ଅଗଷ୍ଟ ୧୨ରେ ଯୁକ୍ତଦୁଇ ବିଜ୍ଞାନ ଫଳ ଓ ସେପ୍ଟେମ୍ବର ୧୪ରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ ଯୁକ୍ତଦୁଇ ବିଜ୍ଞାନ ଫଳ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଘୋଷଣା କରିଛନ୍ତି । ୧୨ ତାରିଖ ଦିନ ୧୨.୩୦ ମିନିଟ୍ ସମୟରେ ପରୀକ୍ଷା ଫଳ ୱେସାଇଟ୍ ମାଧ୍ୟମରେ ପ୍ରକାଶିତ ହେବ। ଯୁକ୍ତ ୨ ବିଜ୍ଞାନର ରେଜଲ୍ଟ ପ୍ରକାଶ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଛି ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।
ସେହିଭଳି ସେପ୍ଟେମ୍ବର ୧୪ରେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୪ ତାରିଖରୁ ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ଆରମ୍ଭ ହୋଇ ସେପ୍ଟେମ୍ବର ୨୨ତାରିଖରେ ଏହା ଶେଷ ହେବ। ଏଥିସହିତ ସେପ୍ଟେମ୍ବର ୧୪ ତାରିଖରୁ ଆରମ୍ଭ ହେବ ଓପନ୍ ଲର୍ଣ୍ଣିଂ ସ୍କୁଲ ସପ୍ଲିମେଣ୍ଟାରି ପରୀକ୍ଷା। ସେହିପରି ସେପ୍ଟେମ୍ବର ୨୪ ତାରିଖରେ ଓପନ୍ ଲର୍ଣ୍ଣିଂ ସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ଶେଷ ହେବ।