ସରଗରମ ରହିବ ୨୦୨୦, ଚଳିତ ବର୍ଷ ଉତ୍‌କ୍ଷେପଣ ହେବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ନୂଆବର୍ଷ ୨୦୨୦ରେ ମହାକାଶ ଗବେଷଣା କ୍ଷେତ୍ରରେ ଦେଶ ଆଉ ଏକ ମାଇଲ ଖୁଣ୍ଟ ସ୍ଥାପନ କରିବାକୁ ଯାଉଛି । ଉତ୍‌କ୍ଷେପଣ କରାଯିବ ଚନ୍ଦ୍ରଯାନ-୩ । ଏଥିରେ କେବଳ ଲ୍ୟାଣ୍ଡର ଓ ରୋଭର ରହିବ । ଚନ୍ଦ୍ରଯାନ-୩କୁ ସଫ୍ଟ ଲ୍ୟାଣ୍ଡି କରିବା ପାଇଁ ଉଦ୍ୟମ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି । ମନ୍ତ୍ରୀ କହିଛନ୍ତି, ଚନ୍ଦ୍ରଯାନ-୨କୁ ବିଫଳ ବୋଲି କୁହାଯାପାରିବ ନାହିଁ । ଏଥିରୁ ଅନେକ ଶିକ୍ଷା ମିଳିଛି, ଯାହା ଚନ୍ଦ୍ରଯାନ-୩ ପାଇଁ ସାହାଯ୍ୟ କରିବ । ଚନ୍ଦ୍ରପୃଷ୍ଠରୁ ମାତ୍ର ୨.୧ କିଲୋମିଟର ଦୂରରୁ ଚନ୍ଦ୍ରଯାନ-୨ ଲ୍ୟାଣ୍ଡର ବିକ୍ରମ ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଗତ ସେପ୍ଟେମ୍ବର ୭ ତାରିଖରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡି କରିବାର ଥିଲା । ଏହା ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇଥାନ୍ତା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.