ବିଲେଇକୁ କରୁଥିଲେ ଦୁଷ୍କର୍ମ, ଧରାପଡ଼ିବାରୁ ଗଲେ ଜେଲ୍  

ୟୁଗାଣ୍ଡା : ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଛି ଏକ ଅଦ୍ଭୁଦ ପ୍ରକାରର ଘଟଣା ଯାହା ଅମାନୁଷିକତାର ସମସ୍ତ ସୀମା ପାର କରିଛି। ସ୍ଥାନୀୟ ପୋଲିସ ଜଣେ ବ୍ଯକ୍ତିକୁ ଗିରଫ କରିଛି ଯିଏ ବିଲେଇ ସହ ଦୁଷ୍କର୍ମ କରୁଥିବା ଅଭିଯୋଗ ଆସିଛି। ଅଭିଯୁକ୍ତଙ୍କର ପଡ଼ିଶା ଘରେ ରହୁଥିବା ଜଣେ ବ୍ଯକ୍ତି ତାଙ୍କର ପୋଷା ବିଲେଇ ସହ ଦୁଷ୍କର୍ମ କରୁଥିବା ସେହି ବ୍ଯକ୍ତିଙ୍କୁ ଦେଖିଥିବା ଅଭିଯୋଗ ଆଣିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପଡ଼ୋଶୀ ମହିଳାଙ୍କ ଅଭିଯୋଗକ୍ରମେ ବିଲେଇ ଦୁଷ୍କର୍ମ ମମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି। ଅଭିଯୋଗ ଅନୁଯାୟୀ, ତାଙ୍କ ପଡ଼ୋଶା ଘରେ ରହୁଥିବା ଜଣେ ବ୍ଯକ୍ତି ତାଙ୍କର ପୋଷା ବିଲେଇ ସହ ଦୁଷ୍କର୍ମ କରୁଥିଲେ। ମହିଳାଙ୍କୁ ଯେତେବେଳେ ତାଙ୍କ ଘରେ ପୋଷା ବିଲେଇ ମିଳିନଥିଲା ସେତେବେଳେ ସେ ତାଙ୍କୁ ଖୋଜିବା ଆରମ୍ଭ କରିଥିଲେ।ସେହି ସମୟରେ ସେ ଘର ପଛପଟେ ବିଲେଇର ଗୋଡ଼କୁ ଟେକି ତାହା ସହ ଦୁଷ୍କର୍ମ କରୁଥିବା ଦେଖିବାକୁ ପାଇଥିଲେ। ଯାହାପରେ ସେ ତୁରନ୍ତ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

cat

ପୋଲିସକୁ ଘଟଣାସ୍ଥଳରେ ପହଞ୍ଚି ବିଲେଇକୁ ଚିକିତ୍ସା ପାଇଁ ପଶୁଡ଼ାକ୍ତରଖାନା ପଠାଇଥିବା ବେଳେ ଅଭିଯୁକ୍ତକୁ ତାଙ୍କ ଘରୁ ପୋଷାକ ପିନ୍ଧୁଥିବା ସମୟରେ ଗିରଫ କରିଥିଲା। ତେବେ ପଶୁଙ୍କ ସହ ଅସଦାଚରଣର ଏହା ପ୍ରଥମ ଅଭିଯୋଗ ନୁହଁ। ଏହାପୂର୍ବରୁ ମଧ୍ୟ କୁକୁର ଏବଂ ଛେଳି ଆଦି ପଶୁଙ୍କ ସହ ଦୁଷ୍କର୍ମ ଅଭିଯୋଗ ଆସିସାରିଛି।