Below header

ଜାଣନ୍ତୁ, ଫେସ୍‌ବୁକ୍‌ରେ କିଏ ଆପଣଙ୍କ Friend Request କୁ ରିଜେକ୍ଟ କରିଛନ୍ତି କିମ୍ବା ଆଜି ଯାଏଁ କରିନାହାନ୍ତି Accept

ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ। ଏବେ ଯାହା ହାତରେ ଦେଖ ଆଉ କିଛି ଥାଉ କି ନଥାଉ ମୋବାଇଲ କିନ୍ତୁ ନିଶ୍ଚୟ ଥିବ। ଆଉ ମୋବାଇଲରେ ଫେସ୍‌ବୁକ୍‌। ସାଙ୍ଗସାଥୀଙ୍କ ସହ କଥାବାର୍ତ୍ତା କରିବା ସହ ନିଜ ଫଟୋ ପୋଷ୍ଟ କରିବାକୁ ଆମେ ଫେସ୍‌ବୁକ୍‌ ବ୍ୟବହାର କରିଥାଉ। ଫେସ୍‌ବୁକ୍‌ରେ ଆମେ ନୂଆ ସାଙ୍ଗ କରିବା ପାଇଁ ଲୋକମାନଙ୍କୁ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ପଠାଇଥାଉ। କିନ୍ତୁ କିଏ ଆମ ରିକ୍ୱେଷ୍ଟକୁ ଗ୍ରହଣ କଲା ତାହାର ତ ନୋଟିଫିକେସନ୍‌ ଆସିଥାଏ, ମାତ୍ର କିଏ ନ କଲା ତାହା ଜାଣିପାରିନଥାଉ। ତେବେ ଆଜି ଆସନ୍ତୁ ଜାଣିବା ଫେସ୍‌ବୁକ୍‌ରେ ଆପଣ କାହାକୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଛନ୍ତି ଓ ସେ ତାହାକୁ ଗ୍ରହଣ କରିଛନ୍ତି ନା ନାହିଁ ସେ ସମ୍ପର୍କରେ…

  • ଏଥିପାଇଁ ସ୍ମାର୍ଟଫୋନ୍‌ ଓ କମ୍ପ୍ୟୁଟରରେ ନିଜ ପ୍ରୋଫାଇଲ ଖୋଲନ୍ତୁ।
  • ଏବେ ଫ୍ରେଣ୍ଡସ୍‌ ଉପରେ କ୍ଲିକ୍‌ କରନ୍ତୁ।
fb
Image credit: nerdschalk
  • ବର୍ତ୍ତମାନ ଆପଣଙ୍କର ଫ୍ରେଣ୍ଡ୍‌ ଲିଷ୍ଟ ଖୋଲିଯିବ।
  • ଏହା ଉପରେ ଆପଣଙ୍କୁ ଫ୍ରେଣ୍ଡ୍‌ ରିକ୍ୱେଷ୍ଟ ନାଁରେ ଟ୍ୟାବ୍‌ ଦେଖାଇବ।
  • ଏବେ ଏହା ଉପରେ କ୍ଲିକ୍‌ କଲେ ନୂଆ ପେଜ୍‌ ଖୋଲିଯିବ। ସେଥିରେ ଆପଣଙ୍କୁ ଦେଖାଇବ କିଏ କିଏ ଆପଣଙ୍କୁ ରିକ୍ୱେଷ୍ଟ ପଠାଇଛନ୍ତି।
fb2
Image credit: nerdschalk
  • ଏବେ ଆପଣଙ୍କୁ ଉପରେ ଛୋଟ ଛୋଟ ଅକ୍ଷରରେ ଭିୟୁ ସେଣ୍ଟ ରିକ୍ୱେଷ୍ଟ (View Sent Request) ଲେଖା ଥିବା ଦେଖାଇବ। ତା’ ଉପରେ କ୍ଲିକ୍‌ କଲେ ଆପଣ ଜାଣିପାରିବେ କାହାକୁ କାହାକୁ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇଛନ୍ତି ଓ କିଏ ଏବେ ଯାଏଁ ଆପଣଙ୍କ ଅନୁରୋଧକୁ ଗ୍ରହଣ କରିନାହାନ୍ତି।
fb3
Image credit: nerdschalk
  • ଏଥିରେ ଆପଣ ଚାହିଁଲେ ଉକ୍ତ ରିକ୍ୱେଷ୍ଟକୁ କ୍ୟାନ୍‌ସଲ ବି କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.