Below header

ଆରମ୍ଭ ହେଲା ‘ସସୁରାଲ ସିମର କା ୨’ ର ସୁଟିଂ, ନିଜ ଫାଷ୍ଟଲୁକ୍‌ ସେୟାର କଲେ ଦୀପିକା କକ୍କର

ଟିଭିର ଲୋକପ୍ରିୟ ଅଭିନେତ୍ରୀ ଦୀପିକା କକ୍କର ନିଜ ନୂଆ ଶୋ’ରେ ଦମ୍‌ଦାର କମ୍‌ବ୍ୟାକ୍‌ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ‘ସସୁରାଲ ସିମର କା’ର ପ୍ରଥମ ସିଜନ୍‌ର ସଫଳତା ପରେ ସିଜନ୍‌ ୨ର ପାଇଁ ସୁଟିଂ କରୁଛନ୍ତି ଦୀପିକା। ଏହାର ଫଟୋକୁ ସେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି।

‘ସସୁରାଲ ସିମର କା’ ସିଜନ୍‌ ୧ ହିଟ୍‌ ହେବା ପରେ ଫ୍ୟାନ୍‌ମାନେ ସିଜନ୍‌ ୨କୁ ଖୁବ୍‌ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟାଇ ଦୀପିକା ଦ୍ୱିତୀୟ ସିଜନ୍‌ର ସୁଟିଂ ବେଳେ କିଛି ଫଟୋ ସେୟାର କରିଛନ୍ତି।

ନଜର ପକାନ୍ତୁ ଫଟୋ ଉପରେ…

 

View this post on Instagram

 

A post shared by Dipika (@ms.dipika)


ଫଟୋରେ ଦୀପିକା ଗୋଲାପୀ ରଙ୍ଗର ଶାଢ଼ି ପିନ୍ଧିଛନ୍ତି। ଆଉ ଏକ ଫଟୋରେ ମେକଅପ୍‌ ଆର୍ଟିଷ୍ଟ ତାଙ୍କ କେଶ ସଜାଡ଼ୁଥିବା ଦେଖାଯାଇଛି।

dipika
Image Credit: abplive

ସୂଚନାଯୋଗ୍ୟ ଯେ ଲକ୍‌ଡାଉନ୍‌ ବେଳେ ଦୀପିକା ନିଜ ଘରେ ପରିବାର ସହ ସମୟ ଅତିବାହିତ କରୁଥିଲେ। ଏଥିସହ ସେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲରେ ମଧ୍ୟ ବେଶ୍‌ ଆକ୍ଟିଭ୍‌ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.