Below header

‘ବିଗ୍‌ବସ୍‌ ୨୦୨୦’ର କାଉଣ୍ଟଡାଉନ୍‌ ଆରମ୍ଭ, ସାମ୍ନାକୁ ଆସିଲା ଶୋ’ର ପ୍ରଥମ ପ୍ରୋମୋ ଭିଡିଓ

ଖୁବ୍‌ଶୀଘ୍ର ପରଦାକୁ ଆସିବାକୁ ଯାଉଛି ଟିଭିର ସବୁଠୁ ଚର୍ଚ୍ଚିତ ରିୟାଲିଟି ଶୋ’ ବିଗବସ୍‌। ଚଳିତଥର ମଧ୍ୟ କଲର୍ସ ଟିଭିରେ ଏହି ଶୋ’ ପ୍ରଦର୍ଶିତ ହେବ। ଏଥରକ ବିଗ୍‌ବସ୍‌ର ୧୪ ତମ ସଂସ୍କରଣକୁ ଦର୍ଶକମାନେ ଦେଖିପାରିବେ। ମାତ୍ର ଚଳିତଥର ଶୋ’ର ନାଁ ବିଗ୍‌ବସ୍‌ ୧୪ ନୁହେଁ ବରଂ ବିଗ୍‌ବସ୍‌ ୨୦୨୦ ରହିବ ବୋଲି ଜଣାଯାଇଛି। ତେବେ ନିକଟରେ ଚ୍ୟାନେଲ ତରଫରୁ ଏହାର ପ୍ରଥମ ଟିଜର ରିଲିଜ୍‌ ହୋଇଛି। ଏହି ଟିଜରରୁ ସ୍ପଷ୍ଟ ହୋଇଛି ଯେ ଏଥରକ ମଧ୍ୟ ସଲମାନ୍‌ ଖାନ୍‌ ହିଁ ଶୋ’କୁ ହୋଷ୍ଟ କରିବେ।

Bigg Boss 14 First Promo OUT! 'Farmer' Salman Khan Is Back and He ...

ବିଗ୍‌ବସ ସିଜନ୍‌ ୧୪ର ପ୍ରଥମ ଟିଜରରେ ସଲମାନ୍‌ ଖାନ୍‌ ନଜର ଆସିଛନ୍ତି। ଭିଡିଓରେ ସେ ଚାଷ କରୁଥିବା ଦେଖିବାକୁ ମିଳିଛି। ପରେ ସେ ନିଜ ଗେଟ୍‌ଅପ୍‌କୁ ଆସି କହୁଛନ୍ତିି ‘ଲକ୍‌ଡାଉନ୍‌ ଯୋଗୁ ଲାଗିଲା ନର୍ମାଲ ଲାଇଫ୍‌ରେ ସ୍ପିଡ୍‌ ବ୍ରେକର, ଏଣୁ ଚାଷ କରୁଛି ଧାନ ଓ ଚଲାଉଛି ଟ୍ରାକ୍ଟର। କିନ୍ତୁ ଏବେ ସିନ୍‌ ଓଲଟିବ’।

ଦେଖନ୍ତୁ ପ୍ରୋମୋ:

କୁହାଯାଉଛି ଯେ ବିଗ୍‌ବସ୍‌ ୨୦୨୦ ସେପ୍ଟେମ୍ବରରେ ଆରମ୍ଭ ହେବ। ଚଳିତଥରର ଥିମ୍‌ କ’ଣ ରହିବ ସେ ବିଷୟରେ ସଠିକ୍‌ ସୂଚନା ମିଳିପାରିନାହିଁ। କେବଳ ଏତିକି ନୁହେଁ କିଏ କିଏ ପ୍ରତିଯୋଗୀ ମଧ୍ୟ ଅଂଶଗ୍ରହଣ କରିବେ ତାହା ସସପେନ୍ସ ମଧ୍ୟରେ ରହିଛି। ମାତ୍ର କୁହାଯାଉଛି ଯେ ସମସ୍ତ ପ୍ରତିଯୋଗୀଙ୍କର ପ୍ରଥମେ କରୋନା ଟେଷ୍ଟ ହେବ ତା’ ପରେ ହିଁ ସେମାନେ ଘର ଭିତରେ ଏଣ୍ଟ୍ରି କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.