Below header

ୱାରେଣ୍ଟ ଜାରି ହେବା ପରେ ନାଚି ନାଚି ଥାନାରେ ପହଂଚିଲେ ଯୁବକ, ହେଲେ କାହିଁକି ?

ଜେଲର ନାଁ ଶୁଣିବା ମାତ୍ରେ ଭଲ ଭଲ ଲୋକଙ୍କ ଶରୀରରୁ ଝାଳ ବାହାରିଯାଏ । ହୃଦଗତି ବଢିଯାଇଥାଏ । ଯଦି କେହି ଜେଲ୍ ଯିବା କଥା କହି ବି ଦିଏ ତେବେ ସାମ୍ନାରେ ଥିବା ଲୋକ ପଛକୁ ହଟିଯାଆନ୍ତି । କିନ୍ତୁ ଗୁଜୁରାଟର ଏହି ବ୍ୟକ୍ତି ଜଣକ ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା । କାରଣ ୱରେଣ୍ଟ ଆସିବା ପରେ ବ୍ୟକ୍ତି ଜଣକ ନାଚି ନାଚି ପହଂଚିଥିଲେ ଅଫିସରେ । ଏହି ଖବର ପଢିବା ପରେ ଆପଣଙ୍କୁ ନିଶ୍ଚୟ ଲାଗୁଥିବ ଯେ ବ୍ୟକ୍ତି ଜଣଙ୍କର ମୁଣ୍ଡ ଖରାପ ହୋଇଯାଇଛି । କିନ୍ତୁ ସେମିତି କିଛି ନଥିଲା ।

ବ୍ୟକ୍ତି ଜଣକ ହେଉଛନ୍ତି ବଡୋଦରାର ହେମନ୍ତ ରାଜପୁତ । ଯିଏ ୱାରେଣ୍ଟ ଆସିବା ପରେ ଫେରାର୍ ନହୋଇ ନାଚି ନାଚି ପହଂଚିଥିଲେ ପୋଲିସ୍ ଷ୍ଟେସନ୍ । ତେବେ ହେମନ୍ତଙ୍କା କାହାଣୀ ଅତ୍ୟନ୍ତ ରୋଚକ । ସୂଚନା ଅନୁସାରେ ସୁନୀତା ନାମକ ଜଣେ ମହିଳାଙ୍କ ସହ ହେମନ୍ତଙ୍କର ବିବାହ ହୋଇଥିଲା । କିନ୍ତୁ ବିବାହର କିଛି ବର୍ଷ ପରେ ଶାଶୁ ଶଶୁରଙ୍କ ସହ ରହିବା ପାଇଁ ଅରାଜି ହୋଇଥିଲେ । ଏଥିରେ କିନ୍ତୁ ହେମନ୍ତ ଅରାଜି ହେବାରୁ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଏହାପରେ ବାପ ଘରକୁ ଚାଲିଗଲେ ସୁନୀତା ଏବଂ ଉଭୟଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଥିଲା ।

arrestତେବେ ଛାପପତ୍ର ପରେ ସୁନୀତାଙ୍କୁ ପ୍ରତିମାସରେ ୩୫୦୦ ଟଙ୍କା ଦେବାପାଇଁ ହେମନ୍ତଙ୍କୁ ଅର୍ଡର କରିଥିଲେ କୋର୍ଟ । କିନ୍ତୁ ହେମନ୍ତ କୋର୍ଟଙ୍କ ନିର୍ଦ୍ଦେଶକୁ ମାନିନଥିଲେ । ଯାହା ଫଳରେ ଏହା ବଢି ୯୫,୫୦୦ ଟଙ୍କା ହୋଇଯାଇଥିଲା । ଏହି ଟଙ୍କା ପାଇବା ପାଇଁ ପୁଣି ଥରେ କୋର୍ଟର ଦ୍ବାରସ୍ଥ ହୋଇଥିଲେ ସୁନୀତା । ଆଉ ଏଥର ଅଦାଲତଙ୍କ କଥା ଅମାନ୍ୟ କରିଥିବାରୁ ହେମନ୍ତଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଥିଲା । ୨୭୦ ଦିନର ଜେଲ୍ ଦଣ୍ଡ ଶୁଣାଇଥିଲେ କୋର୍ଟ । ଏହି ଆଦେଶ ପରେ ହେମନ୍ତଙ୍କୁ ଗିରଫ କରିବା ପାଇଁ ପହଂଚିଥିଲା ପୋଲିସ୍ । କିନ୍ତୁ ସେ ଘରେ ନଥିଲେ । ଏହା ପରଦିନ ନିଜ ସାଙ୍ଗ ମାନଙ୍କ କାନ୍ଧରେ ବସି ବେକରେ ଫୁଲମାଳ ପକାଇ ନିଜେ ପୋଲିସ୍ ଷ୍ଟେସନ୍ ପହଂଚିଥିଲେ ।

ହେମନ୍ତଙ୍କ କହିବା ଅନୁଯାୟୀ, ଜେଲରେ ରହିବେ ପଛେ ପତ୍ନୀ ସୁନୀତାଙ୍କୁ ଫଟା ପାହୁଲାଟିଏ ମଧ୍ୟ ଦେବେ ନାହିଁ । କାରଣ ତାଙ୍କ ବାପା ମା’ଙ୍କୁ ବହୁତ ହଇରାଣ କରିଛନ୍ତି ସୁନୀତା । ତେବେ ଅନେକ ଲୋକ ହେମନ୍ତଙ୍କର ଏହି ପଦକ୍ଷେପକୁ ପ୍ରଶଂସା କରିଛନ୍ତି । କାରଣ ସବୁବେଳେ ଭୁଲ୍ ସ୍ବାମୀଙ୍କର ନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.