ମନ୍ଦିରରେ ଫାଟିଲା ହିଲିୟମ ବେଲୁନ, ୨୫ ନାବାଳିକା ଆହତ

ଗଣେଶ ମୂର୍ତ୍ତି ଅଭିଷେକ ବେଳେ ଫାଟିଲା ହିଲିୟମ ବେଲୁନ୍‌ । ମନ୍ଦିରରେ ଥିବା ୨୫ ନାବାଳିକା ଆହତ ହୋଇଥିବା ଖବର ମିଳିଛି । ଗୁଜରାଟର ମେହସାଣାରେ ଘଟିଛି ଏଭଳି ଘଟଣା ।

ଗୁଜରାଟର ମେହସାଣା ଜିଲ୍ଲାର ଏକ ଗାଁରେ ଧାର୍ମିକ କାର୍ଯ୍ୟକ୍ରମ ସମୟରେ ମନ୍ଦିରରେ ବେଲୁନ୍‌ ଫୁଟିବା ଅଘଟଣ ଯୋଗୁଁ ୨୫ ନାବାଳିକା ପୋଡିଯାଇଛନ୍ତି । କାର୍ଯ୍ୟକ୍ରମରେ ଲାଗିଥିବା ହିଲିୟମ ବେଲୁନ ଫୁଟିବା ଯୋଗୁଁ ୧୦ରୁ ୧୫ ବର୍ଷର ନାବାଳିକା ୨୫ ଜଣ ଆହତ ହୋଇଛନ୍ତି । ପୋଲିସ ଏହି ସୂଚନା ଦେଇଛି ।

ଖବର ମୁତାବକ, ମେହସାଣା ଜିଲ୍ଲାର ବ୍ରାହ୍ମଣବାଡା ଗାଁରେ ଗଣେଶ ମନ୍ଦିରରେ ବାହାରେ ଦିନ ଦିପ୍ରହରର ସମୟରେ ମୂର୍ତ୍ତି ଅଭିଷେକ ସମାରୋହରେ ଦେଖୁଥିଲେ । ଏହି ସମୟରେ ବାଣରୁ ନିଆଁ ଝିଟିକି ବେଲୁନରେ ପଡିଥିଲା । ଫଳରେ ବେଲୁନ ଫାଟିଯାଇଥିଲା । ସେଠାରେ ଉପସ୍ଥିତ ଥିବା ୨୫ ନାବାଳିକାଙ୍କ ଉପରେ ପଡିଥିଲା । ସେମାନେ ଗୁରୁତର ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ୧୦ରୁ ୧୫ ବର୍ଷର ପିଲାମାନେ ଆହତ ହୋଇଛନ୍ତି । ୧୦ ଜଣ ଯୁବତୀଙ୍କୁ ପ୍ରାଥମିକ ଉପହାର କରାଯାଇ ଘରକୁ ପଠାଇ ଦିଆଯାଇଛି । ସେହିପରି ୧୫ ଜଣ ପିଲା ଏବେ ବି ଚିକିତ୍ସିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.