Below header

୫ ଅପରାଧୀଙ୍କୁ ଗିରଫ କଲା ପୁରୀ ପୋଲିସ, ମୋଷ୍ଟ ୱାଣ୍ଟେଡ ଅପରାଧୀ ମନୁଆ ମହାନ୍ତି ସାମିଲ

ମନୁଆ ସହ ୪ ସହଯୋଗୀଙ୍କୁ ଗିରଫ କଲା ପୁରୀ ପୋଲିସର ସ୍ପେଶାଲ ସ୍କ୍ଵାଡ ଓ ତାଳବଣିଆ ପୋଲିସ। ବିଶ୍ୱସ୍ତ ସୂଚନା ମିଳିବା ପରେ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ। ମନୁଆ ନାଁରେ ବିଭିନ୍ନ ଥାନାରେ ୧୮ରୁ ଅଧିକ ମାମଲା ରହିଛି। ତା ନିକଟରୁ ୩ଟି ପିସ୍ତଲ, ୧୦ଟି ଜୀବନ୍ତ ଗୁଳି ଜବତ କରାଯାଇଛି।

ପୁରୀ(କେନ୍ୟୁଜ): ପୋଲିସ କବଜାରେ ମୋଷ୍ଟ ୱାଣ୍ଟେଡ ଅପରାଧୀ ମନୁଆ ମହାନ୍ତି। ମନୁଆ ସହ ୪ ସହଯୋଗୀଙ୍କୁ ଗିରଫ କଲା ପୁରୀ ପୋଲିସର ସ୍ପେଶାଲ ସ୍କ୍ଵାଡ ଓ ତାଳବଣିଆ ପୋଲିସ। ବିଶ୍ୱସ୍ତ ସୂଚନା ମିଳିବା ପରେ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ। ମନୁଆ ନାଁରେ ବିଭିନ୍ନ ଥାନାରେ ୧୮ରୁ ଅଧିକ ମାମଲା ରହିଛି। ତା ନିକଟରୁ ୩ଟି ପିସ୍ତଲ, ୧୦ଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ଜଗତସିଂହପୁରର ସୌମ୍ୟରଞ୍ଜନ ବିଶ୍ୱାଳ,ରଘୁପତି ନଗରର ମିଳନ ମିଶ୍ର, ସୁଆର ସାହିର ଦୀପକ ସୁଆର ଓ ମାର୍କଣ୍ଡେଶ୍ୱର ସାହିର ନିଲୁ ବାରିକ। ଏମାନେ ହୁଳୁହୁଳିଆ ପୋଲ ନିକଟ ଏକ ପରିତ୍ୟକ୍ତ ଘରେ ଆଶ୍ରୟ ନେଇଥିବାବେଳେ ସ୍ପେଶାଲ ସ୍କ୍ଵାଡ ଓ ତାଳବଣିଆ ଥାନା ପୋଲିସ ସେମାନଙ୍କୁ ଗିରଫ କରିଥିଲା।

ଗତ ୨୯ ଦିନ ଧରି ଗୁଇନ୍ଦା ବିଭାଗ ତାର ଗତିବିଧି ଉପରେ ନଜର ରଖିଥିଲେ। ତେବେ ମନୁଆ ବାରମ୍ବାର ତାର ଲୋକେସନ୍‌ ବଦଳାଉଥିଲା। ପୁରୀ ଓ ଆଖପାଖ ଜିଲ୍ଲାରେ ବଡ଼ଧରଣର ଅପରାଧ ଭିଆଇବା ପାଇଁ ଯୋଜନା କରୁଥିବା ପୋଲିସ କହିଛି। ଅପରାଧୀଙ୍କ ବିରୋଧରେ ଅପରେସନ ଜାରି ରହିବ ବୋଲି ପୁରୀ ଏସପି କେ.ବିଶାଲ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.