ବଳାତ୍କାର ରୋକିବାକୁ ବଜାରକୁ ଆସିଲା ଏମିତି ଶାଢ଼ି, ଜାଣନ୍ତୁ ପ୍ରକୃତରେ କଣ ?
ମହିଳାଙ୍କ ସୁରକ୍ଷା ଏବେ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜର ବିଷୟ ହୋଇଛି । ଘରୁ ବାହାରିବା ପରେ ଶିଶୁକନ୍ୟାଙ୍କ ଠାରୁ ଆରମ୍ଭ କରି ବୃଦ୍ଧାଙ୍କ ପର୍ଯ୍ୟନ୍ତ ନିଜକୁ ଅସୁରକ୍ଷିତ ମଣୁଛନ୍ତି। କେତେବେଳେ ଯେ କିଛି ଅଘଟଣ ନଘଟିବ ତାହା କହି ହେଉନାହିଁ। ମହିଳାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ବିଭାଗ ପକ୍ଷରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି। ବିଭିନ୍ନ ମୋବାଇଲ୍ ଆପ୍ ଜରିଆରେ ମହିଳାଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ଭିନ୍ନଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ହଲେ ତଥାପି କମିନି ମହିଳାଙ୍କ ପ୍ରତି ଦୁର୍ବ୍ୟବହାର ଓ ଦୁଷ୍କର୍ମ । ତେବେ ବର୍ତ୍ତମାନ ବଜାରକୁ ଏକ ଏମିତି ପୋଷାକ ଆସିଛି ଯାହା ଦୁଷ୍କର୍ମକାରୀଙ୍କ କବଳରୁ ମହିଳାଙ୍କୁ ବଞ୍ଚାଇବ।
‘ଦିଲ୍ଲୀ କି ଆଣ୍ଟି’ ନାମକ ଏକ ୱେବସାଇଟ୍ ଏକ ଭିଡିଓ ସେୟାର କରି ବଳାତ୍କାର ପାଇଁ ଝିଅଙ୍କ ବେଶ ପୋଷାକକୁ ଦୋଷାରୋପ କରିଛି। ତେବେ ଏହି ଭିଡିଓକୁ ଦେଖି ବୋଷ୍ଟନ୍ର ଏକ ପୋଷାକ କମ୍ପାନୀ ସୁପର ସଂସ୍କାରୀ ଶାଢ଼ି ବଜାରକୁ ଛାଡ଼ିଛି । ଏହି ଶାଢ଼ି ଯୁବତୀ ଓ ମହିଳାଙ୍କୁ ବଳାତ୍କାର ହେବାରୁ ବଞ୍ଚାଇବ ବୋଲି କମ୍ପାନୀ ତରଫରୁ ଦାବି କରାଯାଇଛି।
ଏହାସହ ପଢ଼ନ୍ତୁ: ରାସ୍ତାର ରଙ୍ଗ ନୀଳ କଲେ କମିବ ପ୍ରଦୂଷଣ, ଜାଣନ୍ତୁ କେଉଁ ଦେଶ ଆପଣାଇଛି ଏଭଳି କୌଶଳ
