ଦୀପାବଳିରେ ଉପହାରରେ ଦିଅନ୍ତୁ ଜିଓଫୋନ୍ ଗିଫ୍ଟ କାର୍ଡ଼, ଏପରି କରନ୍ତୁ ବ୍ଯବହାର

ନୂଆଦିଲ୍ଲୀ : ନିଜର ଶସ୍ତା ପ୍ଲାନ୍ ପାଇଁ ଟେଲିକମ୍ ଦୁନିଆରେ ଧମାକା ମଚାଇବା ପରେ ଏବେ ଗ୍ରାହକଙ୍କ ପାଇଁ ଜିଓ ଆଣିଛି ଦୀପାବଳିର ଅଫର। କମ୍ପାନି ଏବେ ଜିଓଫୋନ୍ ଫେଷ୍ଟିଭ୍ ଗିଫ୍ଟ କାର୍ଡ଼ ଲଞ୍ଚ କରିଛି। ଯାହାର ମୂଲ୍ଯ ୧୦୯୫ ଟଙ୍କା ରହିଥିବା ବେଳେ ଏହାକୁ ଗ୍ରାହକଙ୍କ ପୂଜାରେ ନିଜ ଆତ୍ମୀୟ ମାନଙ୍କୁ ଉପହାର ସ୍ବରୁପ ଦେଇପାରିବେ। ଏହା ଛଡ଼ା ଏହି ଗିଫ୍ଟ କାର୍ଡ଼କୁ ରିଡ଼ିମ୍ କରି ଆପଣ ଜିଓଫୋନ ମଧ୍ୟ କ୍ରୟ କରିପାରିବେ। ଏହି ଗିଫ୍ଟକାର୍ଡ଼ ଆପଣ ରିଲାଏନ୍ସ ଫ୍ରେସ୍, ରିଲାଏନ୍ସ ସ୍ମାର୍ଟ, ରିଲାଏନ୍ସ ଡ଼ିଜିଟାଲ ସ୍ପୋର୍ଟ୍ସ ସହିତ ସମସ୍ତ ରିଲାଏନ୍ସ ଅଧିକୃତ ଷ୍ଟୋରରେ ଉପଲବ୍ଧ ରହିଛି। ଗ୍ରାହକ ଏହାକୁ ଅନଲାଇନ୍ ଆମାଜନ୍ ଇଣ୍ଡିଆରୁ ମଧ୍ୟ ଅର୍ଡ଼ର କରିପାରିବେ।
ରିଲାଏନ୍ସ ଜିଓଫୋନ୍ ଗିଫ୍ଟ କାର୍ଡ଼କୁ ମନସୁନ୍ ହଙ୍ଗମା ଅଫର ସହ ଲଞ୍ଚ କରାଯାଇଛି। ଏଥିରେ ଗ୍ରାହକ କୌଣସି ମଧ୍ୟ ବ୍ରାଣ୍ଡର ପୁରୁଣା ଫୋନକୁ ବଦଳାଇ କେବଳ ୫୦୧ଟଙ୍କାରେ ଜିଓଫୋନ୍ କିଣିପାରିବେ। ଏହି ଗିଫ୍ଟ କାର୍ଡ଼ ରହିଥିଲେ ଗ୍ରାହକଙ୍କୁ ଆଉ ୫୦୧ ଟଙ୍କା ଦେବାକୁ ପଡ଼ିବ ନାହିଁ। ଏଥିସହ ଗିଫ୍ଟକାର୍ଡ଼ ସହ ୫୯୪ ଟଙ୍କାର ଏକ ସ୍ପେଶାଲ ପ୍ରିପେଡ଼ ପ୍ଲାନ କୁପନ ମଧ୍ୟ ଆପଣଙ୍କୁ ମିଳିବ। ଯେଉଁଥିରେ ଆପଣଙ୍କୁ ୬ମାସର ଭ୍ଯାଲିଡ଼ିଟି ସହ ୮୪ଜିବିର ଡ଼ାଟା ମିଳିବ ଏବଂ ୧୦୧ଟଙ୍କାର ଅତିରିକ୍ତ ଭାଉଚର ମିଳିବ ଯେଉଁଥିରେ ୬ଜିବି ଡ଼ାଟା ମିଳିବ। ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଏହି ଗିଫ୍ଟକାର୍ଡ଼ର ଭ୍ଯାଲିଡ଼ିଟି ମାତ୍ର ୧୨ ମାସ ଯାଏଁ ରହିବ।