SBIରେ ଭର୍ତ୍ତି ପାଇଁ ବାହାରିଲା ୬ହଜାରରୁ ଅଧିକ ପୋଷ୍ଟ, ଗ୍ରାଜୁଏଟ କରିପାରିବେ ଆବେଦନ

ବ୍ୟାଙ୍କରେ ଚାକିରୀ ଖୋଜୁଥିବା ପିଲାଙ୍କ ପାଇଁ ଆସିଲା ସୁବର୍ଣ୍ଣ ସୁଯୋଗ । ବ୍ୟାଙ୍କରେ ଚାକିରୀ ପାଇଁ ବାହାରିଛି ପଦବୀ । ଭାରତୀୟ ଷ୍ଟେଟ ବ୍ୟାଙ୍କ ୫ ଜୁଲାଇ ୨୦୨୧ରେ Apprentice ପଦବୀ ପାଇଁ ପୋଷ୍ଟ ବାହାର କରିଛି । ଏହାର ରେଜିଷ୍ଟ୍ରେସନ ପ୍ରକ୍ରିୟା ଆଜିଠୁ ବା ୬ ତାରିଖ ୨୦୨୧ରୁ ଆରମ୍ଭ ହେବ । ଯୋଗ୍ୟ ଏବଂ ଇଚ୍ଛୁକ ପ୍ରାର୍ଥୀ ୨୬ ଜୁଲାଇ ୨୦୨୧ ମଧ୍ୟରେ ଆବେଦନ କରିପାରିବେ ।

ସାରା ଦେଶରେ ଥିବା ବିଭିନ୍ନ ବ୍ୟାଙ୍କରେ Apprenticeର ମୋଟ ୬୧୦୦ ପୋଷ୍ଟ ରହିଛି । ଏହାପୂର୍ବରୁ ପଦବୀରେ ଆବେଦନ କରିଥିବା ପ୍ରାର୍ଥୀଙ୍କ ଆପ୍ଲିକେସନ ୨୦୨୦ ଅଧିସୂଚନାକୁ ରଦ୍ଧ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସେମାନଙ୍କ ଟଙ୍କା ଫେରାଇବା ପାଇଁ ମଧ୍ୟ କୁହାଯାଇଛି ।

ତେବେ ୨୦୨୧ ପାଇଁ ଆବେଦନର ଆରମ୍ଭ ତାରିଖ ୬ ଜୁଲାଇ ୨୦୨୧ ହୋଇଥିବା ବେଳେ ଶେଷ ତାରିଖ ୨୬ ଜୁଲାଇ ୨୦୨୧ ରହିଛି । ମୋଟ ୬୧୦୦ ପଦବୀ ରହିଥିବା ବେଳେ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୨୦ ରୁ ୨୮ ବର୍ଷ ହୋଇଥିବା ଆବଶ୍ୟକ ।

ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ ରଖାଯାଇଛି । ତେବେ ଚୟନ କରିବାର ପ୍ରକ୍ରିୟା ଅନଲାଇନ ମାଧ୍ୟମରେ କରାଯିବ । ପ୍ରାର୍ଥଙ୍କ ଲିଖିତ ପରୀକ୍ଷା ଏବଂ ସ୍ଥାନୀୟ ଭାଷାକୁ ଧ୍ୟାନରେ ରଖି ସେମାନଙ୍କୁ ପଦବୀ ଦିଆଯିବ । ଏସବିଆଇ ୱେବସାଇଟ ମାଧ୍ୟମରେ ଆପଣ ଏହି ପୋଷ୍ଟ ପାଇଁ ଆବେଦନ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.