କେତେକ ରୁଢ଼ିବାଦୀ ବ୍ୟକ୍ତିବିଶେଷଙ୍କ ଚିନ୍ତାଧାରା ହେଉଛି, ଯଦି କୌଣସି ମହିଳା ବା ଯୁବତୀ ନିଜ ବେଶ ପୋଷାକରେ ଶାଳୀନତା ରକ୍ଷା କରିବ ତେବେ ସେ ବଳାତ୍କାର ଶିକାର ହେବ ନାହିଁ। ମହିଳାକୁ ସବୁବେଳେ ଶାଢ଼ି ପିନ୍ଧି ଆପାଦ ମସ୍ତକ ଘୋଡ଼ାଇ ରଖିବାକୁ କିଛି ବ୍ୟକ୍ତି ମତବ୍ୟକ୍ତ କରିଥାନ୍ତି। ଶାଢ଼ି ପିନ୍ଧିବା ଦ୍ୱାରା ଜଣେ ସଂସ୍କାରୀ ଭଳି ପ୍ରତୀୟମାନ ହୋଇଥାଏ, ଯାହା ଫଳରେ ତାଙ୍କୁ କେହି ଅଶ୍ଳୀଳ ଇଙ୍ଗିତ କରିନଥାନ୍ତି ବୋଲି ରୁଢ଼ିବାଦୀ ବ୍ୟକ୍ତିମାନେ ମତ ଦିଅନ୍ତି। ସେଭଳି ଲୋକଙ୍କ ଚିନ୍ତାଧାରାକୁ କଟାକ୍ଷ କରି ବୋଷ୍ଟନ୍ର କମ୍ପାନୀ ଏଭଳି ଶାଢ଼ି ଫଟୋ ସେୟାର କରିଛି।
କମ୍ପାନୀ ତରଫରୁ ଏହି ସୁପର ସଂସ୍କାରୀ ଶାଢ଼ିର ବିଭିନ୍ନ ବର୍ଗ ଏବଂ ଦାମ୍ ମଧ୍ୟ ଦିଆଯାଇଛି। କମ୍ପାନୀ କଟାକ୍ଷ କରି କହିଛି ଯେ ଏହି ଶାଢ଼ିକୁ ଆଣ୍ଟି ରେପ୍ ଫ୍ୟାବ୍ରିକ୍ ଏବଂ ଟେକ୍ନୋଲୋଜି ଦ୍ୱାରା ପ୍ରସ୍ତୁତ କରାଯାଇଛି। ଯେତେବେଳେ ଶରୀରର କିଛି ଅଙ୍ଗ ଦିଶିବନି ତ ବଳାତ୍କାର ହେବନି ବୋଲି କମ୍ପାନୀ ତରଫରୁ କଟାକ୍ଷ କରି କୁହାଯାଇଛି। ଏହି ଶାଢ଼ି ବିକ୍ରିରୁ ଯେଉଁ ଅର୍ଥ ମିଳିବ ତାହାକୁ ମହିଳା ସଶକ୍ତିକରଣରେ ଉପଯୋଗ କରାଯିବ। ଏହି ଅର୍ଥକୁ ଡୋନେସନ୍ ଭାବେ ସେଫ୍ଟି ନାମକ ସଂସ୍ଥାକୁ ପ୍ରଦାନ କରାଯିବ ବୋଲି କମ୍ପାନୀର ସହ ପ୍ରତିଷ୍ଠାତା ସୂଚନା ଦେଇଛନ୍ତି।
ଏହାସହ ପଢ଼ନ୍ତୁ: ଏହି ରେସ୍ତୋରାଁରେ ଦେବାକୁ ପଡ଼ିନଥାଏ ଟଙ୍କା, କେବଳ ପ୍ଲାଷ୍ଟିକ୍ ଦେଲେ ମିଳିବ ପେଟପୂରା ଖାଦ୍ୟ
ଶାଢ଼ିର ଫିଚର
ଏହି ସେଫ୍ଟି ଶାଢ଼ିର ମୂଲ୍ୟ ୫୦୦ ଟଙ୍କା ରହିଛି। ବୟସ୍କଙ୍କ ଲାଗି ଲାଇଟ୍ କଲରର କଲେକ୍ସନ୍ ରହିଥିବା ବେଳେ ଯୁବତୀ ବା କମ୍ ବୟସର ଝିଅଙ୍କ ପାଇଁ ଡାର୍କ କଲର କମ୍ବିନେସନ୍ ରହିଛି। ସେହିପରି ଛୋଟ ପିଲାଙ୍କ ପାଇଁ ଛୋଟ ଶାଢ଼ିର ଡିଜାଇନ୍ କରାଯାଇଛି। ଏହି ଶାଢ଼ିର ବ୍ଲାଉଜ୍ ଫୁଲ୍ ହାତବାଲା ଥିବା ବେଳେ ମୁହଁକୁ ଢାଙ୍କିବା ପାଇଁ ମାସ୍କ ମଧ୍ୟ ଦିଆଯାଇଛି।
ତେବେ ବଳାତ୍କାର ରୋକିବାକୁ ପୋଷାକ ନୁହେଁ ଚିନ୍ତାଧାରାରେ ପରିବର୍ତ୍ତନ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।