ଦୁଇ ଭଉଣୀଙ୍କ ଜଳ ସମାଧି, ପୋଖରୀକୁ ଯାଇଥିଲେ ଗାଧୋଇ

ଦୁଇ ଭଉଣୀଙ୍କ ହେଲା ଜଳ ସମାଧି । ପୋଖରୀରେ ବୁଡ଼ି ଗଲା ଦୁଇ ନାବାଳିକାଙ୍କ ଜୀବନ । ଗାଧୋଇବାକୁ ପୋଖରୀକୁ ଯାଇଥିବା ବେଳେ ଅଘଟଣ।

ଦୁଇ ଭଉଣୀଙ୍କ ହେଲା ଜଳ ସମାଧି । ପୋଖରୀରେ ବୁଡ଼ି ଗଲା ଦୁଇ ନାବାଳିକାଙ୍କ ଜୀବନ । ଗାଧୋଇବାକୁ ପୋଖରୀକୁ ଯାଇଥିବା ବେଳେ ଅଘଟଣ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା କୀର୍ତ୍ତିପୁର ଗାଁରେ ଅଭାବନୀୟ ଘଟଣା। ମୃତକ ଦୁଇ ଭଉଣୀ ହେଲେ ରୋଶନି ରାଉତ ଓ ସନ୍ଧ୍ୟା ରାଉତ।

ଉଭୟ ଛୋଟବେଳୁ ଅଜା ଘରେ ରହି ପାଠ ପଢ଼ୁଥିଲେ। ଆଜି ପୋଖରୀକୁ ଗାଧେଇବା ପାଇଁ ଯାଇ ଆଉ ଘରକୁ ଫେରିନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ସେମାନଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରିଥିଲେ। ଏହି ଘଟଣାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.