Below header

ଦିଶା ପଟାନି ବୋଲଡ ଅନ୍ଦାଜରେ ଫ୍ୟାନ୍ସ ମାନଙ୍କୁ ଦେଲେ Happy New Year ଶୁଭେଚ୍ଛା

ସୋସିଆଲ ମିଡ଼ିଆରେ ଅଭିନେତ୍ରୀ ଦିଶା ପଟାନିଙ୍କ ଲୋକପ୍ରିୟତା କାହାକୁ ବା ଅଜଣା । ଅନ୍ୟ ପକ୍ଷରେ ଦିଶା ବି ନିଜ ଫ୍ୟାନ୍ସ ମାନଙ୍କୁ ଖୁସି କରିବାକୁ ସବୁବେଳେ ଚେଷ୍ଟା କରିଥାନ୍ତି । ଅଧିକାଂଶ ସମୟରେ ଦିଶା ନିଜ ଗ୍ଲାମରର୍ସ ଫଟୋ ଗୁଡିକୁ ବିଭିନ୍ନ ସୋସିଆଲ ମିଡ଼ିଆ ଗୁଡିକରେ ଛାଡ଼ିଥାନ୍ତି । ୨୦୨୦ ମସିହା ନୂଆ ବର୍ଷର ଶୁଭକାମନା ବି ଦିଶା ନିଜର ଏହି ଅନ୍ଦାଜରେ ହିଁ ଦେଇଛନ୍ତି । ନିଜର କେତେ ଗୁଡିଏ ହଟ ଫଟୋ ଗୁଡିକୁ ଦିଶା ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଫ୍ୟାନ୍ସ ମାନଙ୍କୁ ମଧ୍ୟ ଦିଶାଙ୍କ ଏହି ଅନ୍ଦାଜ ଖୁବ ପସନ୍ଦ ଆସିଛି । ଏନେଇ ଫ୍ୟାନ୍ସମାନେ ଲାଇକ୍ସ କରିବାକୁ ପଛାଉ ନାହାନ୍ତି । ଏହା ସହ ଖୁବ ମାତ୍ରାରେ କମେଣ୍ଟସ ମାନ ମଧ୍ୟ ଆସିବାରେ ଲାଗିଛି । ସୂଚନା ଅନୁଯାୟୀ ଦିଶା ବିଭିନ୍ନ ଖାସ ଉତ୍ସବ ଗୁଡିକରେ ନିଜ ଫ୍ୟାନ୍ସ ମାନଙ୍କୁ ଭିନ୍ନ ଅନ୍ଦାଜରେ ଶୁଭେଚ୍ଛା ଦେଇଥାନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.