Below header

ଆଜି ଶ୍ରୀଜୀଉଙ୍କ ରାଜପ୍ରାସାଦ ବିଜେ ନୀତି, ଦଶମୂଳ ମୋଦକ ଲାଗି ପରେ ଏବେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ

ପୁରୀ(କେ ନ୍ୟୁଜ): ଆଜି ଶ୍ରୀଜୀଉଙ୍କ ରାଜପ୍ରାସାଦ ବିଜେ ନୀତି । ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଲାଗି ପରେ ଏବେ ସୁସ୍ଥ ହୋଇଛନ୍ତି ମହାପ୍ରଭୁ । ସୁସ୍ଥ ହୋଇଥିବା ମହାପ୍ରଭୁଙ୍କ ଖବର ଆଜି ଗଜପତି ଶ୍ରୀନହରକୁ ଯିବ । ଏଥିପାଇଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ବାହାରିଥିବା କରାଳ, ଚନ୍ଦନ ଓ ପାଟବସ୍ତ୍ର ମଧ୍ୟ ଶ୍ରୀନହରକୁ ନିଆଯିବ ।

ଭୋଗମଣ୍ଡପ ନୀତି ପରେ ଏକ ଶୋଭାଯାତ୍ରା କରି ରାଜପ୍ରାସାଦକୁ ଯିବେ ଦଇତାପତି ସେବାୟତ । ଗଜପତିଙ୍କୁ ସେଠାରେ ସାକ୍ଷାତ କରି ଆଲୋଚନା କରିବେ । ପରେ ଗଜପତିଙ୍କ ପରାମର୍ଶକ୍ରମେ ରଥଯାତ୍ରାର ପ୍ରକ୍ରିୟା ଆରମ୍ଭ ହେବାର ପରମ୍ପରା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.