ଶ୍ୱଶୁର ବାହା ହୋଇଗଲେ ବୋହୂକୁ, ପୁଅ ପହଞ୍ଚିଲା ପୁଲିସ ପାଖରେ

ଲକ୍ଷ୍ନୌ : ଶ୍ୱଶୁର ବୋହୂର ସମ୍ପର୍କ ବାପ- ଝିଅର ସମ୍ପର୍କ ଭଳି । ହେଲେ ଜଣେ ଶ୍ୱଶୁର ତା’ର ବୋହୂକୁ ବାହା ହୋଇଯିବା ଭଳି ଖବର ଏଠାରେ ସମସ୍ତଙ୍କୁ ଚକିତ କରିଛି । ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ବଦାଂୟୁ ଜିଲ୍ଳାରେ । ଏଠାରେ ଜଣେ ବ୍ୟକ୍ତି ନିଜର ପୁତ୍ରବଧୂ ସହ ବିବାହ କରି ଘର ଛାଡ଼ି ଚାଲିଯାଇଛି । ପୁଅ ଏବେ ଆର୍ଥିକ ସମସ୍ୟାରେ ପଡ଼ିବା ପରେ ମାମଲା ପଦାକୁ ଆସିଛି । ପୁଅ ନିଜର ପତ୍ନୀ ନିଖୋଜ ସମ୍ପକ ର୍ରେ ଥାନାରେ ଏତଲା ଦେଇଛି ।

marriage.

ପୁରା ଘଟଣା ଏପରି । ଉତ୍ତର ପ୍ରଦେଶ ବଦାୟୁ ଜିଲ୍ଲା ଦବତରା ଗାଁର ଦେବାନନ୍ଦଙ୍କ ପତ୍ନୀ ବିୟୋଗ ୨୦୧୫ରେ ହେବା ପରେ ଦେବାନନ୍ଦ ତାଙ୍କ ପୁଅର ବିବାହ ୨୦୧୬ ରେ କରାଇଥିଲେ । ସେତେବେଳେ ଦେବାନନ୍ଦଙ୍କର ବୟସ ଥିଲା ୩୯ ବର୍ଷ । ହେଲେ ପୁଅ ବିବାହର ବର୍ଷକ ପରେ ବୋହୂ ସହ ପୁଅର ମନୋମାଳିନ୍ୟ ହୋଇଥିଲା । ଫଳରେ ଶ୍ୱଶୁର ଦେବାନନ୍ଦଙ୍କ ସହ ବୋହୂର ସମ୍ପର୍କ ବଢ଼ିବାକୁ ଲାଗିଲା । ଶେଷରେ ଉଭୟେ କୋର୍ଟ ବିବାହ କରି ଅନ୍ୟତ୍ର ରହିବାକୁ ଲାଗିଲେ ।

କିଛି ବର୍ଷ ପରେ ପୁଅର ପଇସା ଅଭାବ ହେବାରୁ ଜଣେ ଓକିଲଙ୍କ ଉପଦେଶ ଅନୁଯାୟୀ ପୁଅ ଥାନାରେ ବୋହୂ ନିଖୋଜଥିବା ରିପୋର୍ଟ ଦେଲେ । ପୋଲିସ ଘଟଣାର ଛାନଭିନ କଲା ପରେ ପୁରା ଘଟଣା ଜାଣିବାକୁ ପାଇଛି । ବୋହୂ ମଧ୍ୟ ଶ୍ୱଶୁର ସହ କୋର୍ଟ ବିବାହ କରି ଘର କରିଛି ବୋଲି ଥାନାରେ କହିଛି । ମଦୁଆ ପୂଅ ଯୋଗୁ ସେ ପତିକୁ ଛାଡ଼ିଛି ବୋଲି ମଧ୍ୟ ବୋହୂ ଥାନାରେ କହିବା ପରେ ପୋଲିସ ମାମଲାର ରଫାଦଫା କରିଛି । ଏବେ ଦେବାନନ୍ଦଙ୍କର ୧ ବର୍ଷର ପୁଅ ଟିଏ ମଧ୍ୟ ଥିବା ଜଣାପଡ଼ିଛି । ଏହି ଖବର ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.