ନୋ କାର୍ଡ, ନୋ କ୍ୟାସ୍ ! କେବଳ ଆପଣଙ୍କ ହାତକୁ ସ୍କାନ କରି ଆମାଜନରେ କରିପାରିବେ ପେମେଣ୍ଟ
ଆଗାମୀ କିଛି ଦିନରେ ଏମିତି ହୋଇପାରେ ଯେ ପେମେଣ୍ଟ କରିବା ପାଇଁ ଆପଣଙ୍କୁ ଆଉ କୌଣସି କାର୍ଡ କିମ୍ବା କ୍ୟାସର ଆବଶ୍ୟକ ପଡିବ ନାହିଁ ବରଂ ଆପଣ ନିଜ ହାତକୁ ସ୍କାନ କରି ପେମେଣ୍ଟ କରିପାରିବେ। ଏକ ରିପୋର୍ଟ ଅନୁଯାୟୀ ଆମାଜନ ଏକ ଏମିତି ଟେଷ୍ଟିଂ କରୁଛି ଯାହା ଦ୍ୱାରା ଷ୍ଟୋରରୁ ଜିନିଷ କିଣିସାରିବା ପରେ ଆପଣ ବାୟୋମେଟ୍ରିକ ଟେକ୍ନୋଲୋଜି ବ୍ୟବହାର କରି ପେମେଣ୍ଟ କରିପାରିବେ। କୁହାଯାଉଛି ଯେ ଆମାଜନ୍ ନିଜର ସମସ୍ତ ଫୁଡ୍ ଏବଂ ସୁପର ମାର୍କେଟ ଷ୍ଟୋର୍ସ ପାଇଁ ଏହି ପେମେଣ୍ଟ ସିଷ୍ଟମକୁ ଆସନ୍ତା ବର୍ଷ ଲାଗୁ କରିବ।
ଏହି ସ୍କାନିଂ ଟେକନିକ ମୋବାଇଲ୍ ଫୋନ ଫିଙ୍ଗର ପ୍ରିଣ୍ଟ ସ୍କାନର ଠାରୁ ଅଲଗା ହେବ। ଏଥିପାଇଁ ଫିଜିକାଲୀ ଟଚ୍ କରିବାକୁ ପଡିବ ନାହିଁ। ବରଂ ଦୂରରୁ ହାତକୁ ସ୍କାନିଂ କରି ପେମେଣ୍ଟ କରିପାରିବେ। ଏଥିପାଇଁ ଆପଣଙ୍କ ହାତର ଡିଟେଲ ସହିତ ଲିଙ୍କ୍ କରାଯାଇଥିବା କାର୍ଡରୁ ଟଙ୍କା କଟାଯିବ। ଏବେ ଏହି ସିଷ୍ଟମକୁ ଆହୁରି ଉନ୍ନତ କରିବା ପାଇଁ କାମ ଚାଲୁଅଛି। ଏହାଦ୍ୱାରା ରିଟେଲରଙ୍କୁ ବହୁତ ସୁବିଧା ମିଳିବ କାରଣ ପେମେଣ୍ଟ ପାଇଁ ତାଙ୍କୁ ଟାଇମ୍ ଲାଗିବ ନାହିଁ।
କିନ୍ତୁ ଏହି ଟେକ୍ନୋଲୋଜିରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିପାରେ। କାରଣ ପ୍ରଥମରେ ଲୋକଙ୍କୁ ନିଜର ବାୟାମେଟ୍ରିକ ଡାଟା ଦେବାକୁ ପଡିବ ଏବଂ ଦ୍ୱିତୀୟରେ ଯେଉଁଠି ହ୍ୟୁମାନ ଇଣ୍ଟରଫେସ୍ ରହିବ ନାହିଁ ସେଠାରେ ଫ୍ରଡ ମାନଙ୍କର ମଧ୍ୟ ବହୁତ ସମ୍ଭାବନା ରହିଛି। ଏହି ସେବାର ସୁଯୋଗ ପ୍ରଥମେ ଆମାଜନ ପ୍ରାଇମ୍ ମେମ୍ବରସିପ ପାଇବେ।
ଏହାସହ ପଢନ୍ତୁ : ଏବେ ରାଜ୍ୟର ସମସ୍ତ ଆରଟିଓରୁ କରିପାରିବେ ଡିଏଲ ଏବଂ ଆରସି ପାଇଁ ଆପ୍ଲାଏ, ଜାଣନ୍ତୁ କେବେ ଠାରୁ ଲାଗୁ ହେବ ଏହି ନିୟମ
ଏହି ପ୍ରୋଜେକ୍ଟ ସହିତ ଜଡିତ ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି ଯେ କାର୍ଡରେ ପେମେଣ୍ଟ କରିବାରେ ୩ ରୁ ୪ ସେକେଣ୍ଡ ଲାଗୁଥିଲା କିନ୍ତୁ ଏହି ଟେକନିକ ଦ୍ୱାରା ୩୦୦ ମିଲିସେକେଣ୍ଡରେ ପେମେଣ୍ଟ ହୋଇଯିବ। ଗ୍ରାହକଙ୍କୁ ଏଥିପାଇଁ ମୋବାଲ ଫୋନ ମଧ୍ୟ ସାଙ୍ଗରେ ଆଣିବା ଦରକାର ପଡିବ ନାହିଁ। କିନ୍ତୁ ଏହା ମଧ୍ୟ ଚିନ୍ତାର ବିଷୟ ରହିଛି ଯେ ଲୋକମାନେ ଏହି ଟେକନିକକୁ ଆପଣେଇବା ଏବଂ ନିଜ ବାୟୋମେଟ୍ରିକ ଡିଟେଲ ଦେବାରେ କେତେ ଉତ୍ସାହ ଦେଖାଇବେ।