ଏପରି ଏକ ସହର ଯେଉଁଠାରେ ପ୍ଲାଷ୍ଟିକ୍ ବୋତଲ ନୁହଁ ଅଦରକାରୀ, ଏଥିରୁ ପ୍ରସ୍ତୁତ କରାଯାଉଛି ଫାଇଭଷ୍ଟାର ହୋଟେଲ ପାଇଁ କାରପେଟ୍

ପାନିପତ୍ : ପ୍ଳାଷ୍ଟିକ୍ ଏବେ ସାରା ଦୁନିଆରେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କିନ୍ତୁ ଦୁନିଆରେ ଏପରି ଏକ ସହର ରହିଛି ଯେଉଁଠାରେ ରୋଜଗାରର ଉପାୟ ହୋଇଛି ପ୍ଲାଷ୍ଟିକ। ଏଠାରେ ପ୍ଲାଷ୍ଟିକକୁ ଏପରି ଭାବେ ବ୍ଯବହାର କରାଯାଉଛି ଯାହା ସାଧାରଣତଃ କିଏ ବିଶ୍ବାସ କରିପାରିବେ ନାହିଁ। ଖାଲି ତାହା ନୁହଁ ଏହା ଦେଶକୁ ଆର୍ଥିକ ଅଗ୍ରଗତି ଆଡ଼କୁ ନେବାରେ ମଧ୍ୟ ସାହାଯ୍ଯ କରୁଛି। ଏହା ସାହାଯ୍ଯରେ ସହରବାସୀ କମାଉଛନ୍ତି ବିଦେଶୀ ମୁଦ୍ରା। ଏଠାକାର ସ୍ଥାନୀୟ ବାସୀ ପ୍ଲାଷ୍ଟିକର ବୋତଲରେ ପ୍ରସ୍ତୁତ କରୁଛନ୍ତି ସୁନ୍ଦର ସୁନ୍ଦର କାରପେର୍ଟ ବା ସତରଞ୍ଜି। ଏହାକୁ ଖାଲି ସ୍ଥାନୀୟ ଲୋକ ଯେ ବ୍ଯବହାର କରୁଛନ୍ତି ତାହା ନୁହଁ, ଏହାର ବ୍ଯବସାୟ କରି ସହର ବାସିନ୍ଦା ଭଲ ରୋଜଗାର ମଧ୍ୟ କରୁଛନ୍ତି। ଆସନ୍ତୁ ଜାଣିବା କିପରି କରାଯାଉଛି ଏହାକୁ ବ୍ଯବହାର ।

Samples-of-Carpet

ପାନିପଥରେ ବୋତଲକୁ ତରଳାଇ ସେଥିରୁ ପ୍ରସ୍ତୁତ କରୁଛନ୍ତି ସୂତା ବା ପ୍ଲାଷ୍ଟିକର ପତଳା ଡ଼ୋର। ପରେ ତାହାକୁ ବିଭିନ୍ନ ପ୍ରକାରେ ବ୍ଯବହାର କରି ପ୍ରସ୍ତୁତ କରାଯାଉଛି ଅତି ସୁନ୍ଦର କାରପେଟ ବା ସତରଞ୍ଜି। କହିବାକୁ ଗଲେ ସର୍ବାଧିକ ପ୍ଲାଷ୍ଟିକ୍ ସୂତା ପାନିପତରେ ହିଁ ମିଳିଥାଏ। ଏଥିରୁ ଖାଲି ଯେ କାରପେଟ ପ୍ରସ୍ତୁତ କରାଯାଇଥାଏ ତାହା ନୁହଁ ବରଂ ଦରୀ, ସପ ଏବଂ ଆସନ ମଧ୍ୟ ପ୍ରସ୍ତୁତ କରାଯାଇଥାଏ। ଏହାକୁ ସ୍ଥାନୀୟ ବାସିନ୍ଦା ବ୍ଯବହାର କରିବା ସହ ଅନ୍ଯନ୍ଯା ଦେଶ ବିଦେଶରେ ମଧ୍ୟ ବିକ୍ରି କରିଥାନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ କିନ୍ତୁ ଦୁନିଆରେ ସବୁଠାରୁ ଅଧିକ ପ୍ରାୟ ୫୦୦କୋଟି ପ୍ରକାରର ପ୍ଲାଷ୍ଟିକ୍ ସୂତା ପାନିପତରେ ପ୍ରସ୍ତୁତ କରାଯାଇଥାଏ। ଏହି ସୂତାରୁ କରାଯାଇଥାଏ ଏକ ହଜାର କୋଟିରୁ ଅଧିକ କାରପେଟ, ଦରୀ ଏବଂ ମ୍ଯାଟ  ବିଦେଶରେ ନିର୍ମାଣ କରାଯାଇଥାଏ। ଆମେରିକା ସହିତ ୟୁରୋପିଆନ ଦେଶର ଫାଇଭଷ୍ଟାର ହୋଟେଲ ମାନଙ୍କରେ ପାନୀପତ ନିର୍ମିତ କାରପେଟ ବିଛାଯାଇଥାଏ।

Plastic-spiral-thread

ରି-ସାଇକେଲିଂ ହବରେ ପାରିଣତ ହୋଇଛି ପାନୀପତ ସହର। ଏଠାରେ ପୁରୁଣା କପଡ଼ା ରୁ ଆରମ୍ଭ କରି ପ୍ଲାଷ୍ଟିକ୍ ପର୍ଯ୍ଯନ୍ତ ସମସ୍ତ ଜିନିଷର କରାଯାଉଛି ନବିକରଣ। କହିବାକୁ ଗଲେ ପରିବେଶ ସୁରକ୍ଷା ପାଇଁ ନିୟମିତ ଭାବେ କାର୍ଯ୍ଯ କରୁଛି ଏଠାରେ ସମସ୍ତ କମ୍ପାନି।