ଡାହାଣୀ ସନ୍ଦେହରେ ମହିଳାଙ୍କୁ ପିଟି ପିଟି ହତ୍ୟା, ବିଳମ୍ବିତ ରାତିରେ କଲେ ଏଭଳି କାଣ୍ଡ

ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବରାଙ୍ଗ ଗାଁରେ ଘଟିଛି ।

ଯୁଗ ଆସି କେଉଁଠି ପହଞ୍ଚିଲାଣି । କିନ୍ତୁ ଏବେ ବି କିଛି ଲୋକଙ୍କ ମନରେ ଭରି ରହିଛି ଅନ୍ଧବିଶ୍ୱାସର ମାୟାଜାଲ । ଆଉ ଏହି ଅନ୍ଧବିଶ୍ୱାଶର କୁପ୍ରଭାବରେ ହନ୍ତସନ୍ତ ହେଉଛନ୍ତି କିଛି ନୀରିହ ଜନ ସାଧାରଣ । ଲୋକମାନେ ଯେତେ ଆଧୁନିକତା ଦିଗକୁ ଗଲେ ମଧ୍ୟ କିଛି କିଛି ସ୍ଥାନରେ ଅନ୍ଧବିଶ୍ୱାସର ଚିହ୍ନ ସ୍ପଷ୍ଟ ବାରି ହୋଇପଡ଼େ । ତେବେ ଏହି ଅନ୍ଧବିଶ୍ୱାସର କିଛି ଅଭାବନୀୟ ଘଟଣା ଗାଁ ମାନଙ୍କରେ ହିଁ ଦେଖିବାକୁ ମିଳେ । ଅନ୍ଧବିଶ୍ୱାସ ପାଇଁ ନିଜ ପରିବାର ଲୋକଙ୍କ ଜୀବନ ନେବାକୁ ପଛାନ୍ତି ନାହିଁ କିଛି ଲୋକ । ତେବେ ଏଭଳି ଅନ୍ଧବିଶ୍ୱାସକୁ ନେଇ ଜଣେ ମହିଳା ନିଜ ଯାଆ ଙ୍କୁ ହିଁ ପିଟି ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି ।

ଅନ୍ଧବିଶ୍ୱାସର କରୁଣ ପରିଣତି ଦେଖିବାକୁ ମିଳିଛି ଏକ ଗାଁରେ । ଡାହାଣୀ ସନ୍ଦେହରେ ଜଣେ ମହିଳାଙ୍କୁ ପିଟିପିଟି ହତ୍ୟା କରାଯାଇଛି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବରାଙ୍ଗ ଗାଁରେ ଘଟିଛି । ଏହି ଗାଁର ହିକିନ ମାଝୀଙ୍କ ସ୍ତ୍ରୀ ଦୋଲି ମାଝୀଙ୍କୁ ଡାହାଣୀ ସନ୍ଦେହରେ ତାଙ୍କ ସାନ ଯା ସିନିଙ୍ଗା ମାଝୀ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗତକିଛି ଦିନ ତଳେ ସିନିଙ୍ଗା ମାଝୀଙ୍କ ସମ୍ପର୍କୀୟ ଜଣ୍ଡିସ ରୋଗରେ ମୃତ୍ୟୁବରଣ କରିଥିଲେ । ଏହାକୁ ନେଇ ଦୋଲି ମାଝି ରାତିରେ ଶୋଇଥିବା ବେଳେ ତାଙ୍କ ସାନ ଯାଆ ତାଙ୍କୁ ଆକ୍ରମଣ କରିଥିଲେ । ଦୋଲିଙ୍କ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଦୋଲିଙ୍କ ପୁଅ ଏବଂ ପୁତୁରା ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାର ଲୋକେ ଫେରାର ହୋଇଯାଇଛନ୍ତି ।

ଅନ୍ଧବିଶ୍ୱାସ ପାଇଁ ଚାଲିଗଲା ମହିଳାଙ୍କ ଜୀବନ । ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଥିଲେ ମଧ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.