ବିୟର ଓ ୱିସ୍କି ଠାରୁ ଅଧିକ ନିଶା ଏହି କ୍ଷୀର, ଜାଣନ୍ତୁ ଏହି ପଶୁ ବିଷୟରେ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏପରି ଏକ ପ୍ରାଣୀ ଅଛି ଯାହାର କ୍ଷୀରରେ ମଦ ଅପେକ୍ଷା ଅଧିକ ନିଶା ହୋଇଥାଏ । ଏହି ପଶୁଟି ହେଉଛି ମହିଳା ହାତୀ । ହାତୀ କ୍ଷୀରରେ ପ୍ରାୟ ୬୦ ପ୍ରତିଶତ ଆଲକୋହଲ ରହିଥାଏ ।

କ୍ଷୀର ହେଉଛି ଏକ ଏଭଳି ପାନୀୟ ଯାହା ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟୀ । ଅଧିକାଂଶ ଲୋକ ଗାଇ, ମଇଁଷି କିମ୍ବା ଛେଳି କ୍ଷୀର ପିଅନ୍ତି, ଯାହା ପ୍ରୋଟିନ୍ ଏବଂ ଭିଟାମିନରେ ଭରପୂର । କିନ୍ତୁ ଗୋଟିଏ ଏଭଳି ପଶୁ ଅଛି ଯାହାର କ୍ଷୀରରେ ଆଲକୋହଲ ରହିଛି । ଏହା ଶୁଣି ଆପଣଙ୍କୁ ଖୁବ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।

ଏହି କ୍ଷୀରରେ ଏତେ ପରିମାଣର ଆଲକୋହଲ ଥାଏ ଯେ ଏହା ବିୟର କିମ୍ବା ୱସ୍କି ଅପେକ୍ଷା ବି ଅଧିକ ନିଶା କରିଥାଏ । ଏହା ଶୁଣିବା ପରେ କଣ ଆପଣ ଚିନ୍ତା କରିପାରୁଛନ୍ତି କି ଏହା କେଉଁ ପଶୁର କ୍ଷୀର ହୋଇପାରେ? ଯଦି କେହି ଏହି ପଶୁର କ୍ଷୀର ପିଇନେବ, ତାଙ୍କୁ ମଦ ପାରି ନିଶା ହୋଇଯିବ । ତେବେ ଆସନ୍ତୁ ଜାଣିବା ଏହା କେଉଁ ପ୍ରାଣୀ ଏବଂ ତା’ କ୍ଷୀରରେ କେତେ ପ୍ରତିଶତ ଆଲକୋହଲ ରହିଛି ।

କ୍ଷୀର ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଏବଂ ଏହା ଆମ ଶରୀରକୁ ଅତ୍ୟାବଶ୍ୟକ ପୋଷକତତ୍ତ୍ୱ ଯୋଗାଇବାରେ ସାହାଯ୍ୟ କରେ । ଯେଉଁମାନେ କ୍ଷୀର ପିଇବାକୁ ପସନ୍ଦ କରନ୍ତି ସେମାନେ ପ୍ରାୟତଃ ଗାଇ କିମ୍ବା ମଇଁଷି କ୍ଷୀର ପିଅନ୍ତି । କିନ୍ତୁ ବେଳେବେଳେ ଯଦି ଜଣେ ବ୍ୟକ୍ତି ଅସୁସ୍ଥ ହୋଇଯାଏ, ତେବେ ତାଙ୍କୁ ଛେଳି କ୍ଷୀର ପିଇବାକୁ ପରାମର୍ଶ ଦିଆଯାଇଥାଏ ।

ଛେଳି କ୍ଷୀରରେ ପ୍ରୋଟିନ୍ ଏବଂ ଭିଟାମିନ୍ ଭରପୂର ରହିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏପରି ଏକ ପ୍ରାଣୀ ଅଛି ଯାହାର କ୍ଷୀରରେ ମଦ ଅପେକ୍ଷା ଅଧିକ ନିଶା ହୋଇଥାଏ । ଏହି ପଶୁଟି ହେଉଛି ମହିଳା ହାତୀ । ହାତୀ କ୍ଷୀରରେ ପ୍ରାୟ ୬୦ ପ୍ରତିଶତ ଆଲକୋହଲ ରହିଥାଏ । ବୈଜ୍ଞାନିକ ରିସର୍ଚରୁ ଜଣାପଡିଛି ଯେ ହାତୀମାନେ ଆଖୁ ଖାଇବାକୁ ପସନ୍ଦ କରନ୍ତି, ଯେଉଁଥିରୁ ଆଲକୋହଲ ପ୍ରଡ୍ୟୁସ କରାଯାଇଥାଏ ।

ସେଥିପାଇଁ ହାତୀ କ୍ଷୀରରେ ଅତ୍ୟଧିକ ପରିମାଣରେ ଆଲକୋହଲ ରହିଥାଏ । ତେଣୁ ହାତୀ କ୍ଷୀର ମଣିଷ ପାଇଁ ଉପଯୋଗୀ ନୁହେଁ । କ୍ଷୀରରେ ମିଳୁଥିବା କେମିକାଲ ମନୁଷ୍ୟ ଶରୀର ପାଇଁ ବିପଜ୍ଜନକ ହୋଇପାରେ । ଏହି କ୍ଷୀରରେ ବିଟା କେସିନ୍ ରହିଛି, ଯେଉଁ କାରଣରୁ କ୍ଷୀରରେ ଲାକ୍ଟୋଜ୍ ଅଧିକ ଥାଏ ।

ରିସର୍ଚ ଅନୁଯାୟୀ, ଆଫ୍ରିକୀୟ ମହିଳା ହାତୀମାନଙ୍କଠାରେ ହାଇ ଲେବଲର ଲାକ୍ଟୋଜ୍ ଏବଂ ଅଲିଗୋସାକାରାଇଡ୍ସ ଥାଏ । ହାତୀମାନେ ଦିନକୁ ୧୨ ରୁ ୧୮ ଘଣ୍ଟା ଘାସ, ପତ୍ର ଏବଂ ଫଳ ଖାଇଥା’ନ୍ତି, କାରଣ ସେମାନଙ୍କୁ ପ୍ରତିଦିନ ପ୍ରାୟ ୧୫୦ କିଲୋଗ୍ରାମ ଖାଦ୍ୟର ଆବଶ୍ୟକତା ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.