ଚନ୍ଦ୍ରରେ ପୃଷ୍ଠରେ ଅଛି ବହୁ ମୂଲ୍ୟବାନ ଧାତୁ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପୃଥିବୀ ଓ ଏହାର ଉପଗ୍ରହ ଚନ୍ଦ୍ର ସମ୍ବନ୍ଧରେ ବିଶ୍ୱ ସ୍ଥରର ବହୁ ବୈଜ୍ଞାନିକମାନେ ଗବେଷଣା ବା ଅଧ୍ୟୟନମାନ କରିସାରିଲେଣି। ଏଯାବତ ମିଳିଥିବା ବିଭିନ୍ନ ତଥ୍ୟ ଆଧାରରେ ସେମାନେ ସନ୍ଦେହ କରୁଛନ୍ତି ଯେ ପୃଥିବୀର ଏକମାତ୍ର ଉପଗ୍ରହ ଚନ୍ଦ୍ର ପୃଷ୍ଠରେ ରେ ବହୁ ମୂଲ୍ୟବାନ ଧାତୁର ଏକ ବଡ ଖଣି ଗଛିତ ଅବସ୍ଥାରେ ଥାଇପାରେ। କାନାଡ଼ା ସ୍ଥିତ ‘ଡଲହଉଜି ବିଶ୍ୱବିଦ୍ୟାଳୟ’ର ପ୍ରଫେସର ଜେମ୍ସ ବ୍ରେନନଙ୍କ କହିବା ଅନୁଯାୟୀ ସେମାନେ ଚନ୍ଦ୍ରରେ ଥିବା ଜ୍ୱାଳା ମୁଖି ପଥର ଉପରେ ସଲଫରର ସନ୍ଧାନ ପାଇଥିଲେ । ତେଣୁ ଏଥିରୁ ସେମାନେ ଅନୁମାନ କରୁଛନ୍ତି ଯେ ନିଶ୍ଚିତ ରୂପେ ବହୁ ପରିମାଣର ଆଇରନ ସଲଫାଇଡ ଚନ୍ଦ୍ରର ଭିତର ଗର୍ଭରେ ଅଛି।  ବ୍ରେନନଙ୍କ କହିବା ଅନୁଯାୟୀ ପୂର୍ବରୁ ବିଭିନ୍ନ ବିଶ୍ଲେଷଣରୁ ଜଣା ଯାଇଛି ଯେ ପ୍ଲାଟିନମ ଓ ପାଲାଡିୟମ ପରି ଧାତୁର ଉପସ୍ଥିତି ପାଇଁ ଆଇରନ ସଲଫାଇଡର ଉପସ୍ଥିତି ନିହାତି ଗୁରୁତ୍ୱପୂର୍ଣ ଅଟେ।                      

ଏହା ସହ ପଢନ୍ତୁ:  ସମୁଦ୍ରରୁ ମିଳିଲା ଏହି ବିଚିତ୍ର ଜୀବ, ଭିଡିଓ ଦେଖି ସାରିଲେଣି ୧୧ ଲକ୍ଷରୁ ଅଧିକ ଭ୍ୟୁୟର, ୧୮ ହଜାର ସେୟାର

 

‘ନେଚର ଜିଓସାଇନ୍ସ ‘ ନାମକ ମାଗାଜିନରେ ଚନ୍ଦ୍ର ସମ୍ପର୍କୀୟ ନିକଟରେ ପ୍ରକାଶ ପାଇଛି ।  ବୈଜ୍ଞାନିକ ମାନେ ବହୁ ଦିନର ଅନୁସନ୍ଧାନରୁ ଜାଣି ପାରିଛନ୍ତି ଯେ ବହୁ ବର୍ଷ ତଳେ ପୃଥିବୀରୁ ବାହାରି ଥିବା ଏକ ବଡ ଗୋଲ ଆକାରର ଖଣ୍ଡରୁ ରୁ ହିଁ ଚନ୍ଦ୍ରର ଉତ୍ପତି ହୋଇଛି । ଏହା ପ୍ରାୟ ୪.୫ ଲକ୍ଷ ବର୍ଷ ତଳେ ହୋଇଥିଲା। ପୃଥିବୀର ମଧ୍ୟ ଗଠନ ସେହି ସମାନ ପ୍ରଣାଳୀରେ ହୋଇଥିଲା ପୃଥିବୀର ମଧ୍ୟ ଗଠନ ସେହି ସମାନ ପ୍ରଣାଳୀରେ ହୋଇଥିଲା । ସେମାନେ ଏହା ମଧ୍ୟ କହିଛନ୍ତିଯେ ପୃଥିବୀ ଓ ଚନ୍ଦ୍ରର ଗଠନ ପ୍ରକ୍ରିୟାରେ ତାରତମ୍ୟ ଥିବାରୁ ହୁଏତ ଏହି ଦୁହିଁଙ୍କ ଆକାର ପ୍ରାୟତ ଏକାଭଳି।


ନିକଟରେ ଭାରତର ଅନ୍ତରୀକ୍ଷ ଗବେଷଣା ସଂସ୍ଥା ଇସ୍ରୋ ଦ୍ୱାରା ଆରମ୍ଭ କରାଯାଇଥିବା ଚନ୍ଦ୍ରାୟାନ -୨ ଅଭିଯାନରୁ ଚନ୍ଦ୍ର ସମ୍ବନ୍ଧୀୟ ବହୁ ରହସ୍ୟମୟୀ ତଥ୍ୟ ଜଣାଯିବ ବୋଲି ଆଶା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.