ଭିଜିଲାନ୍ସ ଜାଲରେ ସମ୍ବଲପୁର କୁଚିଣ୍ଡା NACର ସହକାରୀ ଯନ୍ତ୍ରୀ

ସମ୍ବଲପୁର: ଭିଜିଲାନ୍ସ ଜାଲରେ NAC ସହକାରୀ ଯନ୍ତ୍ରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଜିଲ୍ଲା କୁଚିଣ୍ଡା NACର ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ସହକାରୀ ଯନ୍ତ୍ରୀଙ୍କ ଘୋଷାସ୍ଥିତ ବାସଭବନ, କୁଚିଣ୍ଡାସ୍ଥିତ ବାସଭବନ ଓ ଶ୍ୱଶୁର ଘରେ ରେଡ୍‌ ଚାଲିଛି। ୫ଟି ଟିମ୍‌ ଏକକାଳୀନ ଚଢାଉ ଜାରି ରଖିଛନ୍ତି। ଭିଜିଲାନ୍ସ ଏସ୍‌ପି ନିର୍ଦ୍ଦେଶକ୍ରମେ ଚଢାଉ ଚାଲିଛି। ରେଡ୍‌ ସମୟରେ କାଗଜପତ୍ର ସହ ବ୍ୟାଙ୍କ ଆକାଉଣ୍ଟ, ସୁନାଗହଣା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.