଏଫଏଫ ନାମକ ଆତଙ୍କୀ ସଂଗଠନ ଦାୟୀ ରହିଛି । ଏହା ପାକିସ୍ତାନୀରେ ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ ସହିତ ଜଡିତ ବୋଲି ଖବର ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.