ସ୍ୟାଣ୍ଡ ଆର୍ଟ ଜରିଆରେ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲେ କଟକର ସୂର୍ଯ୍ୟ ନାରାୟଣ
ସାରା ଭାରତ ଖୁସିରେ ଝୁମୁଥିବା ବେଳେ, ଏହି ଉତ୍ସବରେ ସାମିଲ ହୋଇ ସ୍ୟାଣ୍ଡ ଆର୍ଟ ମାଧ୍ୟମରେ ନିଜ ଖୁସି ବ୍ୟକ୍ତ କରିଛନ୍ତି କଟକର ସ୍ୟାଣ୍ଡ ଆର୍ଟିଷ୍ଟି ସୂର୍ଯ୍ୟ ନାରାୟଣ । ସ୍ୟାଣ୍ଡ ଆର୍ଟରେ ଝଲସୁଛନ୍ତି କ୍ରିକେଟର ମହାନାୟକ ।

ଆଜି କ୍ରିକେଟ ୱାର୍ଲଡ କପ ଫାଇନାଲ ମ୍ୟାଚ । ଏଥିପାଇଁ ଲୋକଙ୍କ କ୍ରେଜ କହିଲେ ନ ସରେ । ଆଜି ICC ୱାର୍ଲଡ କପ ୨୦୨୩ ଟ୍ରଫିର ବିଜେତା ନିର୍ଧାରିତ ହେବାକୁ ଯାଉଛି । ଏହି ମହା ମୁକାବିଲା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯିବା ଏହି ମ୍ୟାଚ । ୱାର୍ଲଡ କପରେ ଟିମ ଇଣ୍ଡିଆର ବିଜୟ କାମନା କରି କିଏ ହୋମ କରୁଛି ତ କିଏ ଯଜ୍ଞ ।
ୱାର୍ଲଡ କପର ମହାଲଢ଼େଇକୁ ନେଇ ଓଡ଼ିଶାରେ କ୍ରିକେଟ୍ ଫିଭର । ଟିମ ଇଣ୍ଡିଆକୁ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି ଓଡିଶାବାସୀ । ଭାରତରେ ଯେଭଳି କ୍ରିକେଟର କ୍ରେଜ୍ ରହିଛି ବିଶ୍ବରେ ଆଉ କେଉଁଠି ନାହିଁ । ଏଥର ଭାରତ ୱାର୍ଲଡ କପ ଜିତିବ ବୋଲି ଆଶା ରଖିଛନ୍ତି ଦର୍ଶକ । ୱାର୍ଲଡ କପରେ ଭାରତର ବିଜୟ ପାଇଁ ଫ୍ୟାନଙ୍କ ଶୁଭେଚ୍ଛାର ସୁଅ ବନ୍ଦ ହେବାର ନାଁ ନେଉନି ।
ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଏଥର ୱାର୍ଲଡ କପ ଆମର । ତେବେ ଏହାରି ଭିତରେ କଟକରୁ ଏକ ନିଆରା ଚିତ୍ର ସାମ୍ନାକୁ ଆସିଛି । ସାରା ଭାରତ ଖୁସିରେ ଝୁମୁଥିବା ବେଳେ, ଏହି ଉତ୍ସବରେ ସାମିଲ ହୋଇ ସ୍ୟାଣ୍ଡ ଆର୍ଟ ମାଧ୍ୟମରେ ନିଜ ଖୁସି ବ୍ୟକ୍ତ କରିଛନ୍ତି କଟକର ସ୍ୟାଣ୍ଡ ଆର୍ଟିଷ୍ଟି ସୂର୍ଯ୍ୟ ନାରାୟଣ । ସ୍ୟାଣ୍ଡ ଆର୍ଟରେ ଝଲସୁଛନ୍ତି କ୍ରିକେଟର ମହାନାୟକ ।
କ୍ରିକେଟ ବିଶ୍ୱକପ ମହାସମରକୁ ସେଲିବ୍ରେଟ କରିବା ପାଇଁ କଟକର ସ୍ୟାଣ୍ଡ ଆର୍ଟିଷ୍ଟି ସୂର୍ଯ୍ୟ ନାରାୟଣ ନିଜ ହାତରେ ଆଙ୍କିଦେଇଛନ୍ତି କ୍ରିକେଟ ଷ୍ଟାରଙ୍କର ଅବିକଳ ଫଟୋ ଚିତ୍ର । କ୍ରିକେଟର ଫଟୋ ଚିତ୍ର ସହ ସେହି ଫ୍ରେମରେ ବିଶ୍ବକପର ଚିତ୍ର ମଧ୍ୟ ଝଲସି ଉଠିଛି । ଏଥିସହିତ ସେଥିରେ ସ୍ଥାନ ପାଇଛି ତ୍ରିରଙ୍ଗାର ଚିତ୍ର । ଏହି ସ୍ୟାଣ୍ଡ ଆର୍ଟ ଜରିଆରେ ସେ କ୍ରିକେଟର ଏହି ମହା ସମାରୋହକୁ ସେଲିବ୍ରେଟ କରିଛନ୍ତିି ।
ସୂର୍ଯ୍ୟ ନାରାୟଣଙ୍କ ଏହି ସ୍ୟାଣ୍ଡ ଆର୍ଟକୁ ଲୋକେ ବେଶ ପସନ୍ଦ କରୁଛନ୍ତି । ସୂର୍ଯ୍ୟ ନାରାୟଣ ପୂର୍ବରୁ ମଧ୍ୟ ସ୍ୟାଣ୍ଡ ଆର୍ଟ ଜରିଆରେ ବହୁ କମାଲ ଦେଖାଇ Asia Book of Record Holder ରେ ନିଜ ନାଁ ଲେଖି ପାରିଛନ୍ତି। ତେବେ ସୂର୍ଯ୍ୟ ନାରାୟଣ ଏଇ କିଛି ବର୍ଷ ତଳେ ସ୍ୟାଣ୍ଡ ଆର୍ଟ କରିବା ଆରମ୍ଭ କରିଥିଲେ । ନିଜ ଇଚ୍ଛା ଶକ୍ତି ବଳରେ ଆଜି ସେ ଏଥିରେ ପାରଙ୍ଗମ ହୋଇପାରିଛନ୍ତି।
ଆଉ ସ୍ୟାଣ୍ଡ ଆର୍ଟ ଜଗତରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତେବେ ଆଜି ବି ଏହି ଆର୍ଟ ଉପରେ ସେ ଏକ୍ସପେରିମେଣ୍ଟ୍ କରୁଥିବା କଥା କହିଛନ୍ତି। ସୂର୍ଯ୍ୟ ନାରାୟଣଙ୍କ ସ୍ୟାଣ୍ଡ ଆର୍ଟକୁ ଲୋକେ ବେଶ୍ ପସନ୍ଦ କରୁଛନ୍ତି । ତାଙ୍କ ସ୍ୟାଣ୍ଡ ଆର୍ଟରେ ପ୍ରତିଟି ଚିତ୍ର ଜୀବନ୍ତ ହୋଇ ଉଠୁଛି । ତେବେ ସ୍ୟାଣ୍ଡ ଆର୍ଟ ଜଗତରେ କିଛି ନୂଆ କରିବାର ଆଶା ନେଇ ଆଗକୁ ଆଗେଇ ଚାଲିଛନ୍ତି ସୂର୍ଯ୍ୟ ନାରାୟଣ ।