Below header

ଫିଲ୍ମ ‘ଧୁମ୍‌’ର ନିର୍ଦ୍ଦେଶକ ସଞ୍ଜୟ ଗଢବୀଙ୍କ ପରଲୋକ, ଚା’ ପିଉଥିବା ବେଳେ ଆସିଲା ହାର୍ଟଆଟାକ

ଫିଲ୍ମ ଧୁମ୍‌ ତଥା ଧୁମ ୨’ଭଳି ସୁପରହିଟ୍‌ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ସଞ୍ଜୟ ଗଢଭିଙ୍କ ପରଲୋକ । ୫୭ ବର୍ଷ ବୟସରେ ଘରେ ଚା’ ପିଉଥିବା ବେଳେ ହଠାତ୍‌ ହାର୍ଟ ଆଟାକ ଯୋଗୁଁ ତଳେ ପଡିଯାଇଥିଲେ ।

ବଲିଉଡ ଫିଲ୍ମ ଧୁମ୍‌ ତଥା ଧୁମ ୨’ଭଳି ସୁପରହିଟ୍‌ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ସଞ୍ଜୟ ଗଢଭିଙ୍କ ପରଲୋକ । ୫୭ ବର୍ଷ ବୟସରେ ଘରେ ଚା’ ପିଉଥିବା ବେଳେ ହଠାତ୍‌ ହାର୍ଟ ଆଟାକ ଯୋଗୁଁ ତଳେ ପଡିଯାଇଥିଲେ ।

ଖବର ମୁତାବକ, ସଞ୍ଜୟ ଗଢଭି ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଗ୍ରୀନ ଏକର୍ସ ବିଲିଡିଂରେ ରହୁଥିଲେ । ସକାଳ ୮.୪୫ ମିନିଟରେ ଚା’ ପିଇବା ସମୟରେ ଛାତିରେ ଯନ୍ତ୍ରଣା ହେବାରୁ ତଳେ ପଡିଯାଇଥିଲେ । ଘରେ ବେହୋସ ହୋଇ ପଡିବା ପରେ ତାଙ୍କୁ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କ ମୃତଦେହ ଏବେ ହସପିଟାଲରେ ରହିଛି ।

ସଞ୍ଜୟ ୨୦୦୦ରେ ଫିଲ୍ମ ତେରେ ଲିଏ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ଡେବ୍ୟୁ କରିଥିଲେ । ଏହାପରେ ୨୦୦୪ରେ ଫିଲ୍ମ ଧୁମ ତାଙ୍କୁ ଅନେକ ପରିଚୟ ଦେଇଥିଲା । ଏହି ଫିଲ୍ମରେ ଅଭିଷେକ ବଚ୍ଚନ, ଉଦୟ ଚୋପ୍ରା, ଜନ ଆବ୍ରାହାମ, ଈଶା ଦେଓ୍ଵଲ ଏବଂ ରିମି ସେନ ପ୍ରମୁଖ ଭୂମିକାରେ ରହିଥିଲେ । ଏହାଛଡା ଧୁମ ୨, ମେରେ ୟାର କି ଶାଦି ହୈ, କିଡନାପ୍‌, ଅଜବ ଗଜବ ଲଭ୍‌ ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.