ପାହାଡ଼, ପର୍ବତ ଘେରା ଏହି ସୁନ୍ଦର ଗାଁରେ ରହିବା ପାଇଁ ମିଳୁଛି ୩୮.୬ ଲକ୍ଷ ଟଙ୍କା ! ୧୫୦୦ ଲୋକ କରିସାରିଲେଣି ଆବେଦନ

ପାହାଡ଼, ପର୍ବତ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ଛୁଟି ଦିନମାନଙ୍କରେ ହିଲ ଷ୍ଟେସନରେ ଅଧିକ ଭିଡ଼ ଦେଖିବାକୁ ମିଳିଥାଏ। କିନ୍ତୁ ଟିକେ ଭାବନ୍ତୁ ତ, ଯଦି କୌଣସି ସୁନ୍ଦର ପାହାଡି ଗାଁରେ ରହିବା ପାଇଁ ଆପଣଙ୍କୁ ସେଠାକାର ପ୍ରଶାସନ ଓଲଟା ପଇସା ଦେବେ, ତ ଆପଣ କ’ଣ କରିବେ। ନିଶ୍ଚୟ ମନ ହେବ ଯିବାକୁ। ଏମିତି ହିଁ ଏକ ମଉକା ଏବେ ଇଟାଲୀର ଏକ ଗାଁ ଲୋକଙ୍କୁ ଦେଉଛି। ଏହି ଗାଁରେ ରହିବା ପାଇଁ ଲୋକଙ୍କୁ ୪୦ ହଜାର ପାଉଣ୍ଡ ଅର୍ଥାତ ପାଖାପାଖି ୩୮.୬୦ ଲକ୍ଷ ଟଙ୍କା ଦେବାର ପ୍ରସ୍ତାବ ରହିଛି।

hj

ଦୁନିଆ ସାରା ଲୋକଙ୍କ ପାଇଁ ଏହି ସୁଯୋଗ ଆଣିଦେଇଛି ଇଟାଲୀର Santo Stefano di Cesanio ନାମକ ସୁନ୍ଦର ଗାଁ। ଏହା ଏକ ପାହାଡ଼ି ଗାଁ। ଏଠାରୁ ଆପଣ ମନୋରମ ଦୃଶ୍ୟ ଦେଖିପାରିବେ। କିନ୍ତୁ ଏଠାକାର ଜନସଂଖ୍ୟା କମ ହୋଇଯାଇଛି। ଏହି କାରଣରୁ ଅର୍ଥ ବ୍ୟବସ୍ଥା ମଧ୍ୟ ହ୍ରାସ ପାଇବାରେ ଲାଗିଛି। ଏହାକୁ ଠିକ କରିବା ପାଇଁ ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛି।

ddv

Santo Stefano di Cesanio ଗାଁ ଏକ ଅଜବ ଗାଁ। ଏଠାରେ ମାତ୍ର ୧୧୫ଜଣ ଲୋକ ରହୁଛନ୍ତି। ସେମାନଙ୍କ ମଧ୍ୟରୁ ୧୩ଜଣଙ୍କ ବୟସ ୨୦ ବର୍ଷରୁ କମ ଏବଂ ୪୧ଜଣ ଲୋକଙ୍କ ବୟସ ୬୫ବର୍ଷରୁ ଅଧିକ ରହିଛି। ସ୍ଥାନୀୟ ପ୍ରଶାସନ ଅନୁସାରେ, ଏହି ଗାଁରେ ରହିବା ପାଇଁ ଲୋକଙ୍କୁ ପ୍ରତି ମାସରେ ୬.୯୪ ଲକ୍ଷ ଟଙ୍କା ମିଳିବ। ଏହା ପ୍ରଥମ ୩ ବର୍ଷ ପର୍ଯ୍ୟନ୍ତ ହେବ। ଲୋକଙ୍କୁ ଅତି କମରେ ୫ ବର୍ଷ ପର୍ଯ୍ୟନ୍ତ ରହିବାକୁ ପଡ଼ିବ।

bhm

ତେବେ ଆବେଦନ କରିବାକୁ ଥିବା ଲୋକଙ୍କ ବୟସ ୧୮ରୁ ୪୦ ବର୍ଷ ମଧ୍ୟରେ ହୋଇଥିବା ଦରକାର। ଏ ପର୍ଯ୍ୟନ୍ତ ୧୫୦୦ ଲୋକ ଆବେଦନ କରିସାରିଲେଣି। ପ୍ରଶାସନର କହିବା ହେଲା, ଏହା ଅଧୀନରେ ୧୦ଜଣ ଲୋକଙ୍କୁ ରହିବାର ସୁବିଧା ମିଳିବ। ଅର୍ଥାତ ୫ଜଣ ଯୋଡ଼ି ଏଠାରେ ରହିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.