ହାଇ ହିଲ୍‌ ପିନ୍ଧୁଥିଲେ ସାବଧାନ, ହୋଇପାରେ ଏହି ରୋଗ

ଆପଣମାନେ ଏହା ଜାଣିଛନ୍ତି କି ହାଇ ହିଲ୍‌ ପିନ୍ଧିଲେ ଆମ ପାଦ ହିଲ୍‌ରେ ଠିକ୍‌ ଭାବେ ରହିନଥାଏ, ଏବଂ ଏଥିପାଇଁ ଆମ ପାଦରେ ବହୁତ ଯନ୍ତ୍ରଣା ହୋଇଥାଏ । ଏପରି ପରିସ୍ଥିତିରେ ହାଡ଼ର ଆକୃତି ଖରାପ ହୋଇପାରେ ଏବଂ ଅନେକ ପ୍ରକାରର ସମସ୍ୟା ଦେଖାଦେଇପାରେ ।

ହାଇ ହିଲ୍‌ ପିନ୍ଧିବା ପାଇଁ ସବୁ ଝିଅ ବହୁତ ପସନ୍ଦ କରଥାନ୍ତି । କିନ୍ତୁ ହାଇ ହିଲ୍‌ ପିନ୍ଧିଲେ ଆମେ ଯେତେ ସୁନ୍ଦର ଦେଖାଯାଉନା କାହିଁକି, ବେଳେବେଳେ ଏହି ହାଇ ହିଲ୍‌ ଆମ ପାଦକୁ ବହୁତ କଷ୍ଟ ଦେଇଥାଏ । ପ୍ରକୃତରେ ଆମ ପାଦ ପାଇଁ ସେହି ଚପଲ ଠିକ୍‌ ହୋଇଥାଏ, ଯେଉଁ ଚପଲକୁ ପିନ୍ଧିଲେ ଆମ ପାଦକୁ ଆରାମ ମିଳିଥାଏ । କିନ୍ତୁ ଆପଣମାନେ ଏହା ଜାଣିଛନ୍ତି କି ହାଇ ହିଲ୍‌ ପିନ୍ଧିଲେ ଆମ ପାଦ ହିଲ୍‌ରେ ଠିକ୍‌ ଭାବେ ରହିନଥାଏ, ଏବଂ ଏଥିପାଇଁ ଆମ ପାଦରେ ବହୁତ ଯନ୍ତ୍ରଣା ହୋଇଥାଏ । ଏପରି ପରିସ୍ଥିତିରେ ହାଡ଼ର ଆକୃତି ଖରାପ ହୋଇପାରେ ଏବଂ ଅନେକ ପ୍ରକାରର ସମସ୍ୟା ଦେଖାଦେଇପାରେ । ଯେପରି ପାଦ ବହୁତ ଖରାପ ଦେଖା ଯିବାକୁ ଲାଗିଥାଏ । ସେଥିପାଇଁ ଆସନ୍ତୁ ଆମେ ଆଜି ଆପଣଙ୍କୁ ଏହି ବିଷୟରେ କିଛି କଥା ଜଣାଇବୁ, ଯେ ହାଇ ହିଲ୍‌ ପିନ୍ଧିବା ଦ୍ୱାରା କ’ଣ କ୍ଷତି ହୋଇଥାଏ ଓ କିଭଳି ରୋଗ ହୋଇଥାଏ ।

ହାଇ ହିଲ୍‌ ପିନ୍ଧିବା ଦ୍ୱାରା ଆପଣଙ୍କ ପାଦରେ ବନିଅନ୍ ସୃଷ୍ଟି କରେ । ଯାହା ଭବିଷ୍ୟତରେ ଆଗକୁ ଯାଇ ଆମ ପାଦରେ ପୋଡିଆଟ୍ରି ସମସ୍ୟା ସୃଷ୍ଟି କରିପାରେ । ଯେପରି ହାଇ ହିଲ୍‌ରେ ଆମ ଆଙ୍ଗୁଠି ଏକାଠି ରହିଥାଏ ଓ ଆମ ପାଦର ବୁଢା ଆଙ୍ଗୁଠିରେ ଅଧିକ ପ୍ରେସର ପଡିଥାଏ । ଏହା ଆମ ପାଦର ଛୋଟ ଆଙ୍ଗୁଠି ଏବଂ ଗୋଡର ଗଣ୍ଠିକୁ ପ୍ରଭାବିତ କରିଥାଏ । ଏହି କାରଣରୁ ହାଡ ଏକ ଭିନ୍ନ ଉପାୟରେ ବାହାରି ଅଜବ ଦେଖାଯାଏ ।

ହାଇ ହିଲ୍ ପିନ୍ଧିବା ଦ୍ୱାରା  ଅନେକ ଅସୁବିଧା ମଧ୍ୟ ହୋଇପାରେ । ଯେପରି ଏହା ରିମାଟଏଡ୍ ଆର୍ଥ୍ରାଇଟିସ୍ ସୃଷ୍ଟି କରିପାରେ । ସେହିଭଳି ଭାବେ ଆଙ୍ଗୁଠିର ଆକୃତି ଏବଂ ପାଦର ଆକାରର ଗଠନକୁ ପ୍ରଭାବିତ କରେ । ଏହା ଦ୍ୱାରା ଏପରି ମଧ୍ୟ ସମସ୍ୟା ହୋଇଥାଏ, ଯେପରି ଆମ ପାଦର ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ସହ ଲିଗିଲା ଭଳି ଦେଖା ଯିବାକୁ ଲାଗିଥାଏ । ଏହା ବ୍ୟତୀତ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ମଧ୍ୟ ହୋଇପାରେ । ଆଙ୍କଲେ ମଧ୍ୟ ସ୍ପ୍ରେଡ୍‌ ହୋଇପାରେ । ଏପରି ମଧ୍ୟ ହୋଇଥାଏ ଆମ ପାଦ ଖରାପ ମଧ୍ୟ ଦେଖା ଯିବାକୁ ଲାଗିଥାଏ । ତେଣୁ ଏହି ସମସ୍ତ କାରଣ ପାଇଁ ଆପଣ ହାଇ ହିଲ୍ ପିନ୍ଧିବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣ ଆରାମଦାୟକ ଚପଲ ଏବଂ ଜୋତା ପିନ୍ଧିବାକୁ ମଧ୍ୟ ଚେଷ୍ଟା କରିବା ଉଚିତ ଯାହା ଆପଣଙ୍କ ପାଦ ପାଇଁ ଲାଭଦାୟକ ବୋଲି କୁହାଯାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.