ଧର୍ମେନ୍ଦ୍ର ସେୟାର କଲେ ନିଜର ଖାସ୍ ମୁହୂର୍ତ୍ତ ! କହିଲେ ପିଆଜ ଖାଇ ଯାଉଥିଲି ସୁଟିଂ ସେଟକୁ
ଧର୍ମେନ୍ଦ୍ର, ଓହିଦା ରହମାନ ଏବଂ ଆଶା ପାରେଖ ନିକଟରେ ‘ସୁପର ଷ୍ଟାର ସିଙ୍ଗର’ରେ ପହଁଚିଥିଲେ। ସେଠାରେ ସେ ନିଜର ପୁରୁଣା ଦିନର ଅନେକ ସ୍ମ୍ରୁତି ବିଷୟରେ କହିଥିଲେ ଯାହାକୁ ଶୁଣି ସମସ୍ତେ ତାଙ୍କ କଥାରେ ହଜିଗଲେ। ଧର୍ମେନ୍ଦ୍ର ଆଶା ପାରେଖଙ୍କ ସହିତ ‘ଆୟେ ଦିନ ବହାର’ ଫିଲ୍ମ ସୁଟିଂ ସମୟର କଥା କହିଥିଲେ। ସେ କହିଥିଲେ ଯେ କେଉଁଭଳି ମୁହଁରୁ ମଦ ବାସ୍ନା ନ ଆସିବା ପାଇଁ ପିଆଜ ଖାଇ ସୁଟିଂ ସେଟରେ ପହଁଚୁଥିଲେ।
ସେ କହିଲେ ଯେ, ‘ମୁଁ ଦାର୍ଜିଲିଂରେ ସୁଟିଂ କରୁଥିଲି। ସୁଟିଂ ପରେ ପ୍ରଡ୍ୟୁସର ଏବଂ କ୍ରୁ ମିଶି ପାର୍ଟୀ କରୁଥିଲୁ। ମୁଁ ମଧ୍ୟ ସେମାନଙ୍କ ସହିତ ସାମିଲ ହୋଇଯାଉଥିଲି ଏବଂ ପିଇ ଦେଉଥିଲି। ସେଥିପାଇଁ ସକାଳୁ ମୁହଁରୁ ମଦ ବାସ୍ନା ଆସୁଥିଲା। ଏହାକୁ ଦୂର କରିବା ପାଇଁ ପିଆଜ ଖାଇ ସେଟରେ ପହଁଚୁଥିଲି। ଏଥିରେ ଆଶା ପାରେଖ ପିଆଜର ବାସ୍ନା ହେବାର ଅଭିଯୋଗ କରୁଥିଲେ କାରଣ ତାଙ୍କୁ ପିଆଜ ପସନ୍ଦ ନଥିଲା।
ଧର୍ମେନ୍ଦ୍ର କହିଥିଲେ ଯେ ଆଶା ପାରେଖଙ୍କ ସହିତ ଏହାକୁ ନେଇ ମୋର କଥାବାର୍ତ୍ତା ହୋଇଥିଲା। ଏହା ପର ଠାରୁ ତାଙ୍କର ମୋର ବନ୍ଧୁତା ହୋଇଗଲା। ଆମେ ପରିବାର ଭଳି ରହୁଥିଲୁ ଏବଂ ସେ ଦିନଗୁଡ଼ିକ ବହୁତ ସୁନ୍ଦର ଥିଲା। ଏହି ସୁନ୍ଦର ସ୍ମ୍ରୁୁତି ମୋତେ କେବେ କେବେ ଦୁଃଖୀ କରିଦେଇଥାଏ।
ଏଥିରେ ଆଶା ପାରେଖ ଜଣାଇଥିଲେ ଯେ ବହୁତ ଥଣ୍ଡା ହେବା ସତ୍ତ୍ୱେ ମଧ୍ୟ ଧର୍ମେନ୍ଦ୍ର ମଦର ଗୋଟେ ବୁନ୍ଦା ପିଉନଥିଲେ କାହିଁକି ନା ସେ ମୋତେ କଥା ଦେଇଥିଲେ। ପ୍ରବଳ ଥଣ୍ଡା ଯୋଗୁଁ ତାଙ୍କୁ ବ୍ରାଣ୍ଡି ଅଫର କରାଗଲା କିନ୍ତୁ ସେ ମନା କରିଦେଲେ। କାରଣ ମୁଁ ତାଙ୍କୁ କହିଥିଲି ତୁମେ ଯଦି ମଦ ପିଇବ ମୁଁ ସେଟ୍ ଛାଡି ଚାଲିଯିବି।