ବିଶ୍ୱକପ ଫାଇନାଲ : ଭାରତକୁ ଝଟକା, ପ୍ୟାଭିଲିୟନ ଫେରିଲେ କିଙ୍ଗ କୋହଲି

ଦିନିକିଆ ବିଶ୍ୱକପ ୨୦୨୩ ଲଢେଇ ଚାଲିଛି। ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଫଳରେ ପ୍ରଥମେ ବ୍ୟାଟିଂ କରି ୪ଟି ଓ୍ଵିକେଟ ହରାଇଛି ଭାରତ । ବର୍ତ୍ତମାନ ସୁଦ୍ଧା ଭାରତ ୨୯ ଓଭର ସୁଦ୍ଧା ୧୪୮ ରନ୍‌ କରି ୪ ଓ୍ଵିକେଟ ହରାଇଛି । ଏବେ କ୍ରିଜରେ ରବିନ୍ଦ୍ର ଜାଡେଜା ଏବଂ କେଏଲ ରାହୁଲ ବ୍ୟାଟିଂ କରୁଛନ୍ତି ।

ଦିନିକିଆ ବିଶ୍ୱକପ ୨୦୨୩ ଲଢେଇ ଚାଲିଛି। ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଅଷ୍ଟ୍ରେଲିଆ । ଫଳରେ ପ୍ରଥମେ ବ୍ୟାଟିଂ କରି ୪ଟି ଓ୍ଵିକେଟ ହରାଇଛି ଭାରତ । ଭାରତକୁ ପ୍ରାରମ୍ଭିକ ଝଟକା ଲାଗିଛି । ୪ ରନ ସଂଗ୍ରହ କରି ଆଉଟ ହୋଇଛନ୍ତି ଶୁବମନ ଗିଲ । ଗିଲଙ୍କ ଆଉଟ୍‌ ପରେ କ୍ୟାଚ ଆଉଟ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା । ସେ ୩୧ ବଲରେ ୪୭ ରନ ସଂଗ୍ରହ କରି ପାଭିଲିୟନକୁ ଫେରିଯାଇଛନ୍ତି । ମ୍ୟାକ୍ସ ୱେଲଙ୍କ ବଲକୁ ବୁଝି ନପାରି କ୍ୟାଚ ଆଉଟ ହୋଇଛନ୍ତି ରୋହିତ । ପରେ ପରେ ଶ୍ରେୟାସ ଆୟର ମଧ୍ୟ କ୍ୟାଚ ଆଉଟ ହୋଇଛନ୍ତି ।

ଏହାପରେ ବିରାଟ ଏବଂ କେଏଲ ରାହୁଲ ପାରି ସମ୍ଭାଳିଥିଲେ । କିନ୍ତୁ ବିରାଟ ଅର୍ଦ୍ଧଶତକ ମାରିବା ପରେ ପ୍ୟାଟ୍‌ କେମିନ୍ସଙ୍କ ବଲରେ ବୋଲ୍ଡ ହୋଇଛନ୍ତି କୋହଲି । ବର୍ତ୍ତମାନ ସୁଦ୍ଧା ଭାରତ ୨୯ ଓଭର ସୁଦ୍ଧା ୧୪୮ ରନ୍‌ କରି ୪ ଓ୍ଵିକେଟ ହରାଇଛି । ଏବେ କ୍ରିଜରେ ରବିନ୍ଦ୍ର ଜାଡେଜା ଏବଂ କେଏଲ ରାହୁଲ ବ୍ୟାଟିଂ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.