Below header

ମାତ୍ର ୩ ବର୍ଷ ବୟସରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ ଦଙ୍ଗଲ ଗାର୍ଲ

ଦଙ୍ଗଲ ଗାର୍ଲ ଆକ୍ଟ୍ରେସ ଫତିମା ଶେଖ ନିକଟରେ ଏକ ୱେବ ସାଇଟ ଜରିଆରେ ନିଜ ପିଲାଦିନର ଏକ ତିକ୍ତ ଅନୁଭୂତିକୁ ସେୟାର କରିଛନ୍ତି । ତାଙ୍କ ଅନୁସାରେ ତାଙ୍କୁ ଯେବେ ମାତ୍ର ୩ ବର୍ଷ ବୟସ ହୋଇଥିଲା ସେ ଏକ ଭୟଙ୍କର ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ । ଏହା ସହ ଏହା ମଧ୍ୟ ଲେଖିଛନ୍ତି, ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିବା ସମୟରେ ବି ତାଙ୍କୁ ଅନେକ କଠିନତାର ସାମ୍ନା ବି କରିବାକୁ ପଡିଥିଲା ।ଫିଲ୍ମରେ ସୁଯୋଗ ମିଳିବା ଯେମିତି ତାଙ୍କ ପାଇଁ କାଠିକର ପାଠ ହୋଇ ଯାଇଥିଲା । ଏମିତିକି ଏସମୟରେ ତାଙ୍କୁ କାଷ୍ଟିଙ୍ଗ କାଉଚର ଶିକାର ମଧ୍ୟ ହୋଇଥିଲେ । ଆଉ ଏହାର ବିରୋଧ କରିବା ମିଳିଥିବା କାମ ତାଙ୍କ ଠାରୁ ଛଡ଼ାଇ ନିଆଯାଇଥିଲା । ତାଙ୍କୁ ଧମକ ଦିଆଯାଇଥିଲା କିଛି ପାଇବା ପାଇଁ ହେଲେ ନିଜକୁ ସମର୍ପଣ କରିବାକୁ ହେବ ।

fatima

ନିଜ ପିଲାବେଳର ଅନୁଭୂତିକୁ ନେଇ ସେ କହିଛନ୍ତିକି, ଏହି ଧରଣର ଘଟଣା ମାନ ଆମ ସମାଜରେ ପ୍ରତିଦିନ ଘଟୁଛି । ଆଉ ଏହାର ସର୍ବାଧିକ ଶିକାର ହେଉଛନ୍ତି ମହିଳା । କିନ୍ତୁ ସମାଜକୁ ଡରି ଏମାନେ ନିଜ ଶୋଷଣ ବାବଦରେ କାହା ଆଗରେ ପ୍ରକାଶ କରିପାରନ୍ତି ନାହିଁ । କିନ୍ତୁ ଫତିମା କହିଛନ୍ତି, ଆଜି ସମୟ କିଛିଟା ବଦଳିଛି । ଲୋକଙ୍କ ମାନସିକତାରେ ବି ପରିବର୍ତ୍ତନ ଆସିଛି । ଏହାକୁ ନେଇ ଲୋକେ ଅଧିକ ରୁ ଅଧିକ ସଚେତନ ହେବାରେ ଲାଗିଛନ୍ତି । ପୂର୍ବରୁ ପରିବାର ଲୋକେ ନିଜ ଭିତରେ କଥାଟିକୁ ଚାପି ଦେବାକୁ ଚେଷ୍ଟା କରୁଥିବା ବେଳେ ଏବେ କିନ୍ତୁ ପଦାକୁ ଆଣିବାକୁ ଚେଷ୍ଟା ଚଳାଇଛନ୍ତି ।

କହିରଖିବା ଉଚିତ ହେବକି, ଫାତିମାଙ୍କ ଅଭିନୀତ ଆଗାମୀ ଫିଲ୍ମ “ଲୁଡୋ” ନଭେମ୍ବର ୧୨ରେ ନେଟଫ୍ଲିକ୍ସରେ ରିଲିଜ ହେବା ନେଇ ସ୍ଥିର ହୋଇଛି ।  ଏହା ସହ “ସୁରଜ ପେ ମଙ୍ଗଲ ଭାରୀ” ଫିଲ୍ମରେ ମନୋଜ ବାଜପେୟୀ ଓ ଦୀଲଜିତ ଦୋସାଙ୍ଗଙ୍କ ସହ ନଜର ଆସିବାକୁ ଯାଉଛନ୍ତି ।  କହିରଖିବା ଉଚିତ ହେବକି, “ଚାଚି 420″ରେ କମଲ ହାସନଙ୍କ ଝିଅ ଭୂମିକାରେ ନଜର ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.