Below header

‘ବାଗୀ ୨’ ପରେ ପୁଣି ଥରେ ‘ବାଗୀ ୩’ରେ ନଜର ଆସିବେ ଦିଶା ପଟାନୀ, ଦେଖିବାକୁ ମିଳିବ ତାଙ୍କ ଡ୍ୟାନ୍ସର କମାଲ

ଟାଇଗର ଶ୍ରଫ୍‌ ଏବଂ ଦିଶା ପଟାନୀ ପୁଣି ଥରେ ସିଲଭର ସ୍କ୍ରିନରେ ଏକାଠି ନଜର ଆସିପାରନ୍ତି। ଫିଲ୍ମ ‘ବାଗୀ ୨’ ରେ ଲିଡ ରୋଲରେ ଅଭିନୟ କରିବା ପରେ ଏବେ ଦିଶା ‘ବାଗୀ ୩’ ରେ ମଧ୍ୟ ନଜର ଆସିପାରନ୍ତି। କିନ୍ତୁ ଏଥର ଦିଶା ମୁଖ୍ୟ ଭୁମିକାରେ ବରଂ ଏକ ଖାସ୍‌ ଗୀତରେ ନଜର ଆସିବେ। ବହୁତ ଜଲଦି ସେ ଏହାର ସୁଟିଂ ଆରମ୍ଭ କରିବେ। କିନ୍ତୁ ଏହି ଗୀତରେ ତାଙ୍କ ସହ ଟାଇଗର ଶ୍ରଫ୍‌ ନଜର ଆସିବେ କି ନାହିଁ ସେହି ବିଷୟରେ କୌଣସି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ।

disa-ରିପୋର୍ଟ ଅନୁଯାୟୀ ଦିଶାଙ୍କର ଡ୍ୟାନ୍ସ ନମ୍ବରକୁ ସୁଟିଂ କରିବା ପାଇଁ ସିଟି ଷ୍ଟୁଡିଓରେ ଏକ ଖାସ୍‌ ପ୍ରସ୍ତୁତି କରାଯାଇଛି। ଏହି ଗୀତରେ ଅନେକ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରମାନେ ମଧ୍ୟ ଦିଶାଙ୍କ ସହ ନଜର ଆସିବେ। ଏହି ଗୀତ ସମସ୍ତ ଦର୍ଶକଙ୍କୁ ଭଲ ଲାଗିବା ନେଇ ଫିଲ୍ମ ନିର୍ମାତାଙ୍କର ପୁରା ପ୍ରସ୍ତୁତି ଜାରି ରହିଛି। ସୂଚନା ମୁତାବକ ‘ବାଗୀ ୩’ରେ ଏଥର ଟାଇଗରଙ୍କ ବିପକ୍ଷରେ ଦିଶା ନଜର ଆସିବେ। ଏହି ଫିଲ୍ମ ଆସନ୍ତା ବର୍ଷ ୬ ମାର୍ଚ୍ଚରେ ରିଲିଜ୍‌ ହେବ।

disaଏହା ପୁର୍ବରୁ ଦିଶା ଏବଂ ଟାଇଗର ଶ୍ରଫ୍‌ ଗତ ୨ ଅକ୍ଟୋବରରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଓ୍ଵାର’ରେ ନଜର ଆସିଥିଲେ। ଏହି ଫିଲ୍ମ ବକ୍ସ ଅଫିସରେ ବହୁତ ଭଲ ଆୟ ମଧ୍ୟ କରିଥିଲା। ଏଥିସହ ଏହି ଫିଲ୍ମରେ ଟାଇଗର ଏବଂ ହ୍ରିତ୍ୱିକଙ୍କ ମଧ୍ୟରେ ଭଲ ଫାଇଟିଙ୍ଗ୍‌ ସିନ୍‌ ଦେଖିବାକୁ ମିଳିଥିଲା।  ଫିଲ୍ମ ନିର୍ମାତାଙ୍କ କହିବାନୁଯାୟୀ ବର୍ତ୍ତମାନ ଏହି ଫିଲ୍ମ ପୂର୍ବ ଫିଲ୍ମ ଠାରୁ ଅଲଗା ଏବଂ ଭିନ୍ନ ହେବା ସହ ଖୁବ୍‌ ଭଲ ଭାବେ ପ୍ରସ୍ତୁତ ହୋଇ ସାମ୍ନାକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.