Below header

ବିଗବସ ଘରୁ ବାହାରକୁ ଆସିବା ପରେ ନିଜର ମୀରା ଜସଲୀନକୁ ନେଇ ଅନୁପଙ୍କ ନୂଆ ଭଜନ

ବିଗ ବସ ୧୨ରେ ଘରୁ ବାହାରି ଅନୂପ ଜଲୋଟାଙ୍କର ବ୍ୟବହାର ବଦଳି ଯାଇଛି। ବିଗବସ ଘର ଭିତରେ ସେ ଜସଲୀନଙ୍କ ସହ ପ୍ରେମ ପ୍ରସଙ୍କ କରୁଥିବାର ନଜର ଆସିଥିଲେ। ଅନ୍ୟପଟେ ବିଗବସ ଘରୁ ଆସିବା ପରେ ଅନୁପ କହିଲେ ଯେ ତାଙ୍କର ସମ୍ପର୍କ ଜସଲୀନଙ୍କ ସହିତ ବହୁତ ସ୍ବତନ୍ତ୍ର ଅଟେ। କିନ୍ତୁ ଏହି ସମ୍ପର୍କ କେବଳ ସଂଗୀତରେ ଜଡିତ ଅଛି। ଏକ ସୂଚନା ଅନୁଯାୟୀ ପ୍ରଥମରୁ ହିଁ ସୂଚନା ଥିଲା ଯେ ଅନୂପ ’ଶୋ’ରେ ଅଧିକ ଦିନ ପର‌୍ୟ୍ୟନ୍ତ ରହିପାରିବେ ନାହିଁ। କାରଣ ତାଙ୍କୁ ନିଜ ’ଶୋ’ ପାଇଁ ବିଦେଶ ଯିବାର ଥିଲା।

anoop ଅବଶ୍ୟ ଖବର ଅନୁଯାୟୀ ବିଗବସ ନିଜ ଟିଆରପି ପାଇଁ ଅନୂପଙ୍କର ବିଦେଶ କନସର୍ଟ ଶେଷ ହେବା ପରେ ପୁନର୍ବାର ଘରକୁ ଏଣ୍ଟ୍ରୀ କରିବା ପାଇଁ ଅଫର କରିପାରେ। ବର୍ତ୍ତମାନର ଖବର ଅନୁଯାୟୀ ସେ ’ଶୋ’ରୁ ବାହାରକୁ ଆସିବା ସହିତ ସେ ତାଙ୍କର ଏକ ଅଲଗା ଭଜନ ଗୀତ ଆରମ୍ଭ କରିଦେଇଛନ୍ତି। ସେ କହୁଛନ୍ତି ଯେ ଜସଲୀନଙ୍କ ସହିତ ତାଙ୍କର ସମ୍ପର୍କ ବହୁତ ଭଲ ଅଟେ। ସେ ପୁଣି ଥରେ ବିଗବସରେ ଆସିବାକୁ ଚାହୁଁଛନ୍ତି।

anoopଅନୂପଙ୍କ ଏହା ମଧ୍ୟ କହିଲେ ଯେ ସେ ତାଙ୍କର ବ୍ୟକ୍ତିତ୍ବକୁ ନେଇ ବହୁତ ଯତ୍ନଶୀଳ। ଏହି କାରଣରୁ ମଧ୍ୟ ସେ ଘରୁ ଜଲଦୀ ବାହାରିବାକୁ ଚାହୁଁଥିଲେ। ଅନୂପ ସଫା ସଫା କହିଥିଲେ ଯେ ଯାହାକୁ ଯାହା ଭାବିବାର ଅଛି ଭାବନ୍ତୁ, କିନ୍ତୁ ମୋର ଜସଲୀନଙ୍କ ସହିତ ଯେଉଁ ସମ୍ପର୍କ ତାହା ଅତୁଟ ଅଟେ। ମୁଁ ଏହି ସମ୍ପର୍କକୁ କେବେ ବି ଶାରୀରିକ ଭାବରେ ନେଇ ନାହିଁ। ଅନୂପ ଏହି କଥାରେ ମଧ୍ୟ ଖୁସି ଅଛନ୍ତି ଯେ ଘର ଭିତରେ ରହି ସେ ଚାରି କିଲୋ ଓଜନ କମାଇବାରେ ମଧ୍ୟ ସାହାଯ୍ୟ ପାଇପାରିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.