Samsung Galaxy S22ରେ ମିଳୁଛି ଭାରି ଡିସକାଉଣ୍ଟ, ଜାଣନ୍ତୁ ଡିଟେଲ୍ସ

ଦୀପାବଳି ପରେ ମଧ୍ୟ ଏହି ସ୍ମାର୍ଟଫୋନରେ ଦିଆଯାଉଛି ଭାରି ଡିକାଉଣ୍ଟ । ଯଦି ଆପଣ ଏହି ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ଏହା ବିଷୟରେ ଡିଟେଲ୍ସରେ କହିବାକୁ ଯାଉଛୁ ।

Samsung Galaxy S22 ହେଉଛି ଏକ ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଯାହାକୁ ହଜାର ହଜାର ଭାରତୀୟ ପସନ୍ଦ କରନ୍ତି । ଏହି ସ୍ମାର୍ଟଫୋନର ଅପଡେଟ୍ ମଡେଲ୍ Samsung Galaxy S23 ବର୍ତ୍ତମାନ ବଜାରରେ ଉପଲବ୍ଧ ହୋଇଛି । ଏହା ପରେ ବି Samsung Galaxy S22ର କ୍ରେଜ୍ କମି ନାହିଁ । ଯଦି ଆପଣ ମଧ୍ୟ ଏହି ସ୍ମାର୍ଟଫୋନକୁ ପସନ୍ଦ କରୁଛନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । ଦୀପାବଳି ପରେ ମଧ୍ୟ ଏହି ସ୍ମାର୍ଟଫୋନରେ ଦିଆଯାଉଛି ଭାରି ଡିକାଉଣ୍ଟ । ଯଦି ଆପଣ ଏହି ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ଏହା ବିଷୟରେ ଡିଟେଲ୍ସରେ କହିବାକୁ ଯାଉଛୁ ।

Samsung Galaxy S22 5G ରେ ମିଳୁଥିବା ଅଫରଗୁଡିକ ବିଷୟରେ ଜାଣିବା ପୂର୍ବରୁ ଆପଣ ଏହାର ଦାମ୍‌ ବିଷୟରେ ନିଶ୍ଚିତ ଜାଣିବା ଉଚିତ୍ । ଏହି ସ୍ମାର୍ଟଫୋନର ପ୍ରକୃତ ଦାମ୍‌ ୮୫,୯୯୯ ଟଙ୍କା କିନ୍ତୁ ଗ୍ରାହକମାନେ ଏହାକୁ ମାତ୍ର ୪୯,୯୯୯ ଟଙ୍କାରେ କିଣିପାରିବେ । କାରଣ ଏଥିରେ ୪୧ ପ୍ରତିଶତ ଡିସକାଉଣ୍ଟ ଦିଆଯାଉଛି । ଏହି ଭାରି ଡିସକାଉଣ୍ଟ ପରେ ମଧ୍ୟ ଗ୍ରାହକଙ୍କୁ ସ୍ମାର୍ଟଫୋନ୍ ପାଇଁ ୩୬,୦୦୦ ଟଙ୍କା କମ୍ ଦେବାକୁ ପଡିବ ।

ସ୍ପେସିଫିକେସନ୍‌ ଏବଂ ଫିଚର:
ସ୍ପେସିଫିକେସନ ଏବଂ ଫିଚର ବିଷୟରେ କହିବାକୁ ଗଲେ ଏହି ସ୍ମାର୍ଟଫୋନରେ ୮ GB RAM ଏବଂ ୧୨୮ GB ଷ୍ଟୋରେଜ୍ ଦିଆଯାଇଛି । କେବଳ ଏତିକି ନୁହେଁ ଏହି ସ୍ମାର୍ଟଫୋନରେ ୧୨୦ Hz ରିଫ୍ରେସ୍‌ ରେଟ୍‌ ସହିତ ଏକ ଡାଇନାମିକ AMOLED ଡିସପ୍ଲେ ସହିତ ଆସିଥାଏ । ଏହି ଡିସପ୍ଲେ ସହିତ ୟୁଜରମାନଙ୍କୁ ଏକ ଏକ୍ସପେରିଏନ୍ସ ମିଳିଥାଏ । ଯଦି ଆପଣ ମଧ୍ୟ ଏହି ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ଡିଲ୍‌ ହୋଇପାରେ । ଏହି ସ୍ମାର୍ଟଫୋନରେ ଏକ ଷ୍ଟାଇଲିସ୍ ରିୟର ଗ୍ଲାସ୍ ପ୍ୟାନେଲ୍ ରହିଛି । ଏଥିରେ ଏକ ପ୍ରିମିୟମ୍ ଡିଜାଇନ୍ କ୍ୟାମେରା ସେଟଅପ୍ ମଧ୍ୟ ମିଳିଥାଏ ଯାହା ଦମଦାର ରହିଛି ଏବଂ ଗ୍ରାହକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.