ରେସ୍ତୋରାଁ ଭଳି ପାଇବେ ସ୍ୱାଦ ଯଦି ପ୍ରସ୍ତୁତ କରିବେ ହାଣ୍ଡି ପନୀର
ଆବଶ୍ୟକ ସାମଗ୍ରୀ
ପନୀର – ୨୦୦ ଗ୍ରାମ
ଅଦା – ୨ ଚାମଚ (କଟା ହୋଇଥିବା)
ହଳଦି – ୧/୨ ଚାମଚ
ଲାଲ ଲଙ୍କା ପାଉଡର – ୧/୨ ଚାମଚ
ଗରମ ମସଲା – ୧/୨ ଛୋଟ ଚାମଚ
ଟମାଟୋ – ୧
କଳା ମରୀଚ – ଚିମୁଟାଏ
ପିଆଜ – ୩ଟି (କଟା ହୋଇଥିବା)
ଦହି – ୧/୨ କପ୍
ଧନିଆ ପତ୍ର -ଛୋଟ କଟା ହୋଇଥିବା
ପାଣି – ୧/୨ କପ୍
ତେଲ – ଆବଶ୍ୟକ ଅନୁସାରେ
ଲୁଣ- ସ୍ୱାଦାନୁସାରେ
ପ୍ରସ୍ତୁତି ପ୍ରଣାଳୀ
-ହାଣ୍ଡିରେ ତେଲ ଗରମ କରିବାକୁ ଛାଡି ଦିଅନ୍ତୁ। ଏବେ ଏଥିରେ କଟା ପିଆଜ ପକାନ୍ତୁ।
-ଏହାପରେ ଏଥିରେ ଅଦା, ହଳଦି ପାଉଡର, ଲାଲ ଲଙ୍କା ପାଉଡର, ଗରମ ମସଲା ପକାଇ ଦିଅନ୍ତୁ।
-କିଛି ସମୟ ପରେ ଏଥିରେ ଟମାଟୋ, କଞ୍ଚା ଲଙ୍କା ମିଶା ଦିଅନ୍ତୁ।
-ଏହାପରେ ଦହି ପକାଇ ସୁଖବା ପଯ୍ୟର୍ନ୍ତ ଚଲାନ୍ତୁ। ଏହାପରେ ଲୁଣ ଏବଂ ପାଣୀ ମିଶାଇ ଫୁଟାଇ ଦିଅନ୍ତୁ।
-ଏହା ଫୁଟିଗଲା ପରେ ପନୀର ମିଶାନ୍ତୁ। ଏହାପରେ ଧନିଆ ପତ୍ର ମିଶାଇ ଦିଅନ୍ତୁ।
-ଶେଷରେ କଳା ମରୀଚ ମିଶାଇ ଦିଅନ୍ତୁ ଏହାପରେ ପ୍ରସ୍ତୁତ ହୋଇଯିବ ଆପଣଙ୍କର ହାଣ୍ଡି ପନୀର।