Below header

ସ୍କୁଲରେ ହୋଇଥିଲା ମାମୁଲି ଝଗଡ଼ା, ୫୩ ବର୍ଷ ପରେ ବନ୍ଧୁମିଳନରେ ନେଲେ ଭୟଙ୍କର ପ୍ରତିଶୋଧ, ଜାଣନ୍ତୁ ଏହି ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ କାରନାମା

ସ୍କୁଲ, କଲେଜର ସାଙ୍ଗ ଜୀବନସାରା ସାଥିରେ ରହିଥାଆନ୍ତି। କିନ୍ତୁ ଅନେକ ଥର ଏଭଳି ଘଟଣା ଘଟିଥାଏ, ଯାହାକୁ କେହି କେବେ ଭୁଲିପାରନ୍ତି ନାହିଁ। ଏମିତି ହିଁ କିଛି ଘଟିଥିଲା ଥାଇଲ୍ୟାଣ୍ଡର ଜଣେ ବ୍ୟକ୍ତିଙ୍କ ସହିତ। ବ୍ୟକ୍ତି ଜଣକ ହାଇସ୍କୁଲରେ ପଢ଼ୁଥିବା ବେଳେ ତାଙ୍କର ଜଣେ ସାଙ୍ଗ ତାଙ୍କୁ ଡରାଉ ଧମକାଉଥିଲେ। ଏହି ଘଟଣା ବର୍ଷ ବର୍ଷ ଧରି ତାଙ୍କ ମୁଣ୍ଡ ଭିତରେ ଘୂରି ବୁଲୁଥିଲା। କିନ୍ତୁ ପରେ ସେ ଏହାର ପ୍ରତିଶୋଧ ନେବାକୁ ଯେଉଁ ପଦକ୍ଷେପ ନେଲେ, ତାହାକୁ କେହି କେବେ କଳ୍ପନା ସୁଦ୍ଧା କରିପାରିବେ ନାହିଁ।

school1

୫୩ ବର୍ଷ ପରେ ନେଲେ ପ୍ରତିଶୋଧ

ଥନାପଟ ଅନାକେସ୍ତ୍ରୀ ନାମକ ଜଣେ ୬୯ ବର୍ଷୀୟ ବୃଦ୍ଧ ନିଜ ସ୍କୁଲ ସମୟରେ ହୋଇଥିବା ଏକ ଘଟଣାର ପ୍ରତିଶୋଧ ୫୩ ବର୍ଷ ପରେ ନେଇଥିଲେ। ଅଗଷ୍ଟ ୨୪ରେ ଥନାପଟ ନିଜ ସ୍କୁଲ ବନ୍ଧୁମିଳନରେ ପହଞ୍ଚିଥିଲେ। ସେଠାକୁ ସେହି ବ୍ୟକ୍ତି ଜଣକ ମଧ୍ୟ ଯାଇଥିଲେ, ଯିଏ ସ୍କୁଲ ସମୟରେ ହୋଇଥିବା ଏକ ଝଗଡ଼ାରେ ଥନାପଟଙ୍କୁ ଧମକାଇଥିଲେ। ଯେତେବେଳେ ଦୁଇଜଣଙ୍କ ସାମ୍ନା ହୋଇଥିଲା, ସେତେବେଳେ ଥନାପଟ ପ୍ରଥମେ ତାଙ୍କ ସହିତ ଝଗଡ଼ା କରିଥିଲେ। ଆଉ ଏହାପରେ ସେ ସୁଥାତ୍‌ କୋସାମତ୍‌ ନାମକ ସେହି ବ୍ୟକ୍ତିଙ୍କୁ ଜୀବନରୁ ମାରି ଦେଇଥିଲେ।

୧୬ ବର୍ଷ ବୟସରେ ହୋଇଥିଲା ଝଗଡ଼ା

ଥନାପଟ ଓ କୋସାମତଙ୍କ ସମେତ ଯେତେବେଳେ ସମସ୍ତ ସାଙ୍ଗ ସ୍କୁଲ ନ୍ଧୁମିଳନରେ ଏକାଠି ହୋଇଥିଲେ, ସେତେବେଳେ ମାହୋଲ ପୂରା ହସଖୁସିର ଥିଲା। ଖାଇବା ସମୟରେ ସମସ୍ତେ ପରସ୍ପର ମଧ୍ୟରେ ସ୍କୁଲ ବେଳର ଗୋଟିଏ ଗୋଟିଏ କାହାଣୀ ସେୟାର କରିଥିଲେ। ଏତିକି ବେଳେ ଥନାପଟ, କୋସାମତଙ୍କୁ ସେହି ସମୟର ଝଗଡ଼ା ବିଷୟରେ ମନେ ପକାଇ ଦେଇଥିଲେ, ଯେବେ ସେମାନେ ୧୬ ବର୍ଷର ଥିଲେ। ଥନାପଟ କହିଥିଲେ, ଏହି ଘଟଣା ତାଙ୍କ ମନରୁ ଯାଇନି। ଏଥିପାଇଁ କୋସାମତ୍‌ ତାଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ।

ଏହାସହ ପଢ଼ନ୍ତୁ: ଲଗାତାର ୧୦ ବର୍ଷ ଧରି ଫାଷ୍ଟଫୁଡ୍‌ ଖାଉଥିଲେ ଏହି ବାଳକ, ହରାଇ ବସିଲେ ଆଖିର ଉଜ୍ଜ୍ୱଳତା, ଡାକ୍ତର କହିଲେ ଏମିତି

କ୍ଷମା ମାଗିବାକୁ ମନା କରିଦେବାରୁ ଗୁଳି କରିଦେଲେ

ଥନାପଟଙ୍କ କଥାକୁ କୋସାମତ୍‌ ଥଟ୍ଟାମଜା ବୋଲି ଭାବିଥିଲେ। କୋସାମତ୍‌ କହିଥିଲେ, ତାଙ୍କର କିଛି ବି ମନେ ନାହିଁ। ଆଉ ଏମିତିରେ କାହିଁକି ସେ କ୍ଷମା ମାଗିବେ? ବାସ୍‌ ଏତିକି କଥା କହିଛନ୍ତି, ଅବସରପ୍ରାପ୍ତ ନୌସେନା ଅଧିକାରୀ ଥନାପଟ, କୋସାମତଙ୍କ କାନରେ ବନ୍ଧୁକ ରଖି ଗୁଳି ଚଲାଇ ଦେଇଥିଲେ। ଏହାପରେ ସେ ତୁରନ୍ତ ସେଠାରୁ ଖସି ପଳାଇଥିଲେ।

କେହି ବି କଳ୍ପନା କରି ନ ଥିଲେ

ଏହି ଘଟଣା ସମୟରେ ଉପସ୍ଥିତ ଥିବା ଅନ୍ୟ ସାଙ୍ଗମାନେ କୋସାମତଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇଯାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁଇଜଣ ସହପାଠୀ କହିଥିଲେ, ‘ସ୍କୁଲ ବେଳର ଏକ ମାମୁଲି ଝଗଡ଼ାକୁ ନେଇ ଥନାପଟ ଏଭଳି କଦମ୍‌ ଉଠାଇବେ ବୋଲି ଆମେ ଭାବିପାରୁ ନାହୁଁ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.