Below header

ଛୋଟ ପରଦାରେ ନଜର ଆସିବେ ରଣବୀର ସିଂ

ଅମିତାଭ ବଚ୍ଚନ, ଶାହରୁଖ ଖାନ, ସଲମାନ ଖାନଙ୍କ ପରେ ଏବେ ରଣବୀର ସିଂ ଛୋଟ ପରଦାରେ କାମ କରିବା ଷ୍ଟାର ତାଲିକାରେ ସାମିଲ ହେବାକୁ ଯାଉଛନ୍ତି। ରଣବୀର ଛୋଟ ପରଦାରେ ଡେବ୍ୟୁ କରିବେ ବୋଲି ବହୁତ ଦିନ ହେଲା ଶୁଣିବାକୁ ମିଳୁଥିଲା । ଏବେ ଏହି ଖବର ଉପରେ ମୋହର ଲାଗିଛି। ରଣବୀର ଏବେ ଛୋଟ ପରଦା ଅର୍ଥାତ ଟେଲିଭିଜନରେ ଏକ କୁଇଜ ଶୋ’ ହୋଷ୍ଟ କରୁଥିବା ନଜର ଆସିବେ। ଏହି ଶୋ’ର ନାମ ‘ଦ ବିଗ ପିକଚର’। କଲର୍ସ ଟିଭି ଏହି ଶୋ’ର ଘୋଷଣା କରିବା ସହିତ ଏହାର ପ୍ରୋମୋ ଭିଡ଼ିଓ ବି ଶେୟାର କରିଛି।

ranveer singh

ଏହି ଶୋ’ ସମ୍ପର୍କରେ ମିଳିଥିବା ସୂଚନାନୁସାରେ ଏହି କୁଇଜ ଶୋ’ ଫଟୋ ଉପରେ ଆଧାରିତ ହେବ। ଅର୍ଥାତ କେତେକ ଫଟୋ ଦେଖାଯିବ ଓ ଏ ସମ୍ବନ୍ଧରେ ପ୍ରଶ୍ନ ପଚରାଯିବ। ଯିଏ ଠିକ ଉତ୍ତର ଦେବେ ସେ ଆଗକୁ ବଢ଼ିପାରିବେ। ଏହି ଖେଳରେ ବି କୋଟିପତି ହେବାର ସୁଯୋଗ ରହିଛି। ଏଥିରେ ଲାଇଫ ଲାଇନ ବି ଦିଆଯାଇଛି। ପ୍ରୋମୋ ଭିଡ଼ିଓର କ୍ୟାପସନରେ ଦିଆଯାଇଛି ଯେ ଫଟୋରେ ରହିଛି ପ୍ରଶ୍ନ ଓ ଉତ୍ତର ଦେଲେ ମିଳିବ କୋଟି କୋଟି ଟଙ୍କା। ଫଟୋ ମାଧ୍ୟମରେ ଆପଣଙ୍କ ଭାଗ୍ୟ ବଦଳାଇବାକୁ ରଣବୀର ସିଂ ଆସୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